Health & Lifestyle

ଏହି ଜଡିବୁଟିରେ ଭଲ ହେଇଯିବ ଅନେକ ରୋଗ

ଅପମାରଙ୍ଗ ଗଛ ପ୍ରାୟତଃ କ୍ଷେତରେ ବା ରାସ୍ତା ଘାଟରେ ଆପଣମାନଙ୍କୁ ମିଳିଯିବ । ଏହି ଗଛକୁ ସାଧାରଣତଃ ଚିରଚିରା ନାମରେ ଜଣାଯାଏ । ଏହି ଜଡିବୁଟି ଦାନ୍ତର କଷ୍ଟକୁ ଦୁର କରିବା ପାଇଁ ଏକ ବହୁତ ଭଲ ଔଷଧ ଅଟେ । ଏହାକୁ ବ୍ୟବହାର କରିଲେ ବୃଦ୍ଧ ଅବସ୍ଥାରେ ମଧ୍ୟ ଦାନ୍ତ ମଝବୁତ ଓ ସୁସ୍ଥ ରହିଥାଏ ।

29 November, 2021 12:09 PM IST By: Sudesna Nayak

ହିନ୍ଦୁ ଧର୍ମରେ ଅନେକ ଲୋକ ଶାସ୍ତ୍ରକୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ରରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତାର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ରରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ରରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ରରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ ।

ଆପଣଙ୍କ ଘରେ ସୁଖ ସମୃଦ୍ଧି ର ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣ ଅପମାରଙ୍ଗ ଗଛର ଚେରକୁ ଆଣି ଘରେ ରଖନ୍ତୁ ଏହା ଦ୍ବାରା ଆପଣଙ୍କର ବହୁତ ଲାଭ ହେବ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାପନା ହେବା ସହିତ ଆପଣଙ୍କ ଘରକୁ ଧନ ମଧ୍ୟ ଆସିବ ।

 

ଅପମାରଙ୍ଗ ଗଛ ପ୍ରାୟତଃ କ୍ଷେତରେ ବା ରାସ୍ତା ଘାଟରେ ଆପଣମାନଙ୍କୁ ମିଳିଯିବ । ଏହି ଗଛକୁ ସାଧାରଣତଃ ଚିରଚିରା ନାମରେ ଜଣାଯାଏ । ଏହି ଜଡିବୁଟି ଦାନ୍ତର କଷ୍ଟକୁ ଦୁର କରିବା ପାଇଁ ଏକ ବହୁତ ଭଲ ଔଷଧ ଅଟେ । ଏହାକୁ ବ୍ୟବହାର କରିଲେ ବୃଦ୍ଧ ଅବସ୍ଥାରେ ମଧ୍ୟ ଦାନ୍ତ ମଝବୁତ ଓ ସୁସ୍ଥ ରହିଥାଏ ।

ଦାନ୍ତର କୌଣସି ପ୍ରକାରର ସମସ୍ୟା ଯଥା ମାଢିରେ ହେଉଥିବା କଷ୍ଟ, ପାଇରିଆ ବା ଦାନ୍ତରୁ ରକ୍ତ ବାହାରିବା ଆଦି ସମସ୍ୟାକୁ ଏହି ଔଷଧୀୟ ଜଡିବୁଟି ଦୂର କରିଥାଏ । ଏହାକୁ ପ୍ରତିଦିନ ବ୍ୟବହାର କରିଲେ ଦାନ୍ତ ସୁସ୍ଥ ରହିଥାଏ ।

ଏହି ଅପମାରଙ୍ଗ ଗଛ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ନାଲି ରଙ୍ଗର ହୋଇଥାଏ ଓ ଅନ୍ୟଟି ସମାନ୍ୟ ଧଳା ରଙ୍ଗର ହୋଇଥାଏ ।