Health & Lifestyle

ଡାଏଟ ସମୟରେ ଶରୀର ପାଇଁ କ୍ଷତିକାରକ ଏହି ଫଳ

ଡାଏଟିଂ କରିବା ସମୟରେ ସମସ୍ତେ ସାଧାରଣତଃ ଫଳ ଖାଆନ୍ତି | କିନ୍ତୁ ଆପଣ ଜାଣିଛନ୍ତିକି , ଫଳ ଖାଇବା ଦ୍ୱାରା ମଧ୍ୟ ଓଜନ ବୃଦ୍ଧି ହୋଇଥାଏ | କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ବହୁତ ଅଧିକ ଥାଏ, ଯାହାଫଳରେ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ |

18 June, 2022 4:43 PM IST By: Rajashree

ଆଜିକାଲି ଯୁବପିଢ଼ିଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ଉପୁଜିଛି ଓଜନ ବୃଦ୍ଧି, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ଜିନିଷ ଖାଇବା ଛାଡି ଦେଇ ଡାଏଟିଂ ଆରମ୍ଭ କରୁଛନ୍ତି | ଡାଏଟିଂ କରିବା ସମୟରେ ସମସ୍ତେ ସାଧାରଣତଃ ଫଳ ଖାଆନ୍ତି | କିନ୍ତୁ ଆପଣ ଜାଣିଛନ୍ତିକି , ଫଳ ଖାଇବା ଦ୍ୱାରା (disadvantages of fruits)ମଧ୍ୟ ଓଜନ ବୃଦ୍ଧି ହୋଇଥାଏ |

କାରଣ ଅଧିକାଂଶ ଫଳରେ କ୍ୟାଲୋରୀର ମାତ୍ରା ବହୁତ ଅଧିକ ଥାଏ, ଯାହାଫଳରେ ଓଜନ କମିବା ବଦଳରେ ବଢ଼ିବାକୁ ଲାଗେ | ଆଜି ଆସନ୍ତୁ ଜାଣିବା ଡାଏଟିଂ କରିବା ବେଳେ କେଉଁ ଫଳ (disadvantages of fruits) ଖାଇବା ଅନୁଚିତ |

କଦଳୀ:

ସାଧାରଣତଃ କଦଳୀ(Banana)ସବୁ ବର୍ଗର ଯୁବପିଢିଙ୍କ ଖୁବ ପସନ୍ଦ ହୋଇଥାଏ | କଦଳୀକୁ ଏକ ସୁପରଫୁଡ୍ ବୋଲି ମଧ୍ୟ କୁହାଯାଏ | କିନ୍ତୁ ଆପଣ ଜାଣିଛନ୍ତିକି ,କଦଳୀରେ କ୍ୟାଲୋରୀ ଭରପୁର ମାତ୍ରାରେ ରହିଛି। ଗୋଟିଏ କଦଳୀରେ ପ୍ରାୟ ୧୫୦ କ୍ୟାଲୋରୀ ଥାଏ, ଯାହା ପ୍ରାୟ ୩୭.୫ ଗ୍ରାମ କାର୍ବୋହାଇଡ୍ରେଟ୍ ସହ ସମାନ । ତେଣୁ ଯଦି ଆପଣ ଡାଏଟିଂରେ ରହି ପ୍ରତିଦିନ ୨ରୁ୩ଟି କଦଳୀ (Banana) ଖାଉଛନ୍ତି ତେବେ ଏହା ଓଜନ କମାଇବା ବଦଳରେ ବଢ଼ାଇପାରେ। ଡାଏଟିଂ କରୁଥିବା ବ୍ୟକ୍ତି ଦିନକୁ କେବଳ ଗୋଟିଏ କଦଳୀ ଖାଇବା ଉଚିତ।

ଅଙ୍ଗୁର:

ଅଙ୍ଗୁରୁ (grapes)ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ , କିନ୍ତୁ ଅଙ୍ଗୁରୁରେ ଅଧିକମାତ୍ରାରେ ସର୍କରା ଜାତୀୟ ପଦାର୍ଥ ରହିଥିବାରୁ ଏହା ଶରୀରରେ ଓଜନ ବଢ଼ାଇବା କାମ କରେ | ୧୦୦ ଗ୍ରାମ ଅଙ୍ଗୁରରେ ୬୭ କ୍ୟାଲୋରୀ ଏବଂ ୧୬ ଗ୍ରାମ ଚିନି ଅଛି। ଯଦି ଆପଣ ଏହାକୁ ନିୟମିତ ରୂପେ ଖାଉଛନ୍ତି ତେବେ ଓଜନ ବଢ଼ିପାରେ। ତେଣୁ ଆପଣ ଯଦି ଡାଏଟିଂରେ ଅଛନ୍ତି ତା’ହେଲେ ଅଙ୍ଗୁର (grapes)ଖାଇବାଠାରୁ ଦୂରେଇ ରୁହନ୍ତୁ।

କିସମିସ:

ଡ୍ରାଏ ଫ୍ରୁଟସ ମଧ୍ୟରେ କିସମିସରେ (kismis)ଅଧିକ ମାତ୍ରାରେ କ୍ୟାଲୋରୀ ରହିଛି | ଅଙ୍ଗୁର ତୁଳନାରେ ଏକ ଗ୍ରାମ କିସମିସରେ (kismis) ଅଧିକ କ୍ୟାଲୋରୀ ଥାଏ ବୋଲି କୁହାଯାଉଛି। ଏକ କପ କିସମିସରେ ପାଖାପାଖି ୫୦୦ କ୍ୟାଲୋରୀ ଅଛି। ତେଣୁ ଡାଏଟିଂ କରୁଥିବା ବ୍ୟକ୍ତି କିସମିସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ଆଭୋକାଡୋ:

ଆଭୋକାଡୋ (avocado)ଖାଇଲେ ମଧ୍ୟ ଓଜନ ବୃଦ୍ଧି ହୋଇଥାଏ | ଅଧିକ କ୍ୟାଲୋରୀ ଯୁକ୍ତ ଫଳ ମଧ୍ୟରୁ ଆଭୋକାଡୋ(avocado) ଅନ୍ୟତମ | ୧୦୦ ଗ୍ରାମ ଆଭୋକାଡୋରେ ପ୍ରାୟ ୧୬୦ କ୍ୟାଲୋରୀ ଥାଏ। ଏହାକୁ ଅଧିକ ଖାଇଲେ ଓଜନ ବଢ଼ିପାରେ। ଆପଣ ଚାହିଁଲେ ଏହି ଫଳକୁ କମ ମାତ୍ରାରେ ନିଜ ଡାଏଟରେ ସାମିଲ କରିପାରବେ।

ଆମ୍ବ:

ଆମ୍ବ (mango) ଦେଖିବାକୁ ଯେତିକି ସୁନ୍ଦର ପାଟିକୁ ବି ସେତିକି ମଧୁର | ଆମ୍ବ ଏମିତି ଏକ ଫଳ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି | ଆମ୍ବକୁ (mango) ଫଳମାନଙ୍କ ରାଜା କୁହାଯାଏ। କାରଣ ଅନ୍ୟ ଫଳ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହେଉଛି ଆମ୍ବ(mango) । ଗୋଟିଏ ଖଣ୍ଡ ଆମ୍ୱରେ ୯୯ କ୍ୟାଲୋରୀ ରହିଛି, ୨୩ ଗ୍ରାମ ଚିନି ଏବଂ ୩ ଗ୍ରାମ ଫାଇବର ରହିଛି। ଯଦି ଆପଣ ଡାଏଟିଂରେ ରହି ଓଜନ ହ୍ରାସ କାରିବାକୁ ଚାହୁଁଛନ୍ତି, ତେବେ ସୀମିତ ପରିମାଣରେ ଆମ୍ବ ଖାଇବା ଭଲ।

ଫଳ ସହ ମିଠା ମିଶାଇ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ,ନଚେତ୍...

ଡାଏଟିଂରେ ଥିଲେ ଏହି ସବୁ ଫଳ ଠାରୁ ଦୂରେଇ ରୁହନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)