Health & Lifestyle

ସ୍ୱାସ୍ଥ୍ୟ ପ୍ରତି ହିତକର କଦଳୀ ଫୁଲ

କଦଳୀ ସହ କଦଳୀ ଫୁଲ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଭାରତରେ ବିଭିନ୍ନ ଜାଗାରେ ଏହାର ତରକାରୀ ମଧ୍ୟ ପ୍ରସ୍ତୁତ କରା ଯାଇଥାଏ । ସାଧାରଣତଃ କଦଳୀ ଖାଇବାକୁ ସ୍ୱାଦଯୁକ୍ତ ହେବା ସହ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସେହିପରି କଦଳୀ ଫୁଲରେ ମଧ୍ୟ ଔଷଧୀୟ ଗୁଣ ଭରପୁର ହୋଇ ରହିଛି ।

16 November, 2021 4:21 PM IST By: Sudesna Nayak

କଦଳୀ ସହ କଦଳୀ ଫୁଲ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଭାରତରେ ବିଭିନ୍ନ ଜାଗାରେ ଏହାର ତରକାରୀ ମଧ୍ୟ ପ୍ରସ୍ତୁତ କରା ଯାଇଥାଏ । ସାଧାରଣତଃ କଦଳୀ ଖାଇବାକୁ ସ୍ୱାଦଯୁକ୍ତ ହେବା ସହ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସେହିପରି କଦଳୀ ଫୁଲରେ ମଧ୍ୟ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଅନେକ ଲୋକ କଦଳୀ ଫୁଲକୁ ପରିବା ଆକାରେ ରାନ୍ଧି ଖାଇଥାନ୍ତି, ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । କଦଳୀ ଫୁଲ ସେବନ କରନ୍ତୁ, କେବେ ହେବନି ଶରୀରରେ ରକ୍ତର ଅଭାବ ।

ଲୋକମାନେ ମଧ୍ୟ ଏହାକୁ ବଡ ସ୍ଵାଦ ସହିତ ଖାଇଥାନ୍ତି । କଦଳୀ ଫୁଲ ବହୁତ ପୌଷ୍ଟିକ ହୋଇଥାଏ । କଦଳୀ ଫୁଲରେ ବହୁତ ପରିମାଣରେ ଫାଇବର,ପୋଟାସିୟମ,କ୍ୟାଲସିୟମ,କପର, ଫସଫରସ ଆଇରନ,ଭିଟାମିନ ଇ ମିଳିଥାଏ । କଦଳୀ ଫୁଲ ଶରୀରରେ ପ୍ରୋଜେଷ୍ଟରନ ହରମୋନ ବୃଦ୍ଧିରେ ସହାୟକ ହୁଏ ।

 

କଦଳୀ ଫୁଲ ଖାଇବା ଦ୍ଵାରା ଆପଣଙ୍କ ବହୁତ ଗୁଡିଏ ରୋଗ ଦୂର ହୋଇପାରେ। ଯେପରି ଡାଇବେଟିସ, ଡିପ୍ରେଶନ ତଥା ଆନେମିଆ ଆଦି ରୋଗ ମାନଙ୍କ ଠାରୁ ଏହା ବଞ୍ଚାଇଥାଏ । ଏଥିପାଇଁ କଦଳୀ ଫୁଲକୁ କୌଣସି ନା କୌଣସି ପ୍ରକାରେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ।

କଦଳୀ ଫୁଲ ଖାଇବା ଦ୍ବାର ବହୁ ରୋଗରୁ ମିଳିବ ମୁକ୍ତି ....

  • ପ୍ରଥମ ହେଉଛି ଆନେମିଆ ଯାହା କି ରକ୍ତର ଅଭାବ ଅଟେ । ଏହି ରୋଗରୁ ବଞ୍ଚିବା ପାଇଁ କଦଳୀ ଫୁଲର ବ୍ୟବହାର କରାଯାଇଥାଏ । ଏହାକୁ ଖାଇବା ଦ୍ଵାରା ଶରୀରରେ ଆଇରନର ଅଭାବ ହୋଇ ନଥାଏ ।
  • କ୍ୟାନ୍ସର ଭଳି ବିପଦପୂର୍ଣ୍ଣ ଓ ମାରାତ୍ମକ ରୋଗ ମାନଙ୍କ ଠାରୁ ବଞ୍ଚିବା ପାଇଁ କଦଳୀ ଫୁଲ ସାହାଯ୍ୟ କରିଥାଏ ।
  • ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ କଦଳୀ ଫୁଲ ନଷ୍ଟ କରିଦେଇଥାଏ ।
  • ମହିଳାମାନଙ୍କର ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବରୁ ରକ୍ଷା ପାଇବା ପାଇଁ କଦଳୀ ଫୁଲକୁ ବ୍ୟବହାର କରାଯାଏ ।
  • ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ କଦଳୀ ଫୁଲ । ଏଥିରୁ ମିଳୁଥିବା ପୋଷକ ତତ୍ୱ ପେଟ ବଥା,ବାନ୍ତି ଭଳି ଅନେକ୍ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
  • ଶୀଘ୍ର ହଜମ ହେଉଥିବାରୁ ପାକସ୍ଥଳୀ ପାଇଁ ଏହି ଫୁଲ ବହୁତ ଉପକାରୀ ।
  •  କଦଳୀ ଫୁଲରେ ବହୁତ ମ୍ୟାଗ୍ନେଶୀୟମ ଓ ଆଣ୍ଟୀ ଅକ୍ସିଡ଼ାଣ୍ଟ ରହିଥାଏ । ଏହା ଆପଣଙ୍କୁ ମାନସିକ ଅବସାଦରୁ ବଞ୍ଚାଇଥାଏ ।
  •  କଦଳୀ ଫୁଲକୁ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହାକୁ ଖାଇବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ।
  • କଦଳୀ ଫୁଲକୁ ଆପଣ କଞ୍ଚା ଖାଇପାରିବେ । ଏହା ବ୍ୟତୀତ ଏହି ଫୁଲରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ । ସେହିପରି ଗ୍ରାଇଣ୍ଡିଂ କରି ଏହି ଫୁଲର ଚଟଣୀ ପ୍ରସ୍ତୁତ କରି ମଧ୍ୟ ଡାଇବେଟିସ୍ ରୋଗୀ ଖାଇପାରିବେ ।