Health & Lifestyle

ରକ୍ତହୀନତା ଦୂର କରେ ସଜନା ଶାଗ

ଆମ ରାଜ୍ୟରେ ସଜନା ଶାଗକୁ ବିଭିନ୍ନ ନାମରେ ଡକା ଯାଇଥାଏ ।ଏହା ସହିତ ଏହି ସାଗରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି ବୋଲି ମଧ୍ୟ ବିଶ୍ଵାସ କରାଯାଏ । ଏହା ସହିତ ୧୦୦ ଗ୍ରାମ ସଜନା ସାଗରେ ପ୍ରାୟ ପାଞ୍ଚ ଗ୍ଲାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ । ଏହା ସହିତ ସଜନା ସାଗରେ ଅନେକ ପ୍ରକାରର ଔଷଧିୟ ଗୁଣ ରହିଥିବାର ମଧ୍ୟ ବିଶ୍ୱାସ କରାଯାଏ ।

02 December, 2021 12:30 PM IST By: Sudesna Nayak

ଆମ ରାଜ୍ୟରେ ସଜନା ଶାଗକୁ ବିଭିନ୍ନ ନାମରେ ଡକା ଯାଇଥାଏ ।ଏହା ସହିତ ଏହି ସାଗରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି ବୋଲି ମଧ୍ୟ ବିଶ୍ଵାସ କରାଯାଏ । ଏହା ସହିତ ୧୦୦ ଗ୍ରାମ ସଜନା ସାଗରେ ପ୍ରାୟ ପାଞ୍ଚ ଗ୍ଲାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ । ଏହା ସହିତ ସଜନା ସାଗରେ ଅନେକ ପ୍ରକାରର ଔଷଧିୟ ଗୁଣ ରହିଥିବାର ମଧ୍ୟ ବିଶ୍ୱାସ କରାଯାଏ ।

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ । ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି । ଏଥିରେ ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ଏହାକୁ ଶକ୍ତିର ଗନ୍ତାଘର ମଧ୍ୟ କୁହାଯାଏ । ସଜନାରେ ପ୍ରାୟ ୪୬ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆମିନୋ ଏସିଡ ରହିଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ।

 

ଏହାର ଔଷଧୀୟ ଗୁଣଗୁଡିକ ମଧ୍ୟରେ ରକ୍ତହୀନତା, ଚର୍ମରୋଗ, କୃମି ସଂକ୍ରମଣ, ରକ୍ତ ଅପରିଷ୍କାର, ଆଜମା, ଖାଦ୍ୟ ହଜମ ସମସ୍ୟା, ପରିସ୍ରାଜନିତ ସମସ୍ୟା, ଅମ୍ଳଦୋଷ ନିରାକରଣରେ ଏହା ବହୁଳ ମାତ୍ରାରେ ସହାୟକ ହୋଇଥାଏ । ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ । ସଜନା ପତ୍ର ଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ ।

ସଜନା ଶାଗକୁ ଖାଇବା ଫଳରେ ଆମକୁ ବିଭିନ୍ନ ପ୍ରକାରର ପୋଷକ ପଦାର୍ଥ ମଧ୍ୟ ମିଳିଥାଏ । ଯେପରିକି ଏହି ଶାଗକୁ ଖାଇବା ଫଳରେ ଆମ ଶରୀରରେ ଏକ ଭିଟାମିନ ସି,ପୋଟାସିୟମ,କ୍ୟାଲସିୟମ ଭଳି ଅନେକ ଆବଶ୍ୟକ ଉପାଦାନର ଆବଶ୍ୟକତାକୁ ପୂରଣ କରିଥାଏ ।

 

ସଜନା ଶାଗକୁ ଖାଇବା ଫଳରେ ଆମ ଶରୀରର ମେଦ ବହୁଳତା ଭଳି ସମସ୍ୟାର ମଧ୍ୟ ସମାଧାନ ହୋଇ ଯାଇଥାଏ । ଏହା ସହିତ ଏହି ସାଗରେ ଅନେକ ପ୍ରକାରର ପୋଷକ ତତ୍ତ୍ଵ ଭରି ରହିଥିବାରୁ ଏହାକୁ ଖାଇବା ଫଳରେ ଆମ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ଏହା ସହିତ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ମଧ୍ୟ ହୋଇଥାଏ ।

 

ଏହାକୁ ଖାଇବା ଫଳରେ ଏହା ଆମ ଶରୀରର ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀରର ଦୃଷ୍ଟି ଶକ୍ତିକୁ ପ୍ରଖର କରିବାରେ ସହାୟକ ହୋଇଥାଏ । ଏହା ସହିତ ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ଲାଭଦାୟକ ମଧ୍ୟ ହୋଇପାରେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)