Health & Lifestyle

ମୂତ୍ର ରଙ୍ଗରୁ ଜାଣନ୍ତୁ ଶରୀରର ରୋଗ; ଏପରି ହିଁ ଜାଣିପାରେ ଆପଣ ସୁସ୍ଥ କି ଅସୁସ୍ଥ!

ମୂତ୍ରର ରଙ୍ଗରୁ ହିଁ ଆପଣ ଜାଣିପାରିବେ ଆପଣଙ୍କ ଶରୀରରେ ଥିବା ରୋଗ ବିଷୟରେ । ଆଜ୍ଞା ହଁ, ମଣିଷ ଶରୀରରେ ରହିଥିବା ବିଭିନ୍ନ ପ୍ରକାରର ରୋଗର ଲକ୍ଷଣ କେବଳ ରଙ୍ଗରୁ ଜଣା ପଡ଼ିଥାଏ ।

12 April, 2022 11:05 AM IST By: Sudesna Nayak

ମୂତ୍ରର ରଙ୍ଗରୁ ହିଁ ଆପଣ ଜାଣିପାରିବେ ଆପଣଙ୍କ ଶରୀରରେ ଥିବା ରୋଗ ବିଷୟରେ । ଆଜ୍ଞା ହଁ, ମଣିଷ ଶରୀରରେ ରହିଥିବା ବିଭିନ୍ନ ପ୍ରକାରର ରୋଗର ଲକ୍ଷଣ କେବଳ ରଙ୍ଗରୁ ଜଣା ପଡ଼ିଥାଏ । ସ୍ୱାଭାବିକ ରଙ୍ଗଠାରୁ ମୁତ୍ରର ରଙ୍ଗ (Color Of Urine)ବଦଳିଲେ ଏହି ଲକ୍ଷଣ ଶରୀରରେ ଥିବା ରୋଗ ସମ୍ପର୍କରେ ଆମକୁ ଆଗୁଆ ସୂଚନା ମିଳିଯାଇଥାଏ ।

ସୂଚନା ଅନୁଯାୟୀ, ସାଧାରଣ ଭାବେ ମୂତ୍ରର ରଙ୍ଗ (Color Of Urine)ଇଶତ ହଳଦିଆ ହୋଇଥାଏ । ଏବେ ଚାଲନ୍ତୁ ଜାଣିବା ମୂତ୍ରର ରଙ୍ଗରୁ ଶରୀରରେ ରହିଥିବା ବିଭିନ୍ନ ରୋଗର ସୂଚନା କିପରି ମିଳିଥାଏ...

ଇଶତ ହଳଦିଆରୁ ଗାଢ଼ ହଳଦିଆ,ଜାଣନ୍ତୁ...

ଯଦି ଆପଣଙ୍କ ମୁତ୍ରର ରଙ୍ଗ (Color Of Urine)ଗାଢ଼ ହଳଦିଆ ରଙ୍ଗ ଧାରଣ କରିଛି, ତେବେ ଏହା ଶରୀରରେ ହିମୋଗ୍ଲୋବିନ ହ୍ରାସ ତଥା ଭିଟାମିନ୍ ଡିର ଅଭାବର ଲକ୍ଷଣ । ଶରୀରରେ ୟୁରୋକମ ପିଗମେଣ୍ଟ ବୃଦ୍ଧି ପାଇଲ ମୂତ୍ରର ରଙ୍ଗ (Color Of Urine)ଗାଢ଼ ହଳଦିଆ ହୋଇଯାଏ । ସଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ଏହା ବିଘଟିତ ହୋଇଯାଏ ମାତ୍ର ପାଣି କମ ପିଇଲେ ମୂତ୍ରର ରଙ୍ଗ ହଳଦିଆ ରହିଥାଏ ।

ଇଶତ ହଳଦିଆରୁ ସ୍ୱଚ୍ଛ,ଜାଣନ୍ତୁ...

ଯଦି ଆପଣଙ୍କ ମୂତ୍ରର ରଙ୍ଗ (Color Of Urine)ପାଣି ପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ରହୁଥାଏ, ତେବେ ଏହା ହେପାଟାଇଟିସ ଓ ଲିଭର ସମସ୍ୟାର ଲକ୍ଷଣ ପ୍ରକାଶ କରିଥାଏ । ଶରୀର ହାଇଡ୍ରେଟେଡ ରହୁଥିଲେ ମୂତ୍ରର ରଙ୍ଗ ସ୍ୱଚ୍ଛ ରହିଥାଏ । ନିୟମିତ ଭାବରେ ମୁତ୍ର ରଙ୍ଗ ସ୍ୱଚ୍ଛ ରହୁଥିଲେ ଆପଣ ଜାଣି ରକିବା ଉଚିତ ହେବ ଯେ ଆପଣ ଆବଶ୍ୟକତାଠାରୁ ଅଧିକ ପରିମାଣରେ ପାଣି ପିଉଛନ୍ତି । ଆପଣଙ୍କୁ ପାଣି ପିଇବା ସାମାନ୍ୟ କମ କରିବାକୁ ପଡିବ ।

ଇଶତ ହଳଦିଆରୁ ଲାଲ ଓ ଗୋଲାପୀ,ଜାଣନ୍ତୁ...

ଯଦି ଆପଣଙ୍କ ମୂତ୍ରର ରଙ୍ଗ (Color Of Urine)ଲାଲ୍ କିମ୍ବା ଗୋଲାପୀ ରହୁଛି, ତେବେ ଏହା ପ୍ରୋଷ୍ଟେଟ୍, କିଡନୀ ଷ୍ଟୋନ, ମୂତ୍ରାଶୟ ଓ କିଡନୀ ଟ୍ୟୁମର ପରି ରୋଗର ସୂଚନା ଦେଇଥାଏ । ଯଦିଓ କିଛି ଖାଦ୍ୟର ପ୍ରଭାବରେ ବେଳେବେଳେ ମୂତ୍ରର ରଙ୍ଗ ଲାଲ କିମ୍ବା ଗୋଲାପୀ ହୋଇଯାଏ । କିନ୍ତୁ ନିୟମିତ ମୂତ୍ରର ରଙ୍ଗ ଲାଲ କିମ୍ବା ଗୋଲାପି ରହୁଥିଲେ ତୁରନ୍ତ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଇଶତ ହଳଦିଆରୁ ନୀଳ,ଜାଣନ୍ତୁ...

ଯଦି ଆପଣଙ୍କ ମୂତ୍ରର ରଙ୍ଗ (Color Of Urine)ନୀଳ ରଙ୍ଗ, ତେବେ ଏହା କିଡନୀ ଓ ମୂତ୍ରାଶୟ ସଂକ୍ରମଣର ସୂଚନା ଦେଇଥାଏ । ଅଧିତ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ମଧ୍ୟ ମୂତ୍ର ରଙ୍ଗ ନୀଳ ହୋଇଯାଇଥାଏ । ଚକୋଲେଟରେ ଥିବା ମେଥିଲିନ୍ ବ୍ଲ୍ୟୁ କାରଣରୁ ମୂତ୍ରର ରଙ୍ଗ ନୀଳ ହୋଇଯାଇଥାଏ ।

ଇଶତ ହଳଦିଆରୁ ଗାଢ ଧୂସର,ଜାଣନ୍ତୁ...

ଆପଣଙ୍କ ମୁତ୍ରର ରଙ୍ଗ (Color Of Urine)ମାଟି ପରି ଗାଢ଼ ଧୂସର ରଙ୍ଗ ହୋଇଥିଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ଏହା ଲିଭର ସଂକ୍ରମଣର ପ୍ରାକ୍ ସୂଚନା ପ୍ରଦାନ କରିଥାଏ । ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଲେ ବେଳେବେଳେ ମୂତ୍ରର ରଙ୍ଗ ଗାଢ ଧୂସର ହୋଇଥାଏ ।

ଯଦି ଆପଣମାନେ ପାଣି ଏବଂ ଖାଦ୍ୟ ସଠିକ ଭାବରେ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ନିଅନ୍ତୁ ।

ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହାନିକାରକ କ୍ଷୀର,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

ଏହି ଗୋଟିଏ ପତ୍ର ୧୬ଟି ରୋଗକୁ ଦୂର କରିବ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)