Health & Lifestyle

ଖାଲି ପେଟରେ ଖାଆନ୍ତୁନି ଏହି ଫଳ,ଜାଣନ୍ତୁ...

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଫଳ ଭିଟାମିନରେ ଭରପୂର ହୋଇଥିବାରୁ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସକାଳେ ଖାଲି ପେଟରେ ଫଳ ଖାଇବା ଦ୍ୱାରା ସାରାଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ ।

20 June, 2022 3:26 PM IST By: Sudesna Nayak

ଫଳ (Fruits) ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଫଳ ଭିଟାମିନରେ ଭରପୂର ହୋଇଥିବାରୁ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସକାଳେ ଖାଲି ପେଟରେ (empty stomach) ଫଳ ଖାଇବା ଦ୍ୱାରା ସାରାଦିନ ଶରୀରରେ ଶକ୍ତି ମହଜୁଦ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ ।

ସୂଚନା ଅନୁଯାୟୀ, ଚାଲନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ ଏବଂ କେଉଁ ଫଳ ଖାଇବା ହିଁ ଅନୁଚିତ ।

ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଫଳ,ଜାଣନ୍ତୁ...

ଅମୃତଭଣ୍ଡା (Papaya) -

ଏହା ଏପରି ଏକ ଫଳ ଯାହାକୁ ଆପଣ ସକାଳେ ଖାଲି ପେଟରେ ଖାଇଲେ ଶରୀର ପାଇଁ ଅଧିକ ଲାଭ ଦେଇଥାଏ । ସକାଳେ ଖାଲି ପେଟରେ ଅମୃତଭଣ୍ଡା (Papaya) ଖାଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ଦୂର ହେବା ସହ ଶରୀରକୁ ଶକ୍ତି ମିଳିଥାଏ ।

ପିଜୁଳି (Guava) -

ସକାଳେ ଖାଲି ପେଟରେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପାଇଁ ହିଁ ବେଶ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ଆଖି ସମସ୍ୟା ଦୂର ହୋଇଥାଏ ।

ସେଓ (Apple) -

ସକାଳେ ଖାଲି ପେଟରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ସକାଳେ ଖାଲି ପେଟରେ ଆପଲ୍ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଅଧିକ ଦ୍ରୁତ ହୋଇଥାଏ । ଏଥିସହ ସକାଳେ ଖାଲି ପେଟରେ ସେଓ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ହ୍ରାସ ପାଇଁ ସାହାଯ୍ୟ କରିଥାଏ ।

କିୱି (Kiwi) -

କିୱି (Kiwi)କୁ ସବୁଠାରୁ ଶକ୍ତିଶାଳୀ ଫଳ ବୋଲି ବିବେଚନା କରାଯାଏ । ଖାଲି ପେଟରେ ସକାଳେ କିୱି ଖାଇବା ଦ୍ୱାରା ହିଁ ଅନେକ ପେଟ ରୋଗରୁ ମୁକ୍ତି ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଥାନ୍ତି । କାରଣ କିୱିରେ ଭିଟାମିନ୍ ସି ଥାଏ । ଯାହାଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ହଜମ ପ୍ରକ୍ରିୟା ଦ୍ରୁତ ହୋଇଥାଏ ।

ଡାଳିମ୍ବ (Pomegranate) -

ଡାଳିମ୍ବ (Pomegranate)ହେଉଛି ପୁଷ୍ଟିକର ଖାଦ୍ୟର ଭଣ୍ଡାର । ତେଣୁ ଯଦି ଆପଣ ଡାଳିମ୍ବ (Pomegranate)କୁ ଖାଲି ପେଟରେ ଖାଆନ୍ତି, ତେବେ ଏହା ଶରୀରରେ ରକ୍ତ ଅଭାବ ସମସ୍ୟା ହିଁ ଦୂର କରିଥାଏ । କାରଣ ଡାଳିମ୍ବରେ ପ୍ରଚୁର ମାତ୍ରାରେ ଲୌହ (iron) ରହିଛି । ସକାଳେ ଖାଲି ପେଟରେ ଡାଳିମ୍ବ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଫଳ,ଜାଣନ୍ତୁ...

କମଳା (Orange) -

କମଳା (Orange) ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ସାଇଟ୍ରିକ୍ ଏସିଡ୍ ରହିଥାଏ । ସକାଳେ ଖାଲି ପେଟରେ କମଳା ଖାଇବା ଦ୍ୱାରା ହିଁ ପେଟ ଏବଂ ଛାତିରେ ଜ୍ୱଳନ ହେବା ପରି ସମସ୍ୟା ଦେଖା ଦେଇପାରେ ।

ଅଙ୍ଗୁର (Grapes) -

ଅଙ୍ଗୁର (Grapes)ରେ ମଧ୍ୟ ବିଭିନ୍ନ ଏସିଡ୍ ରହିଥିବାରୁ ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ | ଏଥିରେ ଟାଟାରିକ ଓ ଏଲ-ମଲିକ (Tartaric acid and L-malic acid) ପରି ଏସିଡ ହିଁ ରହିଛି । ଏହା ଖାଦ୍ୟ ହଜମ କ୍ରିୟାକୁ ପ୍ରଭାବିତ କରିଥାଏ । ତେଣୁ ଅନ୍ୟ କାଦ୍ୟ ଖାଇବା ପରେ ଅଙ୍ଗୁର (Grapes) ଖାଇବା ଉଚିତ୍ ।

କଦଳୀ (Banana) -

ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ । କାରଣ ଏଥିରେ ଥିବା ମ୍ୟାଗ୍ନେସିୟମ ଓ ପୋଟାସିୟମ (magnesium and potassium) ଏସିଡ ରହଥାଏ । ଯାହା ରକ୍ତରେ ଏସିଡ ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ତେଣୁ ପ୍ରଥମେ ଅନ୍ୟ କୌଣସି ଖାଦ୍ୟ ଖାଇବା ପରେ କଦଳୀ ଖାଇବା ଉଚିତ୍ ।

ଲିଚି (Lychee) -

ଲିଚି (Lychee) ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଲିଚି ଖାଆନ୍ତି, ତେବେ ଏହା ବାନ୍ତିର କାରଣ ହୋଇପାରେ । ଏଥିରେ ପ୍ରଚୁର ପରିମାଣରେ ୟୁରିକ (uric) ଏସିଡ ରହିଥିବାରୁ ଏହାକୁ ଖାଲି ପେଟରେ ଖାଇବାକୁ ହିଁ ବାରଣ କରାଯାଏ ।

ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର, ମଧୁମେହ ଭଳି ବଡ ବଡ ରୋଗରୁ ମିଳିବ ମୁକ୍ତି

କେବେ ବି ଖାଆନ୍ତୁନାହିଁ ଏହି ଡାଲି, ହେବ କ୍ଷତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)