Government Schemes

ଗୃହ ଋଣ ସୁଧ ସବ୍‌ସିଡି ଯୋଜନା: ୫୦ ଲକ୍ଷ ଋଣରେ ୯ ଲକ୍ଷ ସୁଧ ରିଆତି

ଏବେ ମଧ୍ୟବିତ୍ତ ଲୋକଙ୍କ ସହରରେ ବାସଗୃହ କିଣିବାର ସ୍ୱପ୍ନ ହେବ ସାକାର । କାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଗୃହ ଋଣ ସୁଧ ସବ୍‌ସିଡି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି । ଯେଉଁଥିରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବ୍‌ସିଡି ମିଳିବ ନେଇ କୁହାଯାଇଛି ।

26 September, 2023 3:56 PM IST By: Tanushree Mahapatra

ଏବେ ମଧ୍ୟବିତ୍ତ ଲୋକଙ୍କ ସହରରେ ବାସଗୃହ କିଣିବାର ସ୍ୱପ୍ନ ହେବ ସାକାର । କାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଗୃହ ଋଣ ସୁଧ ସବ୍‌ସିଡି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି  । ଯେଉଁଥିରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବ୍‌ସିଡି ମିଳିବ ନେଇ କୁହାଯାଇଛି । ଏହି ଗୃହ ଋଣ ସବ୍‌ସିଡି ଯୋଜନା ଅଧୀନରେ କେନ୍ଦ୍ର ସରକାର ମୋଟ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଛନ୍ତି । 

ଏହି ଯୋଜନାର ଲକ୍ଷ୍ୟ ହେଉଛି ପ୍ରତି କ୍ଷୁଦ୍ର ସହରାଞ୍ଚଳରେ ବାସଗୃହ ନିର୍ମାଣ, ଯେଉଁଥିରେ ସରକାର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ବାସଗୃହ ଋଣ ଉପରେ ସୁଧ ରିଆତି ପ୍ରଦାନ କରିବେ । ସେହିପରି ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ଏହି ଯୋଜନାର ଲାଭ ମିଳିବା ନେଇ ସମ୍ଭାବନା ରହିଛି ।

ସୂଚନାନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ଯୋଜନା ଆରମ୍ଭ କରିପାରିବେ ବୋଲି ଜଣାପଡିଛି । ଏହି ଯୋଜନା ଅଧୀନରେ, ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍‌ ଗୃହ ଋଣ ଆବେଦନ କରିଥାନ୍ତି l ତେବେ ସେ ଏହାର ଲାଭ ଉଠାଇ ପାଇପାରିବେ । ତେବେ ଏହି ଯୋଜନା ମାଧ୍ୟମରେ ଲୋକମାନେ ଗୃହ ଋଣ ଉପରେ ବାର୍ଷିକ ସୁଧ ଉପରେ ରିହାତି ପାଇବେ ବୋଲି ନିଷ୍ପତି ନିଆଯାଇଛି । ସେହିପରି ଏହା ୩ ରୁ ୬.୫ ପ୍ରତିଶତ ଏବଂ ସର୍ବାଧିକ ୯ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ବୋଲି କୁହାଯାଇଛି ।

ଖବରରୁ ପ୍ରକାଶ ଯେ ଏହି ରିଆତି ଅର୍ଥ ହିତାଧିକାରୀଙ୍କ ଗୃହ ଋଣ ଆକାଉଣ୍ଟରେ ଆଗୁଆ ଜମା କରାଯିବ । ଦିଆଯାଇଥିବା ପ୍ରସ୍ତାବକୁ ଏ ପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିନାହିଁ । ଏହି ଯୋଜନା ୨୦୨୮ପର୍ଯ୍ୟନ୍ତ ବଳବତ୍ତର ରହିପାରେ ବୋଲି ଆଶା ରହିଛି । ଆରବିଆଇ ରେପୋ ହାରରେ କ୍ରମାଗତ ବୃଦ୍ଧି ପାଉଥିବାରୁ ଗୃହ ଋଣ ଇଏମ୍‌ଆଇ ମହଙ୍ଗା ହୋଇଥିବାର ସୂଚନା ରହିଛି । ତେବେ ଆଶା କରାଯାଉଛି ଯେ ସରକାର ନିର୍ବାଚନ ପୂର୍ବରୁ ଏହି ଗୃହ ଋଣ ସୁଧ ସବସିଡି ଯୋଜନା ଘୋଷଣା କରିପାରନ୍ତି ବୋଲି । ସେହିପରି ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୧୮ ପ୍ରତିଶତ ହ୍ରାସ କରିଥିଲେ ଯାହା ବଢୁଥିବା ମୁଦ୍ରାସ୍ପିତିକୁ ଆଖିରେ ରଖି କରାଯାଇଥିବା କୁହାଯାଉଛି  ।

ସୂଚନାଯୋଗ୍ୟ ଯେ, ଗତ ମାସ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଏହି ଯୋଜନାରେ ପ୍ରାୟ ୯ ରୁ ୬.୫ ପ୍ରତିଶତ ମଧ୍ୟରେ ବାର୍ଷିକ ସୁଧ ଏବଂ ସବସିଡି ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କହିଥିଲେ । ସେହିପରି ଖବର ଅନୁଯାୟୀ ଜଣାଏ ବ୍ୟକ୍ତି ୨୦ ବର୍ଷ କାର୍ଯ୍ୟକାଳ ସହିତ ୫୦ ଲକ୍ଷରୁ କମ୍ ମୂଳ୍ୟର ଘରୋଇ ଋଣ ଏହି ଯୋଜନା ପାଇଁ ଯୋଗ୍ୟ ହେବେ । ସୁଧ ସବ୍‌ସିଡି ହିତାଧିକାରୀଙ୍କ ଗୃହ ଋଣ ଆକାଉଣ୍ଟରେ ସିଧାସଳଖ ଭାବେ ଜମା ହେବ ବୋଲି କହିଛନ୍ତି ଜଣେ ସରକାରୀ କର୍ମଚାରୀ । ଅଧିକାରୀ ଜଣକ ସୂଚନା ଦେଇଛନ୍ତି ଯେ ଏହି ଯୋଜନା ଦ୍ୱାରା ସହରାଞ୍ଚଳର ସ୍ୱଳ୍ପ ଆୟ ବର୍ଗର ଆବେଦନକାରୀ ଉପକୃତ ହୋଇପାରିବେ ଏହି ଯୋଜନା ମାଧ୍ୟମରେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)