Government Schemes

ସୁକନ୍ୟା ଆକାଉଣ୍ଟ ହୋଇଯିବ ଫ୍ରିଜ୍, ତୁରନ୍ତ କରନ୍ତୁ ଏହି କାମ

ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA) l

27 July, 2023 11:50 AM IST By: Tanushree Mahapatra

ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA)  l ଏହି ଯୋଜନା ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଉଛନ୍ତି । 

ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ । ଏହା ବିତ୍ତ ମନ୍ତ୍ରଣାଳୟ ଅଧିସୂଚନା ସଂଖ୍ୟା G.S.R.୮୬୩ (E)  ତା ୨-୧୨-୨୦୧୪ ରିଖ ଏହି ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ,୨୦୧୪ ଅଧିନରେ ଅଛି । ଏହି ଯୋଜନା କନ୍ୟା ସନ୍ତାନକୁ ପରିବାରର ସମ୍ପତି ଏବଂ ମୋଟ ସଞ୍ଚୟରେ ଯଥାର୍ଥ ଅଂଶ ପାଇବାରେ ସହାୟକ ହେବ ।

୨୦୧୫ ମସିହାରେ ଆରମ୍ଭ କରିଥିଲେ ମୋଦୀ ସରକାର ଏହା କନ୍ୟା ସନ୍ତାନଙ୍କ ପାଇଁ । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ନିଜ ଝିଅର ବିବାହ କିମ୍ବା ଶିକ୍ଷା ପାଇଁ ଅଧିକ ଟଙ୍କା ସୁରକ୍ଷା ରଖିପାରିବେ ଭବିଷ୍ୟତ ପାଇଁ । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ସୁକନ୍ୟା ଯୋଜନା ସହ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ପରି ଡାକଘର ଏହି ଯୋଜନାରେ ଟଙ୍କା ନିବେଶ ପାଇଁ ପାନ୍ ଏବଂ ଆଧାର କାର୍ଡକୁ ବାଧ୍ୟତାମୂଳକ କରିଛନ୍ତି । ଏବେ ଟଙ୍କା ନିବେଶ ପାଇଁ ଆଧାର ନମ୍ବର ବା ଆଧାର ନାମଲେଖା ଥିବା ସ୍ଲିପ୍ ବାଧ୍ୟତାମୂଳକ ଅଟେ । ଏହି ଯୋଜନା ପାଇଁ ଆକାଉଣ୍ଟ ଖୋଲିବା ସମୟରେ ଯଦି ଆପଣଙ୍କ ପାଖରେ ଆଧାର ନମ୍ବର ଉପଲବ୍ଧ ନ ଥାଏ, ତେବେ ଆଧାର ନମ୍ବର ପାଇଁ ଆପଣ ନିଜ ନାମାଙ୍କନ ସ୍ଲିପର ପ୍ରମାଣ ଦେବା ପାଇଁ ବାଧ୍ୟ । ଏହା ବ୍ୟତୀତ ଏହି ଯୋଜନା ଅଧୀନରେ ଆକାଉଣ୍ଟ ଖୋଲିବା ଦିନଠାରୁ ଛଅ ମାସ ମଧ୍ୟରେ ଆଧାର ନମ୍ବର ବିଷୟରେ ବାଧ୍ୟ ଆପଣଙ୍କୁ ସୂଚନା ଦେବାକୁ ପଡିବ । 

ଯଦି ଆପଣ ଏହି ଯୋଜନା ପାଇଁ ନିଜ ଆଧାର ନମ୍ବର ନଦିଅନ୍ତି, ତେବେ ଆପଣ ଏହି ଯୋଜନା ଆକାଉଣ୍ଟରେ ଅର୍ଥ ନିବେଶ କରିବାକୁ ସମର୍ଥ ହେବେ ନାହିଁ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ସୁକନ୍ୟା ସମୃଦ୍ଧି ଭଳି ଡାକଘର ଯୋଜନାରେ ଆକାଉଣ୍ଟ ଖୋଲିବା ସମୟରେ ପାନ କିମ୍ବା ଫର୍ମ ୬୦ ସବମିଟ୍ କାରିବାକୁ ପଡ଼ିବ 

ନଚେତ ଆପଣ ଏହି ଯୋଜନାରୁ ବଞ୍ଚିତ ହେବେ । ଯଦି ଆପଣ ଆକାଉଣ୍ଟ ଖୋଲିବା ସମୟରେ ପାନ ଜମା ନକରନ୍ତି, ତେବେ ଏହାକୁ ଜାରି କରାଯାଇଥିବା ନିର୍ଦ୍ଦିଷ୍ଟ ସୂଚନା ଅନୁଯାୟୀ ଦୁଇମାସ ମଧ୍ୟରେ ଦାଖଲ କରିବାକୁ ପଡିବ ।

ବଡ କଥା ହେଲା ସୁକନ୍ୟା ସମୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ୮ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି । ସୁକନ୍ୟା ସମୃଦ୍ଧି ଯୋଜନାରେ ଆପଣ ଗୋଟିଏ ବର୍ଷରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଜମା କରିପାରିବେ ନାହିଁ । ଏଥି ସହିତ ଅତି କମରେ ଆପଣ ୫୦୦ ଟଙ୍କା ନିବେଶ ସହିତ ଅନ୍ୟ ଏକ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ଏହି ଯୋଜନାରେ ଆପଣ ୧ ରୁ ୧୦ ବର୍ଷରୁ କମ୍ ଝିଅମାନଙ୍କର ଆକାଉଣ୍ଟ ଖୋଲିପାରିବ । ସବୁଠାରୁ ବଡ଼ କଥା ଏହି ଆକାଉଣ୍ଟା ମ୍ୟାଚୁରିଟୀ ହେବାପରେ ମଧ୍ୟ ଆପଣଙ୍କୁ କୌଣସି ପ୍ରକାର ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହାକୁ ଆୟକର ଆଇନର ଧାରା ୮୦-ସି ଅନୁଯାୟୀ ଟ୍ୟାକ୍ସ ପ୍ରଦାନରୁ ମୁକ୍ତ କରାଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)