Health & Lifestyle

ଆପଣ ଜାଣନ୍ତୁ ଅଦା ଚା'ର ସୁଗୁଣ !!

ରୋଷେଇର ମସଲା ପାଇଁ ଅଦା ଖୋଜା ପଡ଼ୁଥିବା ବେଳେ ଚା ପ୍ରସ୍ତୁତିରେ ମଧ୍ୟ ଅଦାର ବ୍ୟବହାର ବହୁତ ପ୍ରସିଦ୍ଧ ଅଟେ l ଚା'ର ସ୍ୱାଦକୁ ଟିକେ ଅଲଗା କରେ ଏହି ଅଦା l ସେଇଥିପାଇଁ ସନ୍ଧ୍ୟା ବେଳେ ଜେଜେ ମା, ଜେଜେ ବାପା ଙ୍କର ଆଗ ଦରକାର ହୁଏ ଅଦାରେ ପ୍ରସ୍ତୁତ କଡ଼ା ଚା l ଆସନ୍ତୁ ଆଜି ଏଠାରେ ଅଦା ଚା'ର କିଛି ବିଶେଷ ଗୁଣ ବିଷୟରେ ଆଲୋଚନା କରିବା l ବାସ୍ତବରେ ଅଦା ଚା ଅନେକ ଔଷଧୀୟ ଗୁଣରେ ଭରପୂର ଅଟେ l ଆପଣଙ୍କ ଶରୀର ଏବଂ ମନକୁ ତାଜା କରିବା ପାଇଁ ଗୋଟିଏ କପ ଅଦା ଚା ହିଁ ଯଥେଷ୍ଟ l ଆମ ଶରୀର ପାଇଁ ଅଦା ଚା ଏକ ଔଷଧ ଭଳି କାମ କରେ l

11 February, 2021 9:55 AM IST By: Sugyan Kumar Nayak

ରୋଷେଇର ମସଲା ପାଇଁ ଅଦା ଖୋଜା ପଡ଼ୁଥିବା ବେଳେ ଚା ପ୍ରସ୍ତୁତିରେ ମଧ୍ୟ ଅଦାର ବ୍ୟବହାର ବହୁତ ପ୍ରସିଦ୍ଧ ଅଟେ l ଚା'ର ସ୍ୱାଦକୁ ଟିକେ ଅଲଗା କରେ ଏହି ଅଦା l ସେଇଥିପାଇଁ ସନ୍ଧ୍ୟା ବେଳେ ଜେଜେ ମା, ଜେଜେ ବାପା ଙ୍କର ଆଗ ଦରକାର ହୁଏ ଅଦାରେ ପ୍ରସ୍ତୁତ କଡ଼ା ଚା l ଆସନ୍ତୁ ଆଜି ଏଠାରେ ଅଦା ଚା'ର କିଛି ବିଶେଷ ଗୁଣ ବିଷୟରେ ଆଲୋଚନା କରିବା l ବାସ୍ତବରେ ଅଦା ଚା ଅନେକ ଔଷଧୀୟ ଗୁଣରେ ଭରପୂର ଅଟେ l ଆପଣଙ୍କ ଶରୀର ଏବଂ ମନକୁ ତାଜା କରିବା ପାଇଁ ଗୋଟିଏ କପ ଅଦା ଚା ହିଁ ଯଥେଷ୍ଟ l ଆମ ଶରୀର ପାଇଁ ଅଦା ଚା ଏକ ଔଷଧ ଭଳି କାମ କରେ l

ଏହାର ପ୍ରସ୍ତୁତି ପ୍ରଣାଳୀ ବହୁତ ସରଳ ଅଟେ l ଦୁଇ କପ୍ ପାଣିରେ ୪ ରୁ ୬ ଖଣ୍ଡ ଟିକି ଅଦା ଖଣ୍ଡକୁ ଚୋପା ଛଡ଼ାଇ ଛେଚି ପକାଇ ଦିଅନ୍ତୁ l ଏହା ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଫୁଟିଲା ପରେ ଏଥିରେ ଅଳ୍ପ ଟିକେ ଲେମ୍ବୁ ଏବଂ ମହୁ ମିଶାଇବେ l ଏହା ପ୍ରସ୍ତୁତ କରିବା ବହୁତ ସହଜ ଅଟେ, କିନ୍ତୁ ଶରୀରକୁ ଏହି ଗରମ ଚା'ରୁ ବହୁତ ଫାଇଦା ମିଳିଥାଏ l ମୁଣ୍ଡ ବୁଲେଇ ହେବା ଏବଂ ବାନ୍ତି ବାନ୍ତି ଲାଗିବା ସମୟରେ ଅଦା ଚା ପିଅନ୍ତୁ, ଆପଣଙ୍କୁ ବହୁତ ଆରାମ ମିଳିବ l ଶରୀରର ସ୍ନାୟୁ ତନ୍ତ୍ରୀକୁ ଅଦା ଚା ପିଇବା ଦ୍ୱାରା ଆରାମ ମିଳିଥାଏ ଯାହା ଦ୍ୱାରା ଆପଣ ଅସୁସ୍ଥ ଅନୁଭବ କରିବେ ନାହିଁ l ଅଦାରେ ରହିଥିବା ଜିଞ୍ଜରୋଲ ଏଠି ନିମନ୍ତେ ବହୁତ ପ୍ରଭାବଶାଳୀ ଅଟେ l

ଅଦା ଚା ସ୍ୱାସ୍ଥ୍ୟ ଉପଯୋଗୀ ଅଟେ l ପରୀକ୍ଷାରୁ ଜଣା ପଡିଛି ଯେ, ଅଦା ଚା ପିଇବା ଦ୍ୱାରା ରକ୍ତ ଚାପ ହ୍ରାସ ହୁଏ ଏବଂ ସନ୍ତୁଳନ ଆସେ, କୋଲେଷ୍ଟରଲ ହ୍ରାସ ହୁଏ, ରକ୍ତ ଜମିବାକୁ ଦୂରକରେ, ରକ୍ତ ଯୋଗାଣକୁ ବୃଦ୍ଧି କରେ ଏବଂ ହୃତଘାତର ଆଶଙ୍କାକୁ ମଧ୍ୟ ହ୍ରାସ କରେ l ଏହି ସମସ୍ତ ପ୍ରକାରର ଫାଇଦା ପାଇବା ନିମନ୍ତେ ଆପଣ ଆଜି ହିଁ ଅଦା ଚା ପିଇବା ଆରମ୍ଭ କରିଦିଅନ୍ତୁ l ଯନ୍ତ୍ରଣା ଉପଶମ କରିବାରେ ଅଦା ଚା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l ମୁଣ୍ଡ ବ୍ୟଥା, ଗଣ୍ଠି ବ୍ୟଥା, ମାଂସପେଶୀ ଯନ୍ତ୍ରଣା ଏବଂ ମାସିକ ଋତୁସ୍ରାବ ଯନ୍ତ୍ରଣାକୁ ଅଦା ଚା ହ୍ରାସ କରିଥାଏ l ଅଦା ଚା'ର ପ୍ରଦାହନାଶକ ଗୁଣ ଥିବାରୁ ଏହା ଯନ୍ତ୍ରଣାରୁ ଉପଶମ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶରୀରକୁ ଆରାମ ଦେଇଥାଏ l

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଦା ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ l ଅଦା ଚା'ରେ ଆଣ୍ଟିଅକ୍ସିଡାଣ୍ଟ    ଭରପୂର ମାତ୍ରାରେ ରହିଛି l ନିୟମିତ ଭାବରେ ଅଦା ଚା ପିଇବା ଦ୍ୱାରା ଥଣ୍ଡା, ସର୍ଦ୍ଦି, ଶ୍ୱାସନଳୀ ସମ୍ପର୍କିତ ଅସୁସ୍ଥତା ଦେଖାଦିଏ ନାହିଁ l ଅଦାର ଔଷଧୀୟ ଗୁଣଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ l ଅଦା ଚା ହଜମ ଶକ୍ତିକୁ ଉନ୍ନତ କରେ l ଅଦା ଚା ପିଇବା ଦ୍ୱାରା ଶରୀରର ହଜମକାରକ ଏଞ୍ଜାଇମଗୁଡ଼ିକ ସକ୍ରିୟ ହୋଇଯାଆନ୍ତି l ଏହା ଦ୍ୱାରା ଖାଦ୍ୟର ଶୋଷଣ ଅଧିକ ହେବା ସହିତ ସ୍ୱାଦ ମଧ୍ୟ ବୃଦ୍ଧି ହୁଏ l ଖାଦ୍ୟ ଖାଇବାର ଅଧା ଘଣ୍ଟା ପରେ ଉଷୁମ ଅଦା ଚା ପିଇବା ଦ୍ୱାରା ଅମ୍ଳତା, ପେଟ ଫୁଲା, କୋଷ୍ଠ କାଠିନ୍ୟ ଭଳି ସମସ୍ୟାଗୁଡ଼ିକ ଦୂର ହୋଇଥାଏ l

ତେବେ ଆଉ ଡେରି ନକରି ନିୟମିତ ଭାବରେ ଅଦା ଚା ପିଅନ୍ତୁ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୁଅନ୍ତୁ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)