Government Schemes

8th Pay commission: ବଢ଼ିବ କର୍ମଚାରୀଙ୍କ ପେନସନ୍!

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୨ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ। କର୍ମଚାରୀ ଏବଂ ପେନସନଭୋଗୀ ସେମାନଙ୍କର ଦରମା ଏବଂ ପେନସନ ବୃଦ୍ଧି ହେବାକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

06 February, 2025 12:08 PM IST By: Tanushree Mahapatra

କେନ୍ଦ୍ରୀୟ କର୍ମଚାରୀମାନେଦାବି କରୁଥିବା ଅଷ୍ଟମ ବେତନ କମିଶନ ଯାହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଅଷ୍ଟମ ବେତନ କମିଶନ ୨୦୨୬ରେ ଲାଗୁ କରାଯିବ । ଏହା ଲାଗୁ ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ପେନସନରେ ବୃଦ୍ଧି ପାଇବ। ଯାହାକୁ ନେଇ କେନ୍ଦ୍ରୀୟ କର୍ମଚାରୀ ଖୁସି ରହିଛନ୍ତି l

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୨ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ। କର୍ମଚାରୀ ଏବଂ ପେନସନଭୋଗୀ ସେମାନଙ୍କର ଦରମା ଏବଂ ପେନସନ ବୃଦ୍ଧି ହେବାକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଘୋଷଣା ଲକ୍ଷ ଲକ୍ଷ ପରିବାରକୁ ଏକ ବଡ ଖୁସି ଖବର ଦେଇଛି l କେନ୍ଦ୍ର ସରକାରରେ କାର୍ଯ୍ୟରତ ଏବଂ ଚାକିରିରୁ ଅବସର ନେଇଛନ୍ତି ସେହି ସମସ୍ତ କର୍ମଚାରୀ ଉପକୃତ ହେବେ ।

୧୬ ଜାନୁଆରୀରେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୮ମ ବେତନ ଆୟୋଗ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି  l ଏହାର ସୁପାରିଶଗୁଡ଼ିକ ୧ ଜାନୁଆରୀ, ୨୦୨୬ ରୁ ଲାଗୁ କରାଯିବ। ସେପର୍ଯ୍ୟନ୍ତ, କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅଧୀନରେ ଦରମା ଏବଂ ପେନସନ ପ୍ରଦାନ କରାଯିବ। ଅଷ୍ଟମ ବେତନ କମିଶନ ପରେ UPS ଅଧୀନରେ ସର୍ବନିମ୍ନ ପେନସନରେ ମଧ୍ୟ ପରିବର୍ତ୍ତନ କରାଯିବ l

ଅର୍ଥ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି, ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୧.୯୨ ରୁ ୨.୮୬ ବୃଦ୍ଧି ହୋଇପାରେ l ଯାହା ଫଳରେ ପେନସନ ବର୍ତ୍ତମାନର ୯୦୦୦ ଟଙ୍କାରୁ ୧୭,୨୮୦ ଟଙ୍କା କିମ୍ବା ୨୫,୭୪୦ ଟଙ୍କା ବୃଦ୍ଧି ହେବ । ଫିଟମେଣ୍ଟ ଫ୍ୟାକ୍ଟର ର ଅର୍ଥ ହେଉଛି ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ଗଣନା କରିବାକୁ ବ୍ୟବହୃତ ହେଉଥିବା ଏକ ବିଶେଷ ଗୁଣକ । ଯଦି ୨.୮୬ର ଫିଟମେଣ୍ଟ ଫ୍ୟାକ୍ଟର ପ୍ରୟୋଗ କରାଯାଏ, ତେବେ କର୍ମଚାରୀଙ୍କ ପେନସନ ଏବଂ ଦରମା ପ୍ରାୟ ୧୮୬% ବୃଦ୍ଧି ହୋଇପାରେ।

Read more

କୃଷି କ୍ଷେତ୍ରରେ ‘ନିମାସ୍ତ୍ର’ ର ବ୍ୟବହାର…

BIG UPDATE: କୃଷି ଋଣ ଉପରେ ୩% ସୁଧ ରିହାତି !