Health & Lifestyle

ଡାଇବେଟିସ କଣ୍ଟ୍ରୋଲ ପାଇଁ ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ୫ଟି ଖାଦ୍ୟ...

ଯେତେବେଳେ ମଧୁମେହ ରୋଗୀଙ୍କ କଥା ଆମେ କହିଥାଉ, ତେବେ ଜଳଖିଆ ପାଇଁ କ’ଣ ଖାଇବାକୁ ସ୍ଥିର କରିବା ଅଧିକ କଷ୍ଟସାଧ୍ୟ ହୋଇଯାଏ । କାରଣ ଭୁଲ ଜିନିଷ ଖାଇବା ଦ୍ୱାରା ହଠାତ୍ ରକ୍ତରେ ଶର୍କରା ସ୍ତର ବଢ଼ିପାରେ । ବ୍ଲଡ ସୁଗାର ସ୍ପାଇକକୁ ଏଡ଼ାଇବା ପାଇଁ, ଆମେ ସେହି ସମସ୍ତ ଖାଦ୍ୟ ସାମଗ୍ରୀ ବିଷୟରେ ସଚେତନ ହେବା ଉଚିତ୍, ଯେଉଁଥିପାଇଁ ଶରୀରରେ ସୁଗାରର ମାତ୍ରା ସ୍ଥିର ରହିବ ।

07 May, 2023 3:03 PM IST By: Priyambada Rana

ସକାଳ ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ।କାରଣ ଏହି ଜଳଖିଆ ଆପଣଙ୍କୁ ଦିନସାରା ସକ୍ରିୟ ରଖିବା ପାଇଁ ସାହାଯ୍ୟ କରିଥାଏ । କିନ୍ତୁ ଯେତେବେଳେ ମଧୁମେହ ରୋଗୀଙ୍କ କଥା ଆମେ କହିଥାଉ, ତେବେ ଜଳଖିଆ ପାଇଁ କ’ଣ ଖାଇବାକୁ ସ୍ଥିର କରିବା ଅଧିକ କଷ୍ଟସାଧ୍ୟ ହୋଇଯାଏ । କାରଣ ଭୁଲ ଜିନିଷ ଖାଇବା ଦ୍ୱାରା ହଠାତ୍ ରକ୍ତରେ ଶର୍କରା ସ୍ତର ବଢ଼ିପାରେ । ବ୍ଲଡ ସୁଗାର ସ୍ପାଇକକୁ ଏଡ଼ାଇବା ପାଇଁ, ଆମେ ସେହି ସମସ୍ତ ଖାଦ୍ୟ ସାମଗ୍ରୀ ବିଷୟରେ ସଚେତନ ହେବା ଉଚିତ୍, ଯେଉଁଥିପାଇଁ ଶରୀରରେ ସୁଗାରର ମାତ୍ରା ସ୍ଥିର ରହିବ ।

ସୁଗାର୍ ​​ସ୍ପାଇକ୍ ଦୁର୍ବଳ ଇନସୁଲିନ୍ ହରମୋନ୍ କାରଣରୁ ହୋଇଥାଏ, ଯାହା କାର୍ବୋହାଇଡ୍ରେଟର ଅସ୍ୱାଭାବିକ ମେଟାବୋଲିଜିମ୍ ସୃଷ୍ଟି କରିଥାଏ ଏବଂ ଶରୀରରେ ସୁଗାର ସ୍ତର ବଢ଼ାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟସବୁ ଜଳଖିଆରେ ଖାଇବା ଦ୍ୱାରା ଶରୀରରେ ସୁଗାରର ସ୍ତର ନିୟନ୍ତ୍ରଣରେ ରଖିବ ।

ମଧୁମେହ ରୋଗୀମାନେ ଜଳଖିଆରେ ଖାଆନ୍ତୁ ଏହି ସବୁ ଖାଦ୍ୟ-

୧. ବେସନ ଚିଲା କିମ୍ବା ମୁଙ୍ଗ ଡାଲିରେ ତିଆରି ଚିଲା-

ମୁଗ ଡାଲି ଏବଂ ବେସନରେ ତିଆରି ଚିଲା ହେଉଛି ଏକ ଉଚ୍ଚ ପ୍ରୋଟିନ୍ ଖାଦ୍ୟ, ଯାହାକୁ ଆପଣ ଜଳଖିଆ ପାଇଁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏଥିରେ ଥିବା ପ୍ରୋଟିନ୍ ଖାଦ୍ୟକୁ ଶିଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ ।ଏହା ରକ୍ତରେ ଶର୍କରା ସ୍ତରକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

. ପନିପରିବା ସହିତ ତିଆରି ହୋଇଥିବା ଲାଲ୍ ପୋହା-

ପନିପରିବା ସହିତ ମିଶାଇ ତିଆରି ହୋଇଥିବା ଲାଲ୍ ପୋହା ପେଟ ପାଇଁ ବହୁତ ହାଲୁକା । ମଧୁମେହ ରୋଗୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ଲାଭଦାୟକ, କାରଣ ରେଡ୍ ପୋହାରେ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ଏକ ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ।ରେଡ୍ ପୋହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବ ।

୩. ମେଥି ପରଠା-

ମେଥି ପରଠାରେ ପ୍ରଚୁର ପରିମାଣର ଫାଇବର ରହିଥାଏ ।ଏହି ପରଠା ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ଅଟେ । ଏହି ପରଠା ତିଆରି କରିବା ବେଳେ ଆପଣ ଭେଜିଟେବଲ ତେଲ ବ୍ୟବହାର କରିପାରିବେ ।

୪.ସ୍ମୁଦି-

ସ୍ମୁଥୀ ଏକ ଭରପୂର ଜଳଖିଆ । ଏଥିରେ, ଆପଣ କଦଳୀ, ଷ୍ଟ୍ରବେରୀ ପରି ଆପଣଙ୍କର ପ୍ରିୟ ଫଳଗୁଡିକ ପକାଇ ତିଆରି କରିପାରିବେ ଏବଂ ଆପଣ କମ୍ ଚର୍ବିଯୁକ୍ତ ଦହି, ଓଟସ୍ ବାଦାମ ଏବଂ ବରଫ ସହିତ ମିଶ୍ରଣ କରି ଏକ ସୁସ୍ଥ ସ୍ମୁଦି ପ୍ରସ୍ତୁତ କରିପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ଅଦା ଏବଂ ଚିନାବାଦାମ ଭଳି ବିକଳ୍ପ ମଧ୍ୟ ବାଛିପାରିବେ ।

୫. ଦୋସା-

ଦେସାକୁ ଏକ ହାଲୁକା ଜଳଖିଆ ଭାବରେ ବିବେଚନା କରାଯାଏ । ଏହାର ଷ୍ଟାର୍ଚ ହ୍ରାସ କରିବା ପାଇଁ ଆପଣ ରାଗି, ଓଟସ୍, ଗ୍ରୀନ୍ ମୁଗ ଡାଲି ମଧ୍ୟ ମିଶାଇ ପାରିବେ ।ଦୋସା ସହିତ ବହୁ ପନିପରିବା ମିଶାନ୍ତୁ ଏବଂ ଏକ ହେଲ୍ଦି ଚଟଣି ପ୍ରସ୍ତୁତ କରନ୍ତୁ ଏବଂ ଏହା ସହିତ ଖାଆନ୍ତୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)