Health & Lifestyle

ପିଉଛନ୍ତି କି ଅଧିକ ଲେମ୍ବୁ ପାଣି ?

ପ୍ରାୟତଃ ଶୀତଦିନ ହେଉ କିମ୍ବା ଖରା ଦିନ କିଛି ଲୋକ ଲେମ୍ବୁ ପାଣି ପ୍ରତିଦିନ ପିଇବାକୁ ଭଲ ପାଆନ୍ତି l ସୁସ୍ଥ ଓ ନୀରୋଗ ରହିବାକୁ ସେମାନେ ଲେମ୍ବୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାନ୍ତି l କାରଣ ସମସ୍ତଙ୍କର ଖାଦ୍ୟ ରୁଚି ସମାନ ହୋଇନଥାଏ ।

31 October, 2023 12:21 PM IST By: Tanushree Mahapatra

ପ୍ରାୟତଃ ଶୀତଦିନ ହେଉ କିମ୍ବା ଖରା ଦିନ କିଛି ଲୋକ ଲେମ୍ବୁ ପାଣି ପ୍ରତିଦିନ ପିଇବାକୁ ଭଲ ପାଆନ୍ତି l ସୁସ୍ଥ ଓ ନୀରୋଗ ରହିବାକୁ ସେମାନେ ଲେମ୍ବୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାନ୍ତି l କାରଣ ସମସ୍ତଙ୍କର ଖାଦ୍ୟ ରୁଚି ସମାନ ହୋଇନଥାଏ । ସେଥିପାଇଁ କିଛି ଲୋକ ଚା' ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ଅଧିକ ଭଲ ପାଇଥାନ୍ତି ଏବଂ ଉପକାରୀ ବୋଲି ମନେ କରିଥାନ୍ତି l

କାରଣ ଲେମ୍ବୁପାଣି ପିଇବା ଯୋଗୁଁ ଶରୀରରେ ଅଭାବ ଦେଖାଯାଉଥିବା ଜଳୀୟ ଅଂଶ ବୃଦ୍ଧି ପାଇଥାଏ । ଏହା ସହିତ ଲେମ୍ବୁ ପାଣି ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ । କିନ୍ତୁ ଅଧିକ ଲେମ୍ବୁ ପାଣି ଶରୀର ପାଇଁ କ୍ଷତିକାରକ l ଏହାର କୁ-ପ୍ରଭାବ ପଡିଥାଏ ଶରୀରରେ l

ତେବେ ଆପଣମନେ ଜାଣିଛନ୍ତି, ଲେମ୍ବୁ କିମ୍ବା ଲେମ୍ବୁ ପାଣିରେ ଭିଟାମିନ୍‌ –ସି, ପଟାସିୟମ, ଫାଇବର ଭଳି ପୋଷାକ ତତ୍ତ୍ୱ ରହିଥାଏ । ସେହିପରି ଲେମ୍ବୁରେ ଅଧିକ ମାତ୍ରାରେ ଅମ୍ଳୀୟ ଗୁଣ ରହିଥିବା ଯୋଗୁଁ ମାତ୍ରାଧିକ ପିଇବା ବିଭିନ୍ନ ପ୍ରକାରର ଦନ୍ତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଯେଉଁମାନଙ୍କର ଦନ୍ତ ସମସ୍ୟା ରହିଛି ସେମାନେ ଲେମ୍ବୁ ପାଣି ଅଧିକ ନ ପିଇବା ଠିକ ।

ତେବେ କିଛି ବ୍ୟକ୍ତି ରହିଛନ୍ତି ସେ ମହିଳା ହେଉ କିମ୍ବା ପୁରୁଷ ଓଜନ କମ୍‌ କରିବା ଲକ୍ଷ୍ୟରେ ଅଧିକାଂଶ ମାତ୍ରାରେ  ଲେମ୍ବୁପାଣି ପିଇଥାନ୍ତି । ହେଲେ ଜାଣି ରଖିବା ଉଚିତ ଯେ, ଏହା ଆମ ଶରୀରର ଗଣ୍ଠିରେ ଥିବା ରସକୁ ଅବଶୋଷିତ କରେ  । ଯାହା ଦ୍ୱାରା ଅସ୍ଥିରେ ବିଭିନ୍ନ ସମସ୍ୟା ଦେଖାଦିଏ । ତେଣୁ ଅଧିକ ଲେମ୍ବୁ ପାଣି ବ୍ୟବହାର କରିବାରୁ ଦୂରେଇ ରହିବା ଉଚିତ ।

ସେହିପରି ଏହା ଖଟାଯୁକ୍ତ ଫଳ ହୋଇଥିବାରୁ ଏହାର ପାନୀୟ ସେବନ କରିବା ଦ୍ବାରା ଏହା ମାଇଗ୍ରେନ୍‌ ସମସ୍ୟାକୁ ବଢାଇଥାଏ । କାରଣ ଏଥିରେ ପ୍ରଚୁରମାତ୍ରାରେ ଟାଇରାମାଇନ୍‌ ରହିଛି । ଯାହା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥାଏ । ତେବେ ଏହିପରି ସମସ୍ୟା ଥିବା ବ୍ୟକ୍ତି ଅଧିକ ଲେମ୍ବୁ ପାଣି ପିଇବାଠୁ ଦୂରରେ ରହିବା ଠିକ ।

ଯେପରିକି ଲେମ୍ବୁପାଣି ପିଇବା ଦ୍ବାରା ଆମର ହଜମ ପ୍ରକ୍ରିୟା ଠିକ୍‌ ହୋଇଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ବାରା ବିଭିନ୍ନ ପ୍ରକାରର ପେଟଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଛାତିରେ ଜଳାପୋଡା ଅନୁଭବ ହେବା ଭଳି ସମସ୍ୟା ଦେଖାଦିଏ ଏବଂ ଅର୍ଶ ସମସ୍ୟା ମଧ୍ୟ ହୋଇଥାଏ । ତେବେ ଲେମ୍ବୁପାଣି ଅଧିକ ମାତ୍ରାରେ ପିଇବା ଶରୀର ପାଇଁ ହାନିକାରକ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)