Health & Lifestyle

ପୋସ୍ତକର ଉପକାରିତା ଓ ଶରୀର ଉପରେ ଏହାର ପ୍ରଭାବ !!

ପୋସ୍ତକ ସୋରିଷ ପରି ଛୋଟ ଛୋଟ ଧଳା ରଙ୍ଗର ଦାନା ଅଟେ l ଏହା ବିଭିନ୍ନ ତରକାରୀରେ ବ୍ୟବହାର କରାଯାଇ ଥାଏ l କିନ୍ତୁ ଏହା ଦେଖିବାକୁ ଛୋଟ ହେଲେ ମଧ୍ୟ ଏହା ବହୁତ ଉପକାରୀ ଅଟେ l

21 September, 2021 1:59 PM IST By: Sugyan Kumar Nayak

ପୋସ୍ତକ ସୋରିଷ ପରି ଛୋଟ ଛୋଟ ଧଳା ରଙ୍ଗର ଦାନା ଅଟେ l ଏହା ବିଭିନ୍ନ ତରକାରୀରେ ବ୍ୟବହାର କରାଯାଇ ଥାଏ l କିନ୍ତୁ ଏହା ଦେଖିବାକୁ ଛୋଟ ହେଲେ ମଧ୍ୟ ଏହା ବହୁତ ଉପକାରୀ ଅଟେ l ପୋସ୍ତକର ଏକ କିସମ ମିଠା ତିଆରିରେ ବ୍ୟବହାର କରାଯାଇଥାଏ l ଏହା ଦ୍ଵାରା ମିଠାର ସ୍ୱାଦ ବଢିଥାଏ l ସେହିପରି ପୋସ୍ତକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ବଞ୍ଚଇଥାଏ l ଆସନ୍ତୁ ପୋସ୍ତକର ଗୁଣ ବିଷୟରେ ଜାଣିବା

ନିଦ ନଆସିବାର ସମସ୍ୟା

ସାଧାରଣତଃ ଦେଖାଯାଇଥାଏ ଯେ ପ୍ରାୟ ଲୋକଙ୍କୁ ରାତିରେ ନିଦ ଠିକରେ ହୁଏ ନାହିଁ l ଯେଉଁଥି ପାଇଁ ସେମାନେ ବହୁତ ବିରକ୍ତ ମଧ୍ୟ ହୋଇଥାନ୍ତି l ଏହା ନିଦଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ l ଏଥି ପାଇଁ ଆପଣ ଶୋଇବା ସମୟରେ ୧ ଗ୍ଲାସ କ୍ଷୀରରେ ୧ଚାମଚ ପୋସ୍ତକ ମିଶାଇ ପିଅନ୍ତୁ l

ଅଧିକ ଶୋଷ ଲାଗିବା ସମସ୍ୟା

ପାଣି ପିଇବା ସମୟରେ ପୋସ୍ତକକୁ ପାଣି ସହ ଲଗାତାର ବ୍ୟବହାର କଲେ ବାରମ୍ବାର ଶୋଷ ଲାଗିବା ସମସ୍ୟା ଦୂର ହୋଇଥାଏ l

ପୋସ୍ତକରେ ପୋଷକତତ୍ତ୍ୱର ମାତ୍ରା ଓ ତ୍ୱଚା ପାଇଁ ଏହାର ଉପକାରିତା

ଚେହେରା ପାଇଁ ମଧ୍ୟ ପୋସ୍ତକ ବହୁତ ଭଲ ହୋଇଥାଏ l ଏହାର ପେଷ୍ଟକୁ ମୁହଁରେ ଲଗାଇ ଥଣ୍ଡା ପାଣିରେ ଧୋଇଦେଲେ ମୁହଁ ଭଲ ରହିଥାଏ l ପୋସ୍ତକ ମଞ୍ଜିରେ ବହୁ ପରିମାଣରେ ପ୍ରୋଟିନ, ଫାଇବର, ଭିଟାମିନ-ବି,କ୍ୟାଲସିୟମ୍ ଇତ୍ୟାଦି ରହିଥାଏ l

ଶ୍ୱାସ ସମ୍ବନ୍ଧୀୟ ସମସ୍ୟା

ପୋସ୍ତକର ମଞ୍ଜି ଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ l ଏହା କାଶ ଓ ଆସ୍ଥମା ଆଦି ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ l