Health & Lifestyle

ଲାଜକୁଳୀ ଲତା: ଆପଣ ଜାଣନ୍ତି କି ଏହାର ଗୁଣ ? ?

ଆପଣମାନେ ଲାଜକୁଳୀ ଗଛ ଦେଖିଥିବେ l ଏହା ଏକ ସମ୍ବେଦନଶୀଳ ଗଛ ଅଟେ l ଯାହାକୁ ଛୁଇଁବା ଦ୍ଵାରା ଏହା ସଂକୁଚିତ ହୋଇଯାଇଥାଏ l ଏହି ପତ୍ରରେ ଆଣ୍ଟିଭାଇରଲ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି l

21 September, 2021 1:53 PM IST By: Sugyan Kumar Nayak

ଆପଣମାନେ ଲାଜକୁଳୀ ଗଛ ଦେଖିଥିବେ l ଏହା ଏକ ସମ୍ବେଦନଶୀଳ ଗଛ ଅଟେ l ଯାହାକୁ ଛୁଇଁବା ଦ୍ଵାରା ଏହା ସଂକୁଚିତ ହୋଇଯାଇଥାଏ l ଏହି ପତ୍ରରେ ଆଣ୍ଟିଭାଇରଲ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି l ତେଣୁ ଏହାର ବ୍ୟବହାରରେ ବହୁତ ବଡ଼ ବଡ଼ ରୋଗର ଉପଚାର କରାଯାଇଥାଏ l

ଲାଜକୁଳୀ ଲତାର ଔଷଧୀୟ ଗୁଣ

ଆୟୁର୍ବେଦରେ ଲାଜକୁଳୀ ଲତାକୁ ଜଡ଼ିବୁଟୀ ଭାବେ ବ୍ୟବହାର କରାଯାଏ l ଏହାର ପତ୍ର ସବୁଜ ରଙ୍ଗର ଦେଖାଯାଏ l ଏହି ପତ୍ର ତେନ୍ତୁଳି ପତ୍ର ପରି ଦେଖାଯାଇଥାଏ l ଆସନ୍ତୁ ଜାଣିବା ଏହା କେଉଁଥିରେ ବ୍ୟବହାର କରାଯାଏ l

ମଧୁମେହରେ ଲାଜକୁଳୀ ଲତାର ବ୍ୟବହାର

ଏହି ପତ୍ର ଶରୀରରେ ବଢିଥିବା ଉଚ୍ଚ ରକ୍ତ ଶର୍କରାର ସ୍ତରକୁ ହ୍ରାସ କରିଥାଏ l ୩୫୦ ଗ୍ରାମ ପାଣିରେ ୧୦୦ ଗ୍ରାମ ପତ୍ରକୁ ଭିଜାଇ ପିଅନ୍ତୁ  l

ଡାଇରିଆ ଓ ଆସ୍ଥମା ସମସ୍ୟାରେ ଏହାର ବ୍ୟବହାର

ଯଦି କାହାର ପାଇଲସ୍ ସମସ୍ୟା ଥାଏ, ସେମାନଙ୍କୁ ଲାଜକୁଳୀ ପତ୍ର ବ୍ୟବହାର କରିବା ଦରକାର l ଏହା ପାଇଁ ଲାଜକୁଳୀ ଲତାର ପତ୍ରର ବଟାକୁ ଦହି ସହ ମିଶାଇ ଖାଇଲେ ଉପଶମ ମିଳିଥାଏ l ଏହି ପତ୍ରରେ କଫ ଦୂର କରିବାରେ ଗୁଣ ରହିଥାଏ l ତେଣୁ ଆସ୍ଥମା ସମସ୍ୟା ଥିବା ଲୋକ ଏହାକୁ ବ୍ୟବହାର କରିବା ଉଚିତ l

ଜଣ୍ଡିସ୍ ରୋଗ ପାଇଁ ଏହାର ବ୍ୟବହାର

ଜଣ୍ଡିସ ଏକ ଏମିତି ରୋଗ ଅଟେ ଯାହାର ଉପଚାର ଠିକ ସମୟରେ କରାନଗଲେ ରୋଗୀର ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଥାଏ l ଲାଜକୁଳୀ ପତ୍ରର ରସକୁ ବାହାର କରି ରୋଗୀକୁ ପିଇବା ପାଇଁ ଦେଲେ ସପ୍ତାହ ମଧ୍ୟରେ କାମ କରିଥାଏ l ଜଦି କାହାକୁ ମୂତ୍ରଜନିତ ସମସ୍ୟା ଥାଏ, ଏହାର ପାଣିକୁ ନିୟମିତ ପିଇଲେ  ଓ ଏହାର ଲେପ ଲଗାଇଲେ ଉପଶମ ମିଳିଥାଏ l

ତେଣୁ ବନ୍ଧୁଗଣ ଏହି ଲାଜକୁଳୀ ଲତାର ଆମ ଜୀବନରେ ଅନେକ ଭୂମିକା ରହିଛି l ଆଶl କରେ ଆମର ଏହି ଲେଖାଟି ଆପଣଙ୍କ ଉପକାରରେ ଆସିବ l