Government Schemes

BIG UPDATE: ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା!

ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୧ ଟଙ୍କା ଯିବା ଖବରକୁ ଖଣ୍ଡନ କରିଥିଲା ବିଭାଗ। ଖବରରେ ଲୋକଙ୍କୁ ଭ୍ରମିତ ନ କରିବାକୁ ପରାମର୍ଶ ଦିଆଯାଇଛି ।

08 October, 2024 2:41 PM IST By: Tanushree Mahapatra

ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି l ‘ସୁଭଦ୍ରା ଟଙ୍କା ନେଇ ଆଜି ଅର୍ଥାତ ମଙ୍ଗଳବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତାକାଲି ଦିନ ଦିନ ୧୨ଟା ପୂର୍ବରୁ ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଯୋଜନା ଟଙ୍କା ମିଳିବ । ‘ସୁଭଦ୍ରା’ ପାଇଁ ଏକ କୋଟିରୁ ଉର୍ଦ୍ଧ୍ବ  ମହିଳା ଏ ପର୍ଯ୍ୟନ୍ତ ଆବେଦନ କରିସାରିଲେଣି।

ସୂଚନା ଅନୁଯାୟୀ, ଗତକାଲି ସୋମବାର ଦିନ ଆକାଉଣ୍ଟକୁ ୧ ଟଙ୍କା ପଠାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା । ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଟଙ୍କା ନେଇ ସ୍ପଷ୍ଟୀକରଣ ମିଳିଥିଲା l ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୧ ଟଙ୍କା ଯିବା ଖବରକୁ ଖଣ୍ଡନ କରିଥିଲା ବିଭାଗ। ଖବରରେ ଲୋକଙ୍କୁ ଭ୍ରମିତ ନ କରିବାକୁ ପରାମର୍ଶ ଦିଆଯାଇଛି । ଏପରି କୌଣସି ବ୍ୟବସ୍ଥା ହୋଇନଥିବା ବିଭାଗ ସ୍ପଷ୍ଟୀକରଣ ପ୍ରଦାନ କରିଥିଲା । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୧ ଟଙ୍କା ପଠାଯାଇଥିଲା । କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ହୋଇନଥିବା କୁହାଯାଇଥିଲା l

କ'ଣ କ'ଣ ଆବଶ୍ୟକ ରହିଛି ଏହି ଯୋଜନାର ଲାଭ ପାଇବା ପାଇଁ :-

-ଆପଣ ନିଶ୍ଚିତ ଭାବରେ ଓଡିଶା ରାଜ୍ୟର ବାସିନ୍ଦା ହେବା ଆବଶ୍ୟକ

-କେବଳ ବିବାହିତ ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ଅଟନ୍ତି

-ପ୍ରତ୍ୟେକ ପରିବାରରେ କେବଳ ଜଣେ ହିତାଧିକାରୀ ରହିପାରିବେ

-ଅବିବାହିତ ମହିଳାମାନେ ଏହି ସୁବିଧା ପାଇଁ ଯୋଗ୍ୟ ନୁହଁନ୍ତି

-ମହିଳାଙ୍କ ବୟସ ୨୩ ରୁ ୫୯  ବର୍ଷ ମଧ୍ୟରେ ହେବା ଉଚିତ୍

-ମହିଳାମାନଙ୍କୁ ସରକାରଙ୍କ ଦ୍ୱାରା ନିୟୋଜିତ କରିବା ଉଚିତ୍ ନୁହେଁ

-ଏହି ଯୋଜନାର ଲାଭ ପରିବାର ପ୍ରତି କେବଳ ଜଣେ ମହିଳାଙ୍କୁ ପ୍ରଦାନ କରାଯିବ

-ଅଙ୍ଗନୱାଡି କର୍ମୀମାନେ ମଧ୍ୟ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି

ଆବଶ୍ୟକ ଡକ୍ୟୁମେଣ୍ଟ :-

-ଆଧାର କାର୍ଡ

-ବ୍ୟାଙ୍କ ଖାତା

-ଠିକଣା ପ୍ରମାଣ

-ମୋବାଇଲ୍ ନମ୍ବର

-ପାସପୋର୍ଟ ଆକାର ଫଟୋ

-ଆୟ ପ୍ରମାଣପତ୍ର

-ରେସନ କାର୍ଡ

ଅଧିକ ପଢ଼ନ୍ତୁ

Business Idea: ହାଇଡ୍ରୋପୋନିକ୍ ପ୍ରଣାଳୀରେ ରହିଛି ଅଧିକ ଲାଭ !

ଅକ୍ଟୋବର ମାସରେ କରନ୍ତୁ ଛତୁ ଚାଷ !