Health & Lifestyle

ଇନଣ୍ଡୋର୍ ପ୍ଲାଣ୍ଟ୍ ଲଗାନ୍ତୁ ଓ ସ୍ୱଚ୍ଛ ପବନ ପାଆନ୍ତୁ

ଆଜିକାଲି ଅଧିକାଂଶ ଲୋକ ଏସି ଲଗାଇବା କାରଣରୁ ନିଜ ଘରର କବାଟ ଓ ଝରକା ବନ୍ଦ ରଖନ୍ତି l ଏହା ଦ୍ୱାରା ଘର ଭିତରକୁ ଖୋଲା ପବନ କୌଣସି ପରିସ୍ଥିତିରେ ମଧ୍ୟ ଆସିପାରିନଥାଏ l ପ୍ରାକୃତିକ ପବନ ଆମ ସ୍ୱାସ୍ଥ୍ୟ ପାଇଁ ଅତି ଲାଭକାରୀ ହୋଇଥାଏ l

02 August, 2021 3:09 PM IST By: Sugyan Kumar Nayak

ଆଜିକାଲି ଅଧିକାଂଶ ଲୋକ ଏସି ଲଗାଇବା କାରଣରୁ ନିଜ ଘରର କବାଟ ଓ ଝରକା ବନ୍ଦ ରଖନ୍ତି l ଏହା ଦ୍ୱାରା ଘର ଭିତରକୁ ଖୋଲା ପବନ କୌଣସି ପରିସ୍ଥିତିରେ ମଧ୍ୟ ଆସିପାରିନଥାଏ l ପ୍ରାକୃତିକ ପବନ ଆମ ସ୍ୱାସ୍ଥ୍ୟ ପାଇଁ ଅତି ଲାଭକାରୀ ହୋଇଥାଏ l  ସେଥିପାଇଁ ଆମକୁ ନିଜ ଘରେ ସେହି ସବୁ ଗଛ ଲଗାଇବା ଦରକାର, ଯାହା ପବନରୁ ଅଶୁଦ୍ଧତାକୁ ଦୂର କରିପାରିବ l  ତେଣୁ ନିଜ ଘରର ପବନକୁ ସ୍ୱଚ୍ଛ ଓ ଶୁଦ୍ଧ କରିବା ପାଇଁ ଆପଣମାନଙ୍କୁ କେଉଁ ସବୁ ଗଛ ଲଗାଇବା ଆବଶ୍ୟକ ଆସନ୍ତୁ ଜାଣିବା l ଆମେ ଯଦିଓ ଘର ଭିତରେ ରହିଥାଉ ହେଲେ ବାହାରୁ ଘର ଭିତରକୁ ଆସୁଥିବା ପବନ ନିଜ ସହିତ ଅନେକ ବିଷାକ୍ତ ବାୟୁ ଓ ଅଶୁଦ୍ଧତାକୁ ସାଥିରେ ଆଣିଥାନ୍ତି l ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ l ସବୁଠାରୁ ବଡ କଥା ଏହା ଯେ ସେହି ବିଷାକ୍ତ ବାୟୁକୁ ଆମେ ନା ଦେଖି ପାରିବା ନା ଏହାକୁ ଅଣଦେଖା ମଧ୍ୟ କରିପରିବା l ଏଠାରେ ଆମେ ଆପଣଙ୍କୁ ଏହାର କିଛି ଉପଚାର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ l

ନାଗ ଗଛ

ଆମ ଜୀବନରେ ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ସହିତ ଶୁଦ୍ଧ ବାତାବରଣ ଓ ଶୁଦ୍ଧ ବାୟୁର ମଧ୍ୟ ଆବଶ୍ୟକତା ରହିଥାଏ l କିନ୍ତୁ ଆଜିକାଲି ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ଓ ଆମେ ସମସ୍ତେ ଏଥି ପାଇଁ ଚିନ୍ତିତ ମଧ୍ୟ l ନାଗ ଗଛ ଏକ ଏପରି ଗଛ ଯାହା ପବନକୁ ଶୁଦ୍ଧ କରିବାରେ ଅନେକ ସାହାଯ୍ୟ କରିଥାଏ l ଏହି ଗଛର ସବୁଠାରୁ ଭଲ ଗୁଣ ଏହା ଯେ, ଏହି ଗଛ ଦିନ ରାତି ସବୁବେଳେ ଅମ୍ଳଜାନ ପ୍ରଦାନ କରିଥାଏ, ଯାହାକି ଅନ୍ୟ ଗଛ ମୁକାବିଲାରେ ବହୁତ ବେଶୀ ହୋଇଥାଏ l ଏହା ପ୍ରଦୂଷଣର ମତ୍ରାକୁ ମଧ୍ୟ କମାଇବାରେ ସାହାଯ୍ୟ କରିଥାଏ l

ଏରେକା ଗଛ

ଏହି ଗଛ ବାୟୁକୁ ଶୁଦ୍ଧ କରିବାରେ ବହୁତ ମାତ୍ରାରେ ସହାୟକ ହୋଇଥାଏ l ଏହା ଆମକୁ ଅନେକ ବେମାରୀରୁ ମଧ୍ୟ ବଞ୍ଚାଇଥାଏ l  ଏହା ଘରର ବାୟୁରୁ ବିଷାକ୍ତ ତତ୍ତ୍ୱ ଯେପରିକି ଫରମାଲଡିହାଇଡ, ଏସିଟନ, କାର୍ବନ ଡାଇଅକ୍ସାଇଡ ଆଦିକୁ ଦୂର କରିଥାଏ l ଏହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ l ଏହା ଛଡ଼ା ଏହି ଗଛ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ l

କ୍ରୋଟନ

କ୍ରୋଟନରେ ବାୟୁକୁ ଶୁଦ୍ଧ କରିବାର ଅଦ୍ଭୁତ କ୍ଷମତା ରହିଥାଏ l ଏହା ବାୟୁରେ ଥିବା ସମସ୍ତ ପ୍ରକାର ହାନିକାରକ ତତ୍ତ୍ୱକୁ ଶୋଷଣ କରିଥାଏ ଓ ଆପଣଙ୍କୁ ତାଜା ପବନ ଯୋଗାଇଦେଇଥାଏ l ତେଣୁ ଯଦି ଆପଣ କିଛି ଇନଡୋର ପ୍ଲାଣ୍ଟ ଲଗାଇବାକୁ ଚାହୁଁଛନ୍ତି, ତେବେ ଏହି ଗଛକୁ ନିଶ୍ଚିତ ସାମିଲ କରନ୍ତୁ l ଏହି ଗଛ ଆପଣଙ୍କ ଘରେ ଅନେକ ସକାରାତ୍ମକ ଉର୍ଜା ମଧ୍ୟ ପ୍ରଦାନ କରିଥାଏ l ଏହା ବିଭିନ୍ନ ରଙ୍ଗର ହୋଇଥାଏ ଯଥା ଲାଲ, ହଳଦିଆ, ନାରଙ୍ଗୀ, ଆଦି ତେଣୁ ଏହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ l

ମନିପ୍ଲାଣ୍ଟ

ଏହା ଅତି ସାଧାରଣ ଗଛ, ଯାହା ସହିତ ପ୍ରାୟ ସମସ୍ତେ ପରିଚିତ ହୋଇଥାନ୍ତି l ଏହାକୁ ଆପଣ ସହଜରେ ସମସ୍ତଙ୍କ ଘରେ ଦେଖି ପାରିବେ l ଏହାର ପତ୍ର ହାର୍ଟ ଆକାରର ହୋଇଥାଏ, ଯାହାକି ଦେଖିବାକୁ ଅତି ଆକର୍ଷକ ହୋଇଥାଏ l ଏହି ଗଛକୁ ବାସ୍ତୁ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଅତି ଶୁଭ ବୋଲି ଗ୍ରହଣ କରାଯାଏ l ଏପରି ବିଶ୍ୱାସ କରାଯାଏ ଯେ ଏହି ଗଛକୁ ଲଗାଇଲେ ସୌଭାଗ୍ୟ ବଢିଥାଏ ଓ ଘରେ ଧନ ବୃଦ୍ଧି ମଧ୍ୟ ହୋଇଥାଏ l ଏହି ଗଛ ଘରର ବାୟୁକୁ ଶୁଦ୍ଧ କରିଥାଏ ଓ ଶୀତଳ ପବନ ମଧ୍ୟ ଯୋଗାଇଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)