Government Schemes

ଏହି ଯୋଜନାରେ ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ !

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବ ଏବଂ ବହୁ ଅର୍ଥ ସଞ୍ଚୟ କରିବ।

27 June, 2024 12:08 PM IST By: KJ Staff

ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ହେଉଛି ଏକ ଉଚ୍ଚାଭିଳାଷୀ ଯୋଜନା ଯେଉଁଥିରେ ଦେଶର ପ୍ରାୟ ୧ କୋଟି ଲୋକ ଏଥିରୁ ଉପକୃତ ହେବେ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ୧ କୋଟି ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିବା l ଏହି ଯୋଜନା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ଜାତୀୟ ଅଭିଯାନ ଆରମ୍ଭ କରିବେ।

କ’ଣ ରହିଛି ଏହି ଯୋଜନାର ଫାଇଦା -

-ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବ ଏବଂ ବହୁ ଅର୍ଥ ସଞ୍ଚୟ କରିବ।

-ଏହି ଯୋଜନା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ସେମାନଙ୍କର ଖାଲି ଛାତରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଉପଯୁକ୍ତ ବ୍ୟବହାର କରିପାରିବେ l

-ବିଦ୍ୟୁତ୍ ଉପଭୋକ୍ତାମାନେ ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ ଜମି କିଣିବାକୁ ପଡିବ ନାହିଁ l

-ଏହି ଯୋଜନା ଦ୍ୱାରା କାର୍ବନ ନିର୍ଗମନ ହ୍ରାସ ପାଇବ ଏବଂ ଦେଶରେ ସ୍ୱଚ୍ଛ ଶକ୍ତି ବୃଦ୍ଧି ପାଇବ l

କେଉଁ ଲୋକ ପାଇବେ ଏହି ଯୋଜନାର ଲାଭ -

-ସରକାରୀ ସେବା ସହିତ ସଂଯୁକ୍ତ ନଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାର ଲାଭ ଉପଲବ୍ଧ ହେବ।

-ହିତାଧିକାରୀଙ୍କ ବାର୍ଷିକ ଆୟ ୧.୫  ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ l

-ଗରିବ ଶ୍ରେଣୀ, ମଧ୍ୟବିତ୍ତ ଏବଂ ଅଭାବୀ ବ୍ୟକ୍ତି ଏହି ଯୋଜନା ପାଇଁ ଯୋଗ୍ୟ ହେବେ।

ଯେପରିକି ଆପଣ ସମସ୍ତେ ଜାଣିଛନ୍ତି ସରକାରୀ ଯୋଜନା ଆବେଦନ ପାଇଁ କୌଣସି ମିଛ ଡକ୍ୟୁମେଣ୍ଟ ଆପଣ ପ୍ରଦର୍ଶନ କରି ପାରିବେ ନାହିଁ l ଯଦି ଏହା ଭୁଲ ରହେ ତେବେ ଆପଣଙ୍କୁ ଏଥିପାଇଁ ଦଣ୍ଡ ମଧ୍ୟ ଦିଆଯାଇପାରିବ l ସେହିପରି ଏହି ଯୋଜନା ପାଇଁ ମଧ୍ୟ ଡକ୍ୟୁମେଣ୍ଟ ଆବଶ୍ୟକ l ଆବେଦନକାରୀଙ୍କ ପାଖରେ ଆଧାର କାର୍ଡ, ଠିକଣା , ବିଦ୍ୟୁତ୍ ବିଲ୍, ବ୍ୟାଙ୍କ ପାସବୁକ୍, ପାସପୋର୍ଟ ସାଇଜ୍ ଫଟୋ କିମ୍ବା ରାସନ କାର୍ଡ ଭଳି ଡକ୍ୟୁମେଣ୍ଟ୍ ରହିବା ଜରୁରୀ l ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍‍ ବିଲ୍ ହ୍ରାସ କରିବା ସହ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ l ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ଛାତ ଉପରେ ସୌର ଶକ୍ତି ସ୍ଥାପନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଜାତୀୟ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l

ଅଧିକ ପଢ଼ନ୍ତୁ

RAIN: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଜାରକୁ ଆସିଲା ମହିନ୍ଦ୍ରାର OJA 2121 ଟ୍ରାକ୍ଟର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)