Health & Lifestyle

ଜୀବନ ନେଇପାରେ ସେଓ ମଞ୍ଜି ! ଜାଣନ୍ତୁ...

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ ସେଓ ଖାଇବାକୁ ପସନ୍ଦ କରୁ । ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି ସେଓ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେଓ ମଞ୍ଜି ଜୀବନ ମଧ୍ଯ ନେଇପାରେ ।

12 September, 2022 3:48 PM IST By: Sudesna Nayak

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ ସେଓ (Apple)ଖାଇବାକୁ ପସନ୍ଦ କରୁ । ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି ସେଓ ମଞ୍ଜି (Apple seeds)ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେଓ ମଞ୍ଜି (Apple seeds)ଜୀବନ ମଧ୍ଯ ନେଇପାରେ ।

କହିବାକୁ ଗଲେ, ସେଓ ମଞ୍ଜି(Apple seeds)ରେ ଏମିଗଡାଲିନ୍ ନାମକ ଏକ ଉପାଦାନ ରହିଛି । ଯେତେବେଳେ ଏହା ମଣିଷର ପାଚକ କ୍ରିୟାର ଏନଜାଇମ ସଂସ୍ପର୍ଶରେ ହିଁ ଆସେ ସେତେବେଳେ ସାଇନାଇଡ୍ ରିଲିଜ୍ ହୋଇଥାଏ । ଏମିଗଡାଲିନରେ ସାଇନାଇଡ୍ ଥାଏ । ଯେତେବେଳେ ଏହା ପାଚନ କ୍ରିୟାରେ ପ୍ରବେଶ କରେ ଏହା ହାଇଡ୍ରୋଜେନ୍ ସିଆନାଇଡରେ ହିଁ ବଦଳିଯାଏ । ଏହାଦ୍ୱାରା ଶରୀରରେ ବ୍ଲଡପ୍ରେସର କମ୍ ହୋଇଯାଇ ଥାଏ ଏହାସହ ହୃଦସ୍ପନ୍ଦନ ମଧ୍ୟ କମିଯାଏ । ଏହା ଘାତକ ମଧ୍ୟ ହୋଇପାରେ ।

ଗବେଷଣା ମୁତାବକ କହିବାକୁ ଗଲେ, ଯଦି 20 ରୁ 25 ସେଓର ମଞ୍ଜି (Apple seeds) ଖାଇଦିଆଯାଏ ତେବେ ଏହା ଜୀବନ ନେଇପାରେ । ମଣିଷ କୋମା ସ୍ତରକୁ ମଧ୍ୟ ଯାଇପାରେ । ତେଣୁ ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ।

ପ୍ରକାଶ ଥାଉ ଯେ, ସେଓ (Apple)କାର୍ବୋହାଇଡ୍ରେଟରେ ଭରପୁର ଥାଏ । ତେଣୁ ଏକ୍ସରସାଇଜ ପୂର୍ବରୁ ସେଓ ଏକ ଭଲ ଖାଦ୍ୟ ଭାବେ ବିଚାର କରାଯାଏ । ଯଦି ଆବଶ୍ୟକ ଠାରୁ ଅଧିକ ସେଓ (Apple) ଖାଆନ୍ତି ତେବେ ବ୍ଲଡ ସୁଗାର ବଢ଼ିପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ସେଓ (Apple) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

Healthy Fruits List For Heart:ହାର୍ଟ ପାଇଁ ଭଲ ଏହି ଫଳ, ଜାଣନ୍ତୁ...

ସାବଧାନ! ଅଧିକ ପାଣି ପିଉଛନ୍ତି କି?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)