ବୟସ ବଢିବା ସହିତ ଚେହେରାରେ ହେଉଥିବା ବ୍ରଣ ଓ ଦାଗ ଏକ ସାଧାରଣ ସମସ୍ୟା ଅଟେ l ତେଣୁ ଆପଣଙ୍କୁ ବ୍ରଣରୁ ହେଉଥିବା ଦାଗ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ l ଆଜି ଆମେ ଆପଣଙ୍କୁ ଏମିତି ଏକ ଫେସ୍ ପ୍ୟାକ୍ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ମୁଖ ସହ ଜଡ଼ିତ ଥିବା ସବୁ ସମସ୍ୟାର ସମାଧାନ କରିବ l ଆମେ
କହୁଛୁ କଫି ଫେସ୍ ପ୍ୟାକ୍ ବିଷୟରେ l ଏହାକୁ ପିଇବା ଦ୍ଵାରା ଖାଲି ନିଦ ଛାଡ଼ିନଥାଏ ବ୍ରଣ ମଧ୍ୟ ଛାଡ଼ିଯାଇଥାଏ l ତେବେ ଆସନ୍ତୁ ଜାଣିବା ଏହି ପ୍ୟାକ୍ ପ୍ରସ୍ତୁତ କରିବାର ପ୍ରଣାଳୀ ଓ ଏଥିରୁ ମିଳୁଥିବା ଫାଇଦା ସମ୍ପର୍କରେ l
କଫି ଓ ମହୁ
ଯଦି ଆପଣଙ୍କୁ ବ୍ରଣର ସମସ୍ୟା ଆସିଛି, ତେବେ କଫି ଓ ମହୁର ଫେସ୍ ପ୍ୟାକ୍ ଲଗାନ୍ତୁ l ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ କଫି ପାଉଡରରେ ଏକ ବଡ ଚାମଚ ମହୁକୁ ଭଲ ଭାବେ ମିଶାଇ ଦିଅନ୍ତୁ l ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ମୁଁହରେ ଲଗାଇ ରଖନ୍ତୁ ଓ ପରେ ଏହାକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ l ଏହାକୁ ଆପଣ ସପ୍ତାହକୁ ୧ ରୁ ୨ ଥର ଲଗାଇ ପାରିବେ l
କଫି ଓ ହଳଦୀ
କଫି ଓ ହଳଦୀର ଫେସ୍ ପ୍ୟାକ୍ ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭକାରୀ ଅଟେ l ଏହାକୁ ବନେଇବା ପାଇଁ ଏକ ଗିନାରେ ୧ଚାମଚ କଫି ପାଉଡର, ଅଧା ଚାମଚ ନଡ଼ିଆ ତେଲ ଓ ଅଳ୍ପ କିଛି ହଳଦୀକୁ ଭଲ ଭାବେ ମିଶାଇ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ l ଏହି ଫେସ୍ ପ୍ୟାକ୍ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ l
କଫି ପାଉଡର ଓ ଲେମ୍ବୁ
କଫି ଓ ଲେମ୍ବୁର ପ୍ୟାକ୍ ବନେଇବା ପାଇଁ ୧ ଚାମଚ କଫିରେ କିଛି ଲେମ୍ବୁ ରସକୁ ମିଶାଇ ଦିଅନ୍ତୁ ଓ ଏହାକୁ ୩୦ମିନିଟ ଯାଏ ମୁହଁରେ ଲଗାନ୍ତୁ l ଲେମ୍ବୁର ରସ ଆପଣଙ୍କ ମୁହଁରେ ଥିବା ମଇଳାକୁ ସଫା କରିଥାଏ ଓ ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ l
କଫି ପାଉଡର ଓ କ୍ଷୀର
ଏକ ଚାମଚରେ ୧/୨ ଚାମଚର କଞ୍ଚା କ୍ଷୀର ନିଅନ୍ତୁ l ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ l ଏବେ ଏହାକୁ ମୁଁହରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ ଓ ଏହାପରେ ଥଣ୍ଡା ପାଣିରେ ମୁଁହକୁ ଭଲ ଭାବେ ଧୋଇଦିଅନ୍ତୁ l ଏହି ଫେସ୍ ପ୍ୟାକ୍ ମୁଁହରେ ତୋଫାପଣ ଆଣିବା ସହ ଚମିକିଲା ମଧ୍ୟ କରିଥାଏ l