Health & Lifestyle

ଖାଆନ୍ତୁନି ଏହି ସବୁ ଜିନିଷ, ନହେଲେ ହୋଇଯିବେ ନିଶାଗ୍ରସ୍ତ

ଆମେ ପ୍ରତି ଦିନ ଖାଉଥିବା କେତେକ କେତକ ଖାଦ୍ୟ ପ୍ରଦାର୍ଥ ନିଶା ଦ୍ରବ୍ୟ ଭଳି ଆସକ୍ତି ସୃଷ୍ଟି କରିପାରନ୍ତି। ମେଦବହୁଳତା ଭୋଗୁଥିବା ଲୋକଙ୍କ କ୍ଷେତ୍ରରେ ଖାଦ୍ୟ ଆସକ୍ତିର ସମ୍ଭାବନା ଅଧିକ। ଯେଉଁମାନେ ଖାଦ୍ୟ ଆସକ୍ତି ଭୋଗ କରନ୍ତି ସେମାନେ ଏକ ନିର୍ଦ୍ଧିଷ୍ଟ ଖାଦ୍ୟ ପ୍ରଦାର୍ଥକୁ ବାରମ୍ବାର ଗ୍ରହଣ କରିବାର ଇଛାକୁ ରୋକିପାରନ୍ତି ନାହିଁ।

31 December, 2022 2:29 PM IST By: Priyambada Rana

ଆଜିର ବହୁ ଯୁବଗୋଷ୍ଠୀ(Youth) ନିଶାସକ୍ତ ହୋଇ ଉଚିତ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି। ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ମାନସିକ ଅବସାଦ ଦୂର କରିବା ଆଳରେ ଯୁବଗୋଷ୍ଠୀ ହୋଇଯାଇଛି ସମ୍ପୂର୍ଣ୍ଣ ନିଶାସକ୍ତ(Drug Addiction)। ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟିଯାଉଛି।
ନିଶାର ପରିସର ଖୁବ୍‌ ବ୍ୟାପକ। ଦେଶୀ ମଦ(Alcohol), ଗଞ୍ଜେଇ, ଅଫିମ, ତାଡି, ବିଡି ଏବଂ ଭାଙ୍ଗଠାରୁ ଆରମ୍ଭକରି ହେରୋଇନ୍‌, ଚରସ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଗଣିତ ଶିକ୍ଷିତ ଯୁବତୀଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ। ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଦାରୁଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡୁନାହାନ୍ତି। ନିଶା ଖର୍ଚ୍ଚ ମେଣ୍ଟାଇବା ପାଇଁ କେତେକେ ଘୃଣ୍ୟ ଚୌର୍ଯ୍ୟବୃତ୍ତି ଆଦରି ନେଉଛନ୍ତି। କେତେକେ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। 

ତେବେ ଆମେ ପ୍ରତି ଦିନ ଖାଉଥିବା କେତେକ କେତକ ଖାଦ୍ୟ ପ୍ରଦାର୍ଥ ନିଶା ଦ୍ରବ୍ୟ ଭଳି ଆସକ୍ତି ସୃଷ୍ଟି କରିପାରନ୍ତି। ମେଦବହୁଳତା ଭୋଗୁଥିବା ଲୋକଙ୍କ କ୍ଷେତ୍ରରେ ଖାଦ୍ୟ ଆସକ୍ତିର ସମ୍ଭାବନା ଅଧିକ। ଯେଉଁମାନେ ଖାଦ୍ୟ ଆସକ୍ତି ଭୋଗ କରନ୍ତି ସେମାନେ ଏକ ନିର୍ଦ୍ଧିଷ୍ଟ ଖାଦ୍ୟ ପ୍ରଦାର୍ଥକୁ ବାରମ୍ବାର ଗ୍ରହଣ କରିବାର ଇଛାକୁ ରୋକିପାରନ୍ତି ନାହିଁ। ଗବେଷଣାରୁ ଜଣାପଡିଛି ଯେ ମୁଖ୍ୟତଃ ପ୍ରକ୍ରିୟାକୃତ ଖାଦ୍ୟ ପ୍ରଦାର୍ଥର ଆସକ୍ତି ପ୍ରବଣତା ଅନ୍ୟ ଖାଦ୍ୟମାନଙ୍କ ଠାରୁ ଅଧିକ ।

ପିଜା, ଚୋକୋଲେଟ, ଚିପ୍ସ, କୁର୍କୁରୀ, ଆଇସକ୍ରିମ , ଫ୍ରାଇଜ୍, ସୋଡ଼ା, ରୋଲ, ପପକର୍ଣ୍ଣ ଆଦି ଖାଦ୍ୟ ପ୍ରଦାର୍ଥ ସବୁଠାରୁ ଅଧିକ ଆସକ୍ତି ସୃଷ୍ଟି କରିଥାନ୍ତି ।ଏଗୁଡିକ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ମଧ୍ୟ ।ଅନ୍ୟ ପଟେ ସବୁଠାରୁ କମ ଆସକ୍ତି ସୃଷ୍ଟି କରୁଥିବା ଖାଦ୍ୟ ଗୁଡିକ ମୁଖ୍ୟତଃ ପ୍ରାକୃତିକ ଏବଂ ସ୍ୱାସ୍ଥ୍ୟକର। ଏଗୁଡିକ ହେଲେ କାକୁଡି, ଗାଜର, ବିନ, ସେଓ, ବ୍ରୋକୋଳି, କଦଳୀ, ମକା, ଷ୍ଟ୍ରବେରି, ଏବଂ ବାଦାମ।

ତେବେ ଜଙ୍କ୍ ଫୁଡ ହେଉ କି ମାଦକ ଦ୍ରବ୍ୟ ଭଳି ଜିନିଷ ଉଭୟ ଆମ ସ୍ୱାସ୍ଥ୍ୟ ପ୍ରତି ହାନୀକାରର । ଏହାକୁ ଅଭ୍ୟାସ ବନାଇବା ଉଚିତ୍ ନୁହେଁ । ନଚେତ ଶ୍ଵାସକ୍ରିୟା ସମସ୍ୟା,ପୁଷ୍ଟିହୀନତା,ଯକ୍ଷ୍ମା ଏପରିକି ଦୁର୍ଘଟଣା(Accident) କିମ୍ବା ଜାଣିଶୁଣି ଅଧିକ ନିଶସେବନରୁ ମୃତ୍ୟୁ ମଧ୍ୟ ହୋଇଥାଏ। ନିଶା ଔଷଧ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ଅଧିକ ଦେହ ଖରାପ ହୋଇଥାଏ। ନିଜର ଯତ୍ନ ଅଭାବରୁ ଶାରୀରିକ ଅସୁସ୍ଥତାର ଶିକାର ହେବା ସହଜ। ସାଧାରଣ ଭାବେ ସଂକ୍ରମଣ ,ଶ୍ଵାସନଳୀ ,ଚର୍ମ ଏବଂ ମୂତ୍ରାଶୟରେ ଦେଖାଯାଇଥାଏ। ନିଶାର ବିଷାକ୍ତ ଗୁଣ ହେତୁ ଅନେକ ଦୁର୍ଘଟଣା ମଧ୍ୟ ହୋଇଥାଏ।

 

ଅଧୁନା ସମାଜରେ ବହୁସଂଖ୍ୟକ ମଣିଷ ନିଶାସକ୍ତ। ନିଶା ସେବନର କୁପ୍ରଭାବ ସମ୍ବନ୍ଧରେ ଅଧିକ ଜନସଚେତନତା ସୃଷ୍ଟି ହେବା ଦରକାର। କେବଳ ତମାଖୁ ସେବନ ମାରାତ୍ମକ ବୋଲି ଦ୍ରବ୍ୟ ଉପରେ ଲେଖି ଛାପି ଦେଲେ ଯଥେଷ୍ଟ ନୁହେଁ। ମଦ ବୋତଲରେ କୌଣସି ଚେତାବନୀ ନାହିଁ। ରେଡିଓ, ଦୂରଦର୍ଶନ, ଖବରକାଗଜ, ପତ୍ରପତ୍ରିକା ପ୍ରଭୃତି ଗଣମାଧ୍ୟମରେ ନିଶା ସେବନର କୁପ୍ରଭାବ ବିଷୟରେ ଅଧିକ ପ୍ରଚାର ପ୍ରସାର ହେବା ଆବଶ୍ୟକ। ଯୁବପିଢ଼ି କୁସଙ୍ଗରେ ନ ପଡ଼ି ସତ୍‌ସଙ୍ଗରେ ବ୍ରତୀ ହେବା ଆବଶ୍ୟକ। ଏଥିପାଇଁ ମାତାପିତା ତଥା ଅଭିଭାବକ ଯତ୍ନବାନ ହେବା ଜରୁରୀ। 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)