Health & Lifestyle

ଡ୍ରାଗନ୍ ଫ୍ରୁଟ୍ ବିଷୟରେ ଆପଣ ଜାଣନ୍ତି କି ? ?

ଆପଣମାନେ ବହୁତ ପ୍ରକାରର ଫଳ ଖାଇଥିବେ, କିନ୍ତୁ ଆପଣ କେବେ ଡ୍ରାଗନ୍ ଫ୍ରୁଟ୍ ଖାଇଛନ୍ତି କି ? ଏହି ଫଳରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଥାଏ l ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l ଆସନ୍ତୁ ଆଜି ଡ୍ରାଗନ୍ ଫ୍ରୁଟ୍ ସହିତ ଜଡିତ ଥିବା କିଛି ତଥ୍ୟ ବଷୟରେ ଜାଣିବା ଏହି ଲେଖା ମାଧ୍ୟମରେ l

18 September, 2021 12:33 PM IST By: Sugyan Kumar Nayak

ଆପଣମାନେ ବହୁତ ପ୍ରକାରର ଫଳ ଖାଇଥିବେ, କିନ୍ତୁ ଆପଣ କେବେ ଡ୍ରାଗନ୍ ଫ୍ରୁଟ୍ ଖାଇଛନ୍ତି  କି ? ଏହି ଫଳରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ଥାଏ l ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l  ଆସନ୍ତୁ ଆଜି ଡ୍ରାଗନ୍ ଫ୍ରୁଟ୍ ସହିତ ଜଡିତ ଥିବା କିଛି ତଥ୍ୟ ବଷୟରେ ଜାଣିବା ଏହି ଲେଖା ମାଧ୍ୟମରେ l

ଡ୍ରାଗନ୍ ଫ୍ରୁଟ୍ କଣ ଓ ଏହାର ପୋଷକତତ୍ତ୍ୱ 

ଏହା ଏକ ଏମିତି ଫଳ ଅଟେ ଯାହାର ରଙ୍ଗ ହାଲୁକା ଗୋଲାପୀ ହୋଇଥାଏ l ଯାହାର ସ୍ୱାଦ ତରଭୁଜ ଓ କ୍ୱିଇ ପରି ଲାଗିଥାଏ l ଏହା ମୁଖ୍ୟତଃ ଆମେରିକା, ଦକ୍ଷିଣ ଏସିଆରେ ବେଶୀ ଦେଖିବାକୁ ମିଳିଥାଏ l ଏଥିରେ ବହୁତ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ l ଏହି ଫଳରେ କ୍ୟାଲସିୟମ୍, ଫସଫରସ, ଭିଟାମିନ-ବି୨,ଭିଟାମିନ-ସି ଆଦି ପୋଷକତତ୍ତ୍ୱ ଥାଏ l ଏହା ଖାଇବା ଦ୍ଵାରା ରୋଗ ପ୍ରତିରାଧକ ଶକ୍ତି ବଢିଥାଏ l

ଡ୍ରାଗନ୍ ଫ୍ରୁଟର ପ୍ରକାର  

ଡ୍ରାଗନ୍ ଫ୍ରୁଟ ସାଧାରଣତଃ ୩ ପ୍ରକାରର ହୋଇଥାଏ l ଏହା ଲାଲ, ଧଳା ଓ ଗୋଲାପୀ ରଙ୍ଗର ହୋଇଥାଏ l ଗୋଲାପୀ ରଙ୍ଗର ଫଳ ଲୋକଙ୍କର ଖୁବ ପସନ୍ଦ ହୋଇଥାଏ l ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ l କ୍ୟାନ୍ସର ଓ ଟିଉମରରୁ ରକ୍ଷା କରେ l ଡ୍ରାଗନ ଫ୍ରୁଟରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ରେଡ଼ିକାଲରୁ

ହେଉଥିବା କ୍ୟାନ୍ସରର କୋଷର ଉତ୍ପାଦନକୁ ରୋକିବାରେ ସାହାଯ୍ୟ କରିଥାଏ l ଏହି ଫଳରେ ଏମିତି ଗୁଣ ରହିଥାଏ ଯାହା ଟ୍ୟୁମରକୁ ମଧ୍ୟ ହ୍ରାସ କରିଥାଏ l ଏହି ଫଳ ଖାଇବା ଦ୍ୱାରା ପ୍ରୋଟିନ ମିଳିଥାଏ l ଏଥିରେ ଓଜନ ବଢେ ନାହିଁ l ଏହା ତ୍ୱଚା ,କେଶ ଓ ଆସ୍ଥମା ରୋଗ ପାଇଁ ମଧ୍ୟ ଉପକାରୀ ଅଟେ l ଏତେ ସବୁ ସ୍ୱାସ୍ଥ୍ୟ ଉପଯୋଗୀ ପୋଷକତତ୍ତ୍ୱ ଏହି ଫଳରେ ରହିଥିବା ଯୋଗୁଁ ବଜାରରେ ଏହାର ଚାହିଦା ବହୁତ l ଏହା ଏକ ବିଦେଶୀ ଫଳ ହେଲେ ମଧ୍ୟ ଦିନକୁ ଦିନ ଏହା ଅଧିକ ପରିମାଣରେ ବଜାରରେ ଉପଲବ୍ଧ ହେଉଛି l କେତେକ ଉତ୍ସାହୀ କୃଷକ ଏହାକୁ ଭାରତରେ ବ୍ୟବସାୟିକ ଭିତିରେ ଚାଷ କରି ସଫଳତା ମଧ୍ୟ ପାଇଲେଣି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)