Health & Lifestyle

ପିଅନ୍ତୁ ହଳଦୀ ପାଣି ; ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ

ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭିଟାମିନ ସି, ପୋଟାସିୟମ, ଜିଙ୍କ୍‌‌, କ୍ୟାଲସିୟମ, ପ୍ରୋଟିନ୍‌‌ ଆଦି ରହିଛି। ଯାହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ।

31 July, 2023 4:59 PM IST By: Tanushree Mahapatra

ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭିଟାମିନ ସି, ପୋଟାସିୟମ, ଜିଙ୍କ୍‌‌, କ୍ୟାଲସିୟମ, ପ୍ରୋଟିନ୍‌‌ ଆଦି ରହିଛି। ଯାହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ହଳଦୀ ନିଜ ଖାଦ୍ୟରେ ବିଭିନ୍ନ ଉପାୟରେ ସାମିଲ କରି ପାରିବେ। ମାତ୍ର ହଳଦୀ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।

ଦିନର ଆରମ୍ଭ ହଳଦୀ ପାଣିରୁ ଆରମ୍ଭ କଲେ ଅନେକ ଚମତ୍କାରୀ ଲାଭ ମିଳିଥାଏ। ଏହାର ସେବନ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା, ପାଚନ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାର ନିୟମିତ ରୂପରେ ସେବନ କଲେ ଶରୀରରୁ ଅନେକ ସଂକ୍ରାମକ ରୋଗ ଦୂରେଇ ରହିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ, ହଳଦୀ ସେବନ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଆପଣ ଏକ ଗ୍ଲାସ କ୍ଷୀରରେ ହଳଦୀ ମିଶାଇ ସେବନ କରନ୍ତୁ।

ହଳଦୀ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ସୁଚାରୁ ରୂପେ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ଏହା ପାଚନ ତନ୍ତ୍ରକୁ ମଜଭୂତ କରିଥାଏ। ଏହା ଗ୍ୟାଷ୍ଟ୍ରିକ ସମସ୍ୟାକୁ ଦୂର କରିଥାଏ l ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ହଳଦୀର ନିଶ୍ଚୟ ସେବନ କରନ୍ତୁ। ଏହାସହ ଓଜନ ହ୍ରାସ ପାଇଁ ହଳଦୀ ପାଣି ନିଶ୍ଚୟ ପିଅନ୍ତୁ। ତ୍ୱଚାକୁ ସୁନ୍ଦର ଓ ଉଜ୍ଜ୍ୱଳ କରିବା ପାଇଁ ହଳଦୀ ବେଶ ଫଳପ୍ରଦ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ସୁସ୍ଥ ରଖିବା ସହ କୁଞ୍ଚନ ଆସିବାକୁ ରୋକିଥାଏ। ନିୟମିତ ହଳଦୀ ପାଣି ପିଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇବା ସହ ଯୁବା ବୟସ ବଜାୟ ରହିଥାଏ। ଏପରି ପ୍ରସ୍ତୁତ କରନ୍ତୁ ହଳଦୀ ପାଣି l

ଏକ ପାତ୍ରରେ ଏକ କପ ପାଣି ଉଷୁମ କରନ୍ତୁ। ଅନ୍ୟ ଏକ କପରେ ଅଳ୍ପ ହଳଦୀ ଓ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏବେ ଏଥିରେ ଉଷୁମ ପାଣି ମିଶାନ୍ତୁ। ନିଜ ପସନ୍ଦ ମୁତାବକ ଅଳ୍ପ ମହୁ ମଧ୍ୟ ମିଶାଇ ପାରିବେ। ନିୟମିତ ଏହି ହଳଦୀ ପାଣିର ସେବନ କରିପାରିବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)