Health & Lifestyle

ଗୁଣରେ ଭରା ବାଇଗଣ !!

ପ୍ରତିଦିନର ରୋଷେଇ ପ୍ରସ୍ତୁତି ନିମନ୍ତେ ପରିବା ମଧ୍ୟରେ ବାଇଗଣକୁ ଆଗ ଖୋଜାଯାଏ l ଭଜା ହେଉ ବା ସନ୍ତୁଳା ବିନା ବାଇଗଣରେ ଏହାର ସ୍ୱାଦ ଠିକ ଲାଗେନି l ତେଲଭାଜି ଦୋକାନର ଗରାମଗରମ ବାଇଗେଣୀର ହେଉ ବା ଘରେ ଦହି ବାଇଗଣ ହେଉ ସବୁଠି ଦରକାର ବାଇଗଣ l ସେଇଥି ପାଇଁ ତ ବର୍ଷ ସାରା ବାଇଗଣର ଦର ଅଧିକ ରହୁଛି l ସବୁଦିନ ବ୍ୟବହାର କରୁଥିବା ବାଇଗଣର ଅନେକ ଲାଭଦାୟକ ଗୁଣ ରହିଛି l ଆମେ ସମସ୍ତେ ଖାଇବାରେ ବାଇଗଣକୁ ବ୍ୟବହାର କରୁଛେ କିନ୍ତୁ ଏ ବିଷୟରେ ଆମର ଧାରଣା ଅଳ୍ପ ରହିଛି l ବାଇଗଣର ଅନେକ ସୁଫଳ ରହିଛି l ଏହି ବାଇଗଣ ବିଷୟରେ ଆସନ୍ତୁ ଆଜି କିଛି ଉପାଦେୟ ତଥ୍ୟ ଆଲୋଚନା କରିବା l

30 January, 2021 6:27 PM IST By: Sugyan Kumar Nayak

ପ୍ରତିଦିନର ରୋଷେଇ ପ୍ରସ୍ତୁତି ନିମନ୍ତେ ପରିବା ମଧ୍ୟରେ ବାଇଗଣକୁ ଆଗ ଖୋଜାଯାଏ l ଭଜା ହେଉ ବା ସନ୍ତୁଳା ବିନା ବାଇଗଣରେ ଏହାର ସ୍ୱାଦ ଠିକ ଲାଗେନି l ତେଲଭାଜି ଦୋକାନର ଗରାମଗରମ ବାଇଗେଣୀର ହେଉ ବା ଘରେ ଦହି ବାଇଗଣ ହେଉ ସବୁଠି ଦରକାର ବାଇଗଣ l ସେଇଥି ପାଇଁ ତ ବର୍ଷ ସାରା ବାଇଗଣର ଦର ଅଧିକ ରହୁଛି l ସବୁଦିନ ବ୍ୟବହାର କରୁଥିବା ବାଇଗଣର ଅନେକ ଲାଭଦାୟକ ଗୁଣ ରହିଛି l ଆମେ ସମସ୍ତେ ଖାଇବାରେ ବାଇଗଣକୁ ବ୍ୟବହାର କରୁଛେ କିନ୍ତୁ ଏ ବିଷୟରେ ଆମର ଧାରଣା ଅଳ୍ପ ରହିଛି l ବାଇଗଣର ଅନେକ ସୁଫଳ ରହିଛି l ଏହି ବାଇଗଣ ବିଷୟରେ ଆସନ୍ତୁ ଆଜି କିଛି ଉପାଦେୟ ତଥ୍ୟ ଆଲୋଚନା କରିବା l  

ଶରୀରରେ ରକ୍ତହୀନତା ରୋଗର ଲକ୍ଷଣ ଦେଖାଦେଲେ ବାଇଗଣକୁ ଭୋଜନରେ ଗ୍ରହଣ କରି ଏହାକୁ ସନ୍ତୁଳନ କରାଯାଇପାରେ l ଅଷ୍ଟିଓପୋରୋସିସ ରୋଗରେ ପ୍ରାରମ୍ଭିକ ସମୟରେ ଅସ୍ଥିର ସ୍ୱାସ୍ଥ୍ୟକୁ ଉପଯୁକ୍ତ ରଖିବାରେ ବାଇଗଣ ପ୍ରମୁଖ ଭୂମିକା ଗ୍ରହଣ କରେ l ବାଇଗଣ ପାଚନ କ୍ରିୟାକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ l ଓଜନ ହ୍ରାସ କରିବାରେ ବାଇଗଣର ପ୍ରମୁଖ ଭୂମିକା ରହିଛି l ବାଇଗଣର କୋଲେଷ୍ଟେରଲ କିମ୍ବା ଫ୍ୟାଟ ନଥାଏ ଏବଂ ସ୍ୱଳ୍ପ ପରିମାଣର କ୍ୟାଲୋରୀ ଥାଏ l ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ଏହା ସାହାଯ୍ୟ କରେ l ବାଇଗଣରେ ପୋଟାସିୟମ୍ ମହଜୁଦ ରହିଥାଏ, ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପ୍ରତି ଉପଯୋଗୀ ଅଟେ l

ବାଇଗଣରେ ପ୍ରଚୁର ପରିମାଣରେ ଲୌହସାର ଥାଏ, ଏହା ସହିତ ବାଇଗଣରେ ତମ୍ବାର ଅଂଶ ରହିଥାଏ l ଏହି କାରଣରୁ ବାଇଗଣ ଶରୀରରେ ଲୋହିତ ରକ୍ତ କଣିକା ବୃଦ୍ଧି କରିବାରେ ସହାୟକ ହୁଏ l ଗର୍ଭବତୀ ମହିଳାଙ୍କ ଭୋଜନରେ ବାଇଗଣକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ଅଟେ l ଏହା ଦ୍ୱାରା ଗର୍ଭବତୀ ମହିଳାଙ୍କ ଫଲିକ୍ ଏସିଡର ଆବଶ୍ୟକତା ଭରଣା ହୋଇପାରିଥାଏ l ବାଇଗଣ ତନ୍ତୁରେ ସମୃଦ୍ଧ ଅଟେ ଏବଂ ଏଥିରେ ଦ୍ରବଣୀୟ କାର୍ବୋହାଇଡ୍ରେଟ ସ୍ୱଳ୍ପ ପରିମାଣରେ ଥାଏ l ଏହି କାରଣରୁ ବାଇଗଣକୁ ଡାଇବେଟିସ ପରିଚାଳନାରେ ଏକ ଉପାଦେୟ ପରିବା ଭାବରେ ବିବେଚନା କରାଯାଏ l

ବର୍ତ୍ତମାନ ବଜାରରେ ବିଭିନ୍ନ କିସମର ଏବଂ ରଙ୍ଗର ବାଇଗଣ ଉପଲବ୍ଧ ହେଉଛି l ଏଥି ମଧ୍ୟରେ କଳା, ଧଳା ଏବଂ ବାଇଗେଣୀ ରଙ୍ଗର ବାଇଗଣ ବଜାରରେ ମିଳୁଛି l ବଜାରରେ ଅଧିକ ଚାହିଦା ରହିଥିବା ବାଇଗଣ କିସମଗୁଡ଼ିକ ହେଉଛି କଣ୍ଟାମୁଣ୍ଡି ବାଇଗଣ ଏବଂ ଶଙ୍କର ଜାତୀୟ ମାଂସଳ ବାଇଗଣ l ଏହା ଛଡ଼ା ପୃଥିବୀର ବିଭିନ୍ନ ଅଞ୍ଚଳରେ ବାଇଗଣର ଅନେକ କିସମ ଉପଲବ୍ଧ ହେଉଛି l ଏହି ବାଇଗଣ ଫସଲ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଉତ୍ତମ ଅମଳ ଦେଇଥାଏ l ସାଧାରଣତଃ ଉର୍ବର ନିଗିଡ଼ା ମାଟିରେ ଏହାର ଚାଷ କରାଯାଏ l

ବାଇଗଣରୁ ଏ ସମସ୍ତ ଉପକାର ମିଳୁଛି କିନ୍ତୁ ବେଳେ ବେଳେ ଅଧିକ ପରିମାଣର ବାଇଗଣ ଖାଇବା ଦ୍ୱାରା ଶରୀରରେ କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ପାରେ l ବାଇଗଣର ଥିବା ଅକଜାଲେଟ ଯୋଗୁଁ କିଡନୀ ଷ୍ଟୋନ ହୋଇପାରେ l କେତେକ ବ୍ୟକ୍ତିଙ୍କ ଠାରେ ବାଇଗଣ ଖାଇବା ଯୋଗୁଁ ଆଲର୍ଜି ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)