Health & Lifestyle

ଓଜନ ହ୍ରାସ କରିବାକୁ ଚାହାନ୍ତି କି ? ଖାଆନ୍ତୁ ଟମାଟୋ

ଟମାଟୋ ତରକାରୀରେ ପଡିଲେ ଯେତିକି ସୁଆଦିଆ ଲାଗେ, ସେଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ବେଶ୍‍ ଲାଭଦାୟକ ହୋ‍ଇଥାଏ। ଏହା କର୍କଟ, ମଧୁମେହ ଏବଂ ହୃଦରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗରୁ ସୁରକ୍ଷା ଦେଇଥାଏ। ଟମାଟୋର ବୈଜ୍ଞାନିକ ନାମ ହେଉଛି ସୋଲାନମ୍ ଲାଇକୋପର୍ସିକମ୍ l

20 July, 2021 10:01 AM IST By: Sugyan Kumar Nayak

ଟମାଟୋ ତରକାରୀରେ ପଡିଲେ ଯେତିକି ସୁଆଦିଆ ଲାଗେ, ସେଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ବେଶ୍‍ ଲାଭଦାୟକ ହୋ‍ଇଥାଏ। ଏହା କର୍କଟ, ମଧୁମେହ ଏବଂ ହୃଦରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗରୁ ସୁରକ୍ଷା ଦେଇଥାଏ। ଟମାଟୋର ବୈଜ୍ଞାନିକ ନାମ ହେଉଛି ସୋଲାନମ୍ ଲାଇକୋପର୍ସିକମ୍ l ଓଜନ ହ୍ରାସ କରିବା ପାଇଁ ଓ ରକ୍ତଚାପ ସ୍ତର ଠିକ୍‍ ରଖିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଟମାଟୋ ଅତ୍ୟନ୍ତ ଲାଭଦାୟକ ଅଟେ । ମଧୁମେହ ପରିଚାଳନା କରିବା ସହିତ ଏହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟମାଟୋ ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାସହିତ, ଟମାଟୋ କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରେ । ଆମେରିକାନ୍‍ ଇନଷ୍ଟିଚ୍ୟୁଟ୍ ଫର କ୍ୟାନସରର ରିସର୍ଚ୍ଚ ଅନୁଯାୟୀ, ଟମାଟୋରେ ଲାଇକୋପିନ୍ ଆଣ୍ଟିକ୍ୟାନ୍ସର୍ ଗୁଣ ରହିଥାଏ । ଏପରିକି ଲାବୋରେଟୋରୀ ଅଧ୍ୟୟନରୁ ଜଣାପଡିଛି ଯେ ଟମାଟୋରେ ଥିବା ଉପାଦାନଗୁଡ଼ିକ ଅନେକ କର୍କଟ କୋଷର ବିସ୍ତାରକୁ ରୋକିଛନ୍ତି । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଟମାଟୋରେ ପୋଟାସିୟମ୍ ମଧ୍ୟ ଭରପୂର ହୋ‍ଇଥାଏ। ପୋଟାସିୟମ୍ ସୋଡିୟମର ପ୍ରଭାବକୁ ହ୍ରାସ କରିଥାଏ ।

ଟମାଟୋ କରେ ଓଜନ ହ୍ରାସ

ଏକ ଅଧ୍ୟୟନ ଅନୁଯାୟୀ, ଟମାଟୋ ରସ ଶରୀରର ଓଜନ, ଶରୀରର ଚର୍ବି ଏବଂ ଅଣ୍ଟା ପରିସରକୁ ଯଥେଷ୍ଟ ହ୍ରାସ କରିପାରେ । ଏହା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ହ୍ରାସ କରିଥାଏ ଯାହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ । ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ହେବା ବ୍ୟତୀତ ଟମାଟୋ ଫାଇବରରେ ଭରପୂର ଓ ଏଥିରେ କ୍ୟାଲୋରୀ କମ୍ ଥାଏ, ଯାହାଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋ‍ଇଥାଏ ।

ଟମାଟୋ ଚର୍ମ ଏବଂ କେଶ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ

ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧିରେ ଟମାଟୋର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଏହା ବ୍ରଣର ଚିକିତ୍ସା କରିବାରେ, ସୂର୍ଯ୍ୟକିରଣର ଚର୍ମ ଉପରେ ପ୍ରଭାବକୁ ହ୍ରାସ କରିବାରେ ଏବଂ ଦୁର୍ବଳ ଚର୍ମକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିଥାଏ। ଟମାଟୋରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ବିଶେଷକରି ଲାଇକୋପିନ୍, ସେଲ୍ୟୁଲାର୍ କ୍ଷତି ଏବଂ ଚର୍ମ ପ୍ରଦାହ ସହିତ ଲଢିଥାଏ ।

କୋଲେଷ୍ଟ୍ରଲ ହ୍ରାସ କରେ ଟମାଟୋ

ଟମାଟୋରେ ରହିଥାଏ ଲାଇକୋପିନ୍! ଏହି ଲାଇକୋପିନ୍ ସମୃଦ୍ଧ ଟମାଟୋକୁ କିଛି ସପ୍ତାହ ପାଇଁ ଆପଣଙ୍କ ଖାଦ୍ୟରେ ବ୍ୟବହାର କରି ଆପଣଙ୍କ LDL କୋଲେଷ୍ଟ୍ରଲ (ଖରାପ କୋଲେଷ୍ଟ୍ରଲ) ସ୍ତରକୁ 10% ପର୍ଯ୍ୟନ୍ତ ହ୍ରାସ କରିପାରିବେ । 

ଟମାଟୋ ଦୃଷ୍ଟିଶକ୍ତିକୁ ଉନ୍ନତ କରେ

ଭିଟାମିନ୍ ଏରେ ଭରପୂର ରହିଥାଏ ଟମାଟୋ, ଯାହାକି ଆପଣଙ୍କ ଆଖି ପାଇଁ ସର୍ବୋତ୍କୃଷ୍ଟ ହୋ‍ଇଥାଏ । ଆପଣଙ୍କ ଆଖିର ରେଟିନା ଭିଟାମିନ୍ ଏ ଉପରେ ନିର୍ଭର କରେ। ପର୍ଯ୍ୟାପ୍ତ ପରିମାଣରେ ଟମାଟୋ ଖାଇବା ଦ୍ୱାରା ଦୃଷ୍ଟିଶକ୍ତିରେ ଉନ୍ନତି ଆଣିହୁଏ।

ଡାଇବେଟିସ୍ ପରିଚାଳନା କରିବାରେ ସାହାଯ୍ୟ କରେ ଟମାଟୋ

ଟମାଟୋ ଡାଇବେଟିସରେ ପୀଡିତ ଲୋକମାନଙ୍କ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋ‍ଇଥାଏ। ଏହାର କାରଣ ହେଉଛି ଏଥିରେ ଲୌହ, ଭିଟାମିନ୍ ସି ଏବଂ ଭିଟାମିନ୍‍ ଇରେ ଭରି ରହିଥାଏ। ଏହା ସମସ୍ତ ମଧୁମେହ ଲକ୍ଷଣରୁ ମୁକ୍ତି ଦେଇଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)