Health & Lifestyle

ପ୍ରତିଦିନ ଖାଆନ୍ତୁ ଅଦା, ବଡ଼ ବଡ଼ ରୋଗରୁ ମିଳିବ ଉପଷମ..

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଆକ୍ଟିଭ୍ ରଖିବା ପାଇଁ ପ୍ରତିଦିନ ଅଦା ମିଶା ଚା’ ପିଇଥାନ୍ତି । ଯାହାଫଳରେ ସେମାନେ ଦିନସାରା ନିଜକୁ ଫିଟ୍ ଅନୁଭବ କରିଥାନ୍ତି । ବିଶେଷତ ଭାବରେ ଭାରତୀୟମାନଙ୍କ ରୋଷେଇ ଘରେ ଅଦା ବିନା ଖାଦ୍ୟ ଅସମ୍ପୂର୍ଣ୍ଣ ଅଟେ । ପନିପରିବା କିଣିବା ବେଳେ ଅଦା କିଣିବାଟା ଥୟ ଥାଏ । ଏଠାରେ ଆମେ କହି ରଖିବାକୁ ଚାହୁଛୁ ଯେ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କେବଳ ଅଦା ବ୍ୟବହାର କରାଯାଇ ନଥାଏ । ବରଂ ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ ଅଦା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

12 July, 2023 7:00 AM IST By: Priyambada Rana

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଆକ୍ଟିଭ୍ ରଖିବା ପାଇଁ ପ୍ରତିଦିନ ଅଦା ମିଶା ଚା’ ପିଇଥାନ୍ତି । ଯାହାଫଳରେ ସେମାନେ ଦିନସାରା ନିଜକୁ ଫିଟ୍ ଅନୁଭବ କରିଥାନ୍ତି । ବିଶେଷତ ଭାବରେ ଭାରତୀୟମାନଙ୍କ ରୋଷେଇ ଘରେ ଅଦା ବିନା ଖାଦ୍ୟ ଅସମ୍ପୂର୍ଣ୍ଣ ଅଟେ । ପନିପରିବା କିଣିବା ବେଳେ ଅଦା କିଣିବାଟା ଥୟ ଥାଏ । ଏଠାରେ ଆମେ କହି ରଖିବାକୁ ଚାହୁଛୁ ଯେ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କେବଳ ଅଦା ବ୍ୟବହାର କରାଯାଇ ନଥାଏ । ବରଂ ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ ଅଦା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଜିଙ୍କ, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପରି ଅନେକ ପୋଷକ ତତ୍ତ୍ୱ ଅଦାରେ ଭରି ରହିଥାଏ ।ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ଆୟୁର୍ବେଦ ଚିକିତ୍ସକଙ୍କ କହିବାନୁସାରେ ଯଦି ଆପଣ ଅଦାକୁ ଏକ ମାସ ଧରି ଲଗାତାର ଭାବେ ଖାଆନ୍ତି, ତେବେ ଏହା ନିଶ୍ଚିତ ଭାବରେ ହାଇ କୋଲେଷ୍ଟ୍ରଲ୍, ଆର୍ଥ୍ରାଇଟିସ୍, କର୍କଟ ଏବଂ ପେଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଏହାର ଲାଭ ବିଷୟରେ ଆସନ୍ତୁ ଜାଣିବା:

ପେଟ ରୋଗରେ ଲାଭଦାୟକ-

ଆମେ ପ୍ରତିଦିନ ବିଭିନ୍ନ ଖାଦ୍ୟ ପଦାର୍ଥରେ ମିଶାଇ ଅଦା ଖାଇଥାଉ ।ତେଣୁ ଏହା ପେଟ ସମ୍ବନ୍ଧୀୟ ରୋଗର ଆଶଙ୍କା ହ୍ରାସ କରିଥାଏ । ଅଦାରେ ମିଳୁଥିବା ଫେନୋଲିକ୍ ଏସିଡ୍ ପେଟର ଉତ୍ତେଜନା-ଅମ୍ଳତାକୁ ହ୍ରାସ କରିଥାଏ । ଅଦା ଆମ ହଜମ ଶକ୍ତିକୁ ମଜବୁତ କରିବା ସହିତ ଗ୍ୟାସ, ଯନ୍ତ୍ରଣା, ଡାଇରିଆ ଭଳି ରୋଗକୁ ମଧ୍ୟ ଶରୀରର ଠାରୁ ଦୂରେଇ ରଖିଥାଏ । ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

କର୍କଟ ରୋଗ ପ୍ରତିରୋଧ-

ଅଦା କର୍କଟ ଭଳି ଗମ୍ଭୀର ରୋଗର ପ୍ରତିରୋଧରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ସୃଷ୍ଟି କରୁଥିବା କୋଷଗୁଡିକ ସହିତ ଲଢ଼ିବା ଏବଂ ପ୍ରତିରୋଧ କରିବାରେ ସାହାଯ୍ୟ କରେ । ଏଠାରେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଅଦା ଆପୋପ୍ଟୋସିସ୍ ଧାରଣ କରିଥାଏ, ଯାହା ଟ୍ୟୁମର୍ ଏବଂ କର୍କଟ କୋଷକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।ଆହୁରି ମଧ୍ୟ, ସବୁଠାରୁ ଭଲ କଥା ହେଉଛି ଏହା ଚର୍ମ କର୍କଟ ବିରୁଦ୍ଧରେ ଲଢ଼ିବା ପାଇଁ ମଧ୍ୟ ବହୁତ ସହାୟକ ହୋଇଥାଏ ।ଯଦି ଆପଣ କୋଲୋନ୍ କର୍କଟ ପରି ଏକ ଗମ୍ଭୀର ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ପ୍ରତିଦିନ ନିଶ୍ଚିତ ଭାବରେ ଅଦା ଖାଆନ୍ତୁ ।

 

ପେଟ ଘାକୁ ଭଲ କରିଥାଏ-

ପେଟର ଅଲସରକୁ ଭଲ କରିବା ପାଇଁ ଅଦା ମଧ୍ୟ ବ୍ୟବହୃତ ହୋଇଥାଏ । ଯଦି ଆପଣ ପ୍ରତିଦିନ ଅଦା ଖାଆନ୍ତି, ତେବେ ଏହା ପେଟ ଘା’ର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ । ଅଲସର୍ସ ଜୀବାଣୁ ଦ୍ୱାରା ବୃଦ୍ଧି ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଅଦା ଖାଆନ୍ତି, ତେବେ ଏହି ଜୀବାଣୁ ବୃଦ୍ଧି ପାଇବ ନାହିଁ ଏବଂ ଅଲସର ହେବାର ଆଶଙ୍କା ମଧ୍ୟ ଏଡ଼ାଇ ଦିଆଯିବ ।

ଆର୍ଥ୍ରାଇଟିସ୍ ଦୂର ହୁଏ-

ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆର୍ଥ୍ରାଇଟିସ୍ ଏବଂ ରିଉମାଟିଜିମ୍ ନିୟନ୍ତ୍ରଣ କରିବାରେ ଏବଂ ଯନ୍ତ୍ରଣାକୁ ରୋକିବାରେ ସହାୟକ ହୋଇଥାଏ ।ଅଦା ଖାଇବା ଦ୍ୱାରା ହାଡକୁ ମଜବୁତ କରାଯାଏ ଏବଂ ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ ।

ଆଲଜାଇମର ପାଇଁ ଲାଭଦାୟକ-

ଆଲଜାଇମର ଭଳି ଏକ ଗମ୍ଭୀର ରୋଗରେ ଅଦା ଖାଇବା ଅତ୍ୟନ୍ତ ଲାଭଦାୟକ । ଅଦା ଟେନସନ ଏବଂ ଶାରୀରିକ ଦୁର୍ବଳତାକୁ ଦୂର କରିଥାଏ ଏବଂ ସ୍ମୃତି ଶକ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ । ଅଦାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମସ୍ତିଷ୍କର ପ୍ରଦାହକୁ ଭଲ କରି ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ।

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି-

ପ୍ରତିଦିନ ଅଦା ଖାଇବା ଦ୍ୱାରା ପିରିୟଡ଼ ଯନ୍ତ୍ରଣାରେ ଆରାମ ଦେଇଥାଏ । ପିରିୟଡ଼ ସମୟରେ, ଯଦି ଆପଣ ଅଦା ପାଉଡର ଖାଉଛନ୍ତି କିମ୍ବା ଏହାକୁ ପାଣିରେ ଫୁଟାଇ ପିଉଛନ୍ତି  ଏହା ସେହି ସମୟର ଯନ୍ତ୍ରଣାରୁ ଆରାମ ଦେବାରେ ସାହାଯ୍ୟ କରିଥାଏ ।

ଘରେ ଛୋଟ ଛୁଆଙ୍କୁ ଦେଉଛନ୍ତି ଚା’? ଜାଣନ୍ତୁ ଏହା କେତେ କ୍ଷତିକାରକ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)