Health & Lifestyle

ତ୍ୱଚାର ଚମକ ବଢ଼ାଇବ ବନ୍ଧାକୋବି

ପୋଷକ ତତ୍ୱ ଯୁକ୍ତ ବନ୍ଧାକୋବି ଖାଇବା ଦ୍ୱାରା, କେଶ ଓ ତ୍ୱଚାକୁ ଆବଶ୍ୟକ ପରିମାଣରେ ଭିଟାମିନ୍ ମିଳିଥାଏ । ଏହାର ରସ ମଧ୍ୟ ତ୍ୱଚା ପାଇଁ ବେଶ ଉପକାରୀ ।

14 December, 2021 11:19 AM IST By: Sudesna Nayak

ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ଅନେକ ଫେସ ପ୍ୟାକ୍ ଓ ବିଭିନ୍ନ ବ୍ୟୁଟି କ୍ରିମ ବ୍ୟବହାର କରିଥାନ୍ତି । ସେହିପରି ଅନେକ ଲୋକେ ପ୍ରାକୃତିକ ଉପାୟରେ ମଧ୍ୟ ଚେହେରାର ଚମକ ବଢ଼ାଇବା ପାଇଁ ଚେଷ୍ଟା କରିଥାନ୍ତି । ଘରୋଇ ସାମଗ୍ରୀ ତଥା ପରିବାକୁ ବ୍ୟବହାର କରି ଫେସ ମାସ୍କ ତିଆରି କରନ୍ତି । ଏହିପରି ଏକ ଘରୋଇ ପରିବା ହେଉଛି ବନ୍ଧାକୋବି । ଏଥିସହିତ ବନ୍ଧାକୋବି ଔଷଧୀୟ ଗୁଣରେ ଭରପୁର । ବନ୍ଧାକୋବି ରସ ନିୟମିତ ପିଇବା ଦ୍ୱାରା,ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବା ସହ, କେଶ ଓ ତ୍ୱଚାକୁ ମଧ୍ୟ ପୋଷଣ ମିଳିଥାଏ ।

ପୋଷକ ତତ୍ୱ ଯୁକ୍ତ ବନ୍ଧାକୋବି ଖାଇବା ଦ୍ୱାରା, କେଶ ଓ ତ୍ୱଚାକୁ ଆବଶ୍ୟକ ପରିମାଣରେ ଭିଟାମିନ୍ ମିଳିଥାଏ । ଏହାର ରସ ମଧ୍ୟ ତ୍ୱଚା ପାଇଁ ବେଶ ଉପକାରୀ । ବନ୍ଧାକୋବି ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ଲଭାକାରୀ ମଧ୍ୟ । ଏହା ତ୍ୱଚା କୁଞ୍ଚନ ଦୂର କରିବା ସହ ଚେହେରାର ଚମକ ବଢ଼ଇବାରେ ସହାୟକ ହୋଇଥାଏ । ପତ୍ରକୋବିରେ ବିଟା କେରୋଟିନ୍, ଭିଟାମିନ୍ ବି ୧, ବି ୬, ଭିଟାମିନ୍ କେ, ଇ ଓ ସି ସହିତ ଅନେକ ଭିଟାମିନ୍ ରହିଥାଏ । ଏହା ସହିତ ପତ୍ରକୋବି ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୁଏ ।

ବନ୍ଧାକୋବି ରସ, ଲେମ୍ବୁ ରସ ସହିତ ଅଣ୍ଡାର ଧଳା ଅଂଶ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ଏହା ତ୍ୱଚାର କୋମଳତା ନିମନ୍ତେ ଭଲ କାମ ଦିଏ ।

ବନ୍ଧାକୋବି ରସ, ଦହି, ଅଲିଭ୍ ଅଏଲ୍ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ୧୫ ରୁ ୨୦ ମିନିଟ ପରେ ଧୋଇବେ । ଏହା ତ୍ୱଚାର ଶୁଷ୍କତା ଦୂର କରିବାରେ ସାହାଯ୍ୟ କରେ ।

୪ ବଡ ଚାମଚ ବନ୍ଧାକୋବି ରସ ସହ ଗୋଟିଏ ଅଣ୍ଡାର ଧଳା ଅଂଶ, ୧ ଚାମଚ ମହୁ, ୨ ଚାମଚ ଚାଉଳ ପାଉଡର, ୪ରୁ ୫ ବୁନ୍ଦା ଲେମ୍ବୁ ରସ ଫେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ । ଏହାପରେ ୨୦ ମିନିଟ ପରେ ମୁହଁକୁ ଧୋଇଦିଅନ୍ତୁ ।
ଏହାଦ୍ୱାରା ତ୍ୱଚାର ଚମକ ବଢ଼ିବା ସହ ଝୁରିଆଁ ତଥା ତ୍ୱଚା କୁଞ୍ଚନ ଦୂର ହୋଇଥାଏ ।

ବନ୍ଧାକୋବି ପେଷ୍ଟ , ମହୁ, ଅଣ୍ଡାର ଧଳାଅଂଶ,ଚାଉଳ ଚୂନା,ଲେମ୍ବୁ ରସ ମିଶାଇ ଭଲଭାବେ ମିକ୍ସ କରି, ଏକ ପ୍ୟାକ୍ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ । ଏହା ତ୍ୱଚା ପାଇଁ ବହୁ ଉପକାରୀ ହୋଇଥାଏ ।

ସୁନ୍ଦର ଓଠ ପାଇଁ ହଳଦୀ

ଚେହେରାରେ ଚମକ ଆଣିବ ରସୁଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)