Health & Lifestyle

ଏହି ସବୁ ବଡ଼ ବଡ଼ ରୋଗ ଭଲ କରିଥାଏ ବେଲପତ୍ର

ହିନ୍ଦୁ ଧର୍ମରେ ବେଲପତ୍ରକୁ ଖୁବ୍‌‌ ପବିତ୍ର ବୋଲି ଆମେ ମାନିଥାଉ । ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ। ଶିଭ ଠାକୁରଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମାବଲମ୍ବୀ ଏବଂ ଶୈବ ଭକ୍ତ ବିଶ୍ୱାସ କରିଥାନ୍ତି। ଏହାର ଧାର୍ମିକ ଗୁଣ ସହ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ଶରୀରର ଅନେକ ଛୋଟ ବଡ଼ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ନିୟମିତ ବେଲପତ୍ର ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।

09 July, 2023 12:47 PM IST By: Priyambada Rana

ହିନ୍ଦୁ ଧର୍ମରେ ବେଲପତ୍ରକୁ ଖୁବ୍‌‌ ପବିତ୍ର ବୋଲି ଆମେ ମାନିଥାଉ । ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ। ଶିଭ ଠାକୁରଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମାବଲମ୍ବୀ ଏବଂ ଶୈବ ଭକ୍ତ ବିଶ୍ୱାସ କରିଥାନ୍ତି। ଏହାର ଧାର୍ମିକ ଗୁଣ ସହ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ଶରୀରର ଅନେକ ଛୋଟ ବଡ଼ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ନିୟମିତ ବେଲପତ୍ର ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଜାଣନ୍ତୁ..

ନିୟମିତ ସକାଳେ ଖାଲି ପେଟରେ ବେଲପତ୍ର ସେବନ କରିବା ଦ୍ୱାରା ହୃଦୟ ଜନିତ ସମସ୍ୟା ଦୂର ହୋଇ ହୃଦୟ ସୁସ୍ଥ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ହୃଦୟ ଜନିତ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଏଥି ସହ ଏହା ଉଚ୍ଚ ରକ୍ତଚାପ ବିପଦକୁ ଏଡ଼ାଇବାରେ ସାହାଯ୍ୟ କରିଥାଏ।
ମଧୁମେହ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ବରଦାନ ଠାରୁ କମ୍‌‌ ନୁହେଁ। ରକ୍ତ ଶର୍କରା  ନିୟନ୍ତ୍ରଣ ପାଇଁ ଖାଲି ପେଟରେ ଆପଣ ପ୍ରତିଦିନ ବେଲପତ୍ର ଖାଆନ୍ତୁ। ଏଥିରେ ଥିବା ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌‌ ଲାଭଦାୟକ ଅଟେ।

ବେଲପତ୍ରରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ବେଲପତ୍ର ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ପେଟ ସହ ଜଡ଼ିତ ଅନେକ ସମସ୍ୟାକୁ ଏହା ଦୂର କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳୁ ଉଠି ଖାଲିପେଟରେ ବେଲପତ୍ର ସେବନ କରନ୍ତୁ। ଏହା ଗ୍ୟାଷ୍ଟ୍ରିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା ଦୂର କରିଥାଏ।

ଯେଉଁମାନଙ୍କର ଅର୍ଶ ସମସ୍ୟା ରହିଛି, ସେମାନେ ଖାଲି ପେଟରେ ବେଲପତ୍ର ସେବନ କରିବା ଉଚିତ୍ । ଏହା ପାଚନ ତନ୍ତ୍ରକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ। ପେଟ ସହ ଜଡ଼ିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ।
ବେଲପତ୍ର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଓ ମଜଭୂତ ରଖିଥାଏ। ଫଳରେ ଅନେକ ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଆମେ ବାରମ୍ବାର ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଦ୍ୱାରା ଶରୀରକୁ ରୋଗରୁ ରକ୍ଷା ମିଳିଥାଏ।

ଫିଙ୍ଗିଦେଉଛନ୍ତି କି ଲେମ୍ବୁ ଚୋପା ! ଜାଣନ୍ତୁ ଏହାର ଉପକାରିତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)