ବର୍ତ୍ତମାନ ୟୁରିକ୍ ଏସିଡ୍ ଅଧିକାଂଶ ଲୋକଙ୍କ ସମସ୍ୟା ହୋଇପାରିଛି l ୟୁରିକ୍ ଏସିଡ୍ ପାଇଁ ଆୟୁର୍ବେଦରେ ଔଷଧ ଭାବେ ପାନ ପତ୍ରକୁ ବ୍ୟବହାର କରାଯାଇଥାଏ । ସବୁଜ ରଙ୍ଗର ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ପୂଜାପାଠରେ ଏବଂ ବିଭିନ୍ନ ରୋଗରୁ ଉପଶମ ପାଇବା ପାଇଁ ପାନ ପତ୍ର ବ୍ୟବହାର କରାଯାଏ । ସେହିପରି ପାନ ପତ୍ର ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ଲାଭଦାୟକ l କାରଣ ଏଥିରେ ଥିବା ଔଷଧୀୟ ଗୁଣ ଖୁବ ଲାଭଦାୟକ l ପାନ ପତ୍ର ଦ୍ୱାରା ୟୁରିକ୍ ଏସିଡ୍ କିଛି ନିୟନ୍ତ୍ରଣ କରାଯାଇପାରିବ ।
ୟୁରିକ୍ ଏସିଡ୍ରେ ପାନ ପତ୍ର :-
ପାନ ପତ୍ରକୁ ଫୁଟାଇ ୟୁରିକ୍ ଏସିଡ୍ ରୋଗୀ ପିଇପାରିବେ । ଏହାକୁ ପ୍ରସ୍ତୁତ କରିବାକୁ ୨ କପ୍ ପାଣି ନିଅନ୍ତୁ ଏବଂ ସେଥିରେ ୨ ରୁ ୪ ଟି ସତେଜ ପାନ ପତ୍ର ପକାନ୍ତୁ । ପରେ ଏହି ପାଣିକୁ ଫୁଟାନ୍ତୁ ଏବଂ ଯେତେବେଳେ ପାଣି ଅଧା ହୋଇଯିବ, ସେହି ସମୟରେ ଫିଲ୍ଟର୍ କରନ୍ତୁ ଏବଂ ଉଷୁମ କରି ପିଅନ୍ତୁ ।
ପାନ ପତ୍ରକୁ ଗ୍ରାଇଣ୍ଡ୍ କରି ରସ ମଧ୍ୟ ପିଇ ପାରିବେ । ଏହା ଅଧା କପ୍ ଉଷୁମ ପାଣିରେ ମିଶାଇ ପିଅନ୍ତୁ। ଏଥିରୁ ବହୁତ ଲାଭ ମିଳିଥାଏ । ଆପଣ ଖାଲି ପାଟିରେ ପାନ ପତ୍ରକୁ ଧୋଇ ଚୋବାଇ ଖାଇପାରିବେ । ଏହି ସମୟରେ ପତ୍ରରେ ଥିବା ରସ ଶରୀରରେ ପ୍ରବେଶ କରିଥାଏ l ଯାହା ୟୁରିକ୍ ଏସିଡ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।
ଭିଟାମିନ୍ A ଏବଂ ଭିଟାମିନ୍ C ମିଳିଥାଏ ପାନ ପତ୍ରରୁ । ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି l ପାନ ପତ୍ର ସ୍କିନ୍କୁ ମଧ୍ୟ ଅନେକ ପ୍ରକାରର କ୍ଷତିରୁ ରକ୍ଷା କରେ । ପାନ ପତ୍ର ଶରୀର କୋଷ ଗୁଡିକର କ୍ଷତିକୁ ରୋକିଥାଏ l ୟୁରିକ୍ ଏସିଡ୍ ମଧ୍ୟ କମ୍ କରିଥାଏ । କୌଣସି ଘରୋଇ ଉପଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ l
Read more
Gram Suraksha Yojana: ଏହି ସ୍କିମ କରିଦେବ ଲକ୍ଷପତି !
BCA ର ନୂତନ ଲୋଗୋ ଉନ୍ମୋଚନ: ନବସୃଜନ ଏବଂ ସ୍ଥାୟୀତ୍ୱ ପାଇଁ ନୂତନ ଦୃଷ୍ଟିକୋଣ