Health & Lifestyle

ଚେହେରାରେ ଚମକ ଆଣିବ ରସୁଣ

ସମସ୍ତଙ୍କ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ରସୁଣ ମଧ୍ୟ ରହିଥାଏ । ଏହା ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର ହେବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ ରସୁଣ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଛି ।

09 December, 2021 11:49 AM IST By: Sudesna Nayak

ସମସ୍ତଙ୍କ ଘରେ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ରସୁଣ ମଧ୍ୟ ରହିଥାଏ । ଏହା ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର ହେବା ସହିତ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ ରସୁଣ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଛି ।

ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ। ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ପାଟିକୁ ରସୁଣର ସ୍ୱାଦ ଖୁବ୍ କଡା ଲାଗିଥାଏ । ହେଲେ ଏହାକୁ ଖାଇଲେ ବୟସାଧିକରେ ମଳିନ ଓ କୁଞ୍ଚ କୁଞ୍ଚ ଦେଖାଯାଉଥିବା ଚେହେରାରେ ଚମକ ଆସିଥାଏ । କେଶ ଝଡା ସମସ୍ୟା ଦୂର ହୋଇଥାଏ । 

କିଛି ରସୁଣ ନେଇ ଖଣ୍ଡ ଖଣ୍ଡ କରି କାଟନ୍ତୁ । ଏହାପରେ ତାହାର ଏକ ପେଷ୍ଟ୍ କରି ସେଥିରେ ୨୫ଟି ଲେମ୍ବୁର ରସକୁ ମିଶାନ୍ତୁ । ଏହି ମିଶ୍ରଣକୁ ଏକ କାଚର ବୋତଲରେ ରଖି ଭଲ ଭାବରେ ବୋତଲକୁ ହଲାଇ ରଖିଦିଅନ୍ତୁ । ଏଥିସହିତ ଆପଣଙ୍କୁ ଏହି ବୋତଲର ମୁହଁକୁ ବନ୍ଦ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରସୁଣର ପେଷ୍ଟକୁ କାଚ ବୋତଲରେ ରଖନ୍ତୁ ।
ଏକ କପ୍ ଥଣ୍ଡା ପାଣି ସହ ରସୁଣର ପେଷ୍ଟରୁ ଗୋଟିଏ ଚାମଚ ସେବନ କରନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଏପରି ସେବନ କରିବା ଦ୍ୱାରା ଆପଣ ନିଜେ ହିଁ ଏହାର ଫରକ୍ ଅନୁଭବ କରିପାରିବେ ।

ରାତିରେ ବତୁରାଇ ସକାଳୁ ଖାଆନ୍ତୁ,ପାଖ ମାଡିବନି ରୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)