Health & Lifestyle

୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ପାଣି, କୌଣସି ରୋଗ ପାଖ ମାଡିବନି...

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପାନ ମଧୁରୀ ତ ନିଶ୍ଚୟ ଥିବ । ସାଧାରଣତ ଲୋକମାନେ ପାଟିରେ ପାନମଧୁରୀ ଚୋବାଇବା କିମ୍ବା ଖାଇବାକୁ ପସନ୍ଦ କରନ୍ତି । ପାନମଧୁରୀର ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆପଣ ଏହାକୁ ଖାଇବେ ଏବଂ ସୁସ୍ଥ ରହିବେ ।

11 March, 2022 3:51 PM IST By: Sudesna Nayak

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପାନ ମଧୁରୀ ତ ନିଶ୍ଚୟ ଥିବ । ସାଧାରଣତ ଲୋକମାନେ ପାଟିରେ ପାନମଧୁରୀ ଚୋବାଇବା କିମ୍ବା ଖାଇବାକୁ ପସନ୍ଦ କରନ୍ତି । ପାନମଧୁରୀର ପାଣି (Fennel water) ପିଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆପଣ ଏହାକୁ ଖାଇବେ ଏବଂ ସୁସ୍ଥ ରହିବେ।

କହିବାକୁ ଗଲେ, ପାନମଧୁରୀରେ ଭିଟାମିନ୍ କେ, ସି, ଏ, ପି, ପୋଟାସିୟମ୍, ଫସଫରସ୍ ଭଳି ଅନେକ ପୁଷ୍ଟିକର ଉପାଦାନ ମଧ୍ୟ ମିଳିଥାଏ । ଏହାର ବ୍ୟବହାର କରିବା ଦ୍ବାରା କଠିନ ରକ୍ତଚାପକୁ ହ୍ରାସ କରିଥାଏ, ଏହା ଆଖିଦୃଷ୍ଟି ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ୍ ରଖେ ।

ହଜମ ପ୍ରକ୍ରିୟାକୁ ଠିକ କରେ ପାନମଧୁରୀ ପାଣି

ଯଦି ଆପଣ ଖାଲି ପେଟରେ ପାନମଧୁରୀ ପାଣି (Fennel water)ପିଉଛନ୍ତି, ତେବେ ଏହା ଆପଣଙ୍କ ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବ । ଏଥିରେ ଏନେଟୋଲ, ଏଷ୍ଟ୍ରୋ ଗୋଲ୍ ଭଳି ଅତ୍ୟାବଶ୍ୟକ ତେଲ ରହିଥାଏ । ଯାହା ପେଟରେ ହେଉଥିବା ଗ୍ୟାସ୍, କୋଷ୍ଠ କାଠିନ୍ୟ କିମ୍ବା ଫୁଲିବା ସମସ୍ୟାରୁ ମୁକ୍ତି ଦେଇଥାଏ ।

ଓଜନ ହ୍ରାସ କରେ ପାନମଧୁରୀ ପାଣି

ବର୍ତ୍ତମାନ ଅଧିକାଂଶ ଲୋକ ଓଜନ ହ୍ରାସ କରିବାରେ ଲାଗିପଡିଛନ୍ତି । ଏପରି ପରିସ୍ଥିତିରେ ପାନମଧୁରୀ ପାଣି (Fennel water)ପିଇବା ଦ୍ବାରା ତାହା ଶରୀର ଉପରେ ଭଲ ପ୍ରଭାବ ଦେଇଥାଏ । ଏହା ବ୍ୟତୀତ ତାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ଏହାକୁ ଖାଇବା ଦ୍ବାରା ଖାଦ୍ୟ ସହଜରେ ହଜମ ହୁଏ ଏବଂ ଭୋକ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗେ ନାହିଁ ।

ଆଖି ପାଇଁ ଲାଭଦାୟକ ପାନମଧୁରୀ ପାଣି

ପାନମଧୁରୀ ପାଣି (Fennel water) ଆଖି ପାଇଁ ମଧ୍ୟ ବହୁତ ଲାଭଦାୟକ । ଏଥିରେ ଭିଟାମିନ୍-A ରହିଥାଏ । ଯାହା ଆଖି ପାଇଁ ବହୁତ ସହାୟକ ହୋଇଥାଏ । ଏହା ସହିତ ପାନମଧୁରୀରେ ଆଣ୍ଟି-ଇନ୍‌ଫ୍ଲାମେଟରୀ ଗୁଣ ମଧ୍ୟ ମିଳିଥାଏ । ଯାହାକୁ ଖାଇବା ଦ୍ବାରା ହିଁ ଆଖିରେ ଫୁଲା କିମ୍ବା ପୋଡିବା ପରି ଅନେକ ସମସ୍ୟା ଦୂର ହୋଇଥାଏ ।

ଉଚ୍ଚ ରକ୍ତଚାପ ସମସ୍ୟା ଦୂର କରେ ପାନମଧୁରୀ ପାଣି

ପାନ ମଧୁରୀ ପାଣି (Fennel water)ରେ ପୋଟାସିୟମ ଅଧିକ ମାତ୍ରାରେ ଥାଏ । ଯାହା ଉଚ୍ଚ ରକ୍ତଚାପର ଲକ୍ଷଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ କୋଲେଷ୍ଟ୍ରଲ୍‌ର ବିପଦକୁ ମଧ୍ୟ ହ୍ରାସ କରିଥାଏ । ପାନ ମଧୁରୀ ପାଣି ପିଇବାର ଲାଭ ରହିଛି । କିନ୍ତୁ ଯଦି ଆପଣ ଏହାକୁ ଆବଶ୍ୟକ ଠାରୁ ଅଧିକ ଖାଆନ୍ତି, ତେବେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତି ହୋଇପାରେ । ଏହା ବ୍ୟତୀତ ଅନେକ ଲୋକଙ୍କର ଆଲର୍ଜି ସମସ୍ୟା ମଧ୍ୟ ହୋଇପାରେ । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ପରେ ପାନ ମଧୁରୀ ପାଣି ପିଅନ୍ତୁ ।

ଚା' ସହ ଖାଆନ୍ତୁ ନାହିଁ ଏହି ଖାଦ୍ୟ ; ନେଇପାରେ ଜୀବନ

ସକାଳୁ ଅଦା ଖାଇଲେ ମୂଳରୁ ଶେଷ ହୋଇଯିବେ ଏହି ୩ଟି ରୋଗ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)