Health & Lifestyle

ଶରୀର ପାଇଁ ଉପକାରୀ ‘ବ୍ରାହ୍ମୀ ପତ୍ର’

ଆମ ଆଖପାଖ ପରିବେଶରେ ଥିବା ଅଧିକାଂଶ ଔଷଧୀୟ ଗଛ ସମ୍ପର୍କରେ ଆମର ଧାରଣା ନଥାଏ । ଯାହା ଆମ ପାଇଁ ବେଶ ଲାଭବାନ ହୋଇଥାଏ l ଏପରି ଏକ ସୁକ୍ଷ୍ମ ଜାତୀୟ ଗଛ ହେଉଛି ‘ବ୍ରାହ୍ମୀ ’ । ଏସିଆ ମହାଦେଶରେ ଏହି ଗଛ ବହୁଳ ଭାବେ ଦେଖାଯାଏ ଏବଂ ବ୍ୟବହାର ମଧ୍ୟ କରାଯାଏ ।

17 November, 2022 4:58 PM IST By: Tanushree Mahapatra

ଆମ ଆଖପାଖ ପରିବେଶରେ ଥିବା ଅଧିକାଂଶ ଔଷଧୀୟ ଗଛ ସମ୍ପର୍କରେ ଆମର ଧାରଣା ନଥାଏ । ଯାହା ଆମ ପାଇଁ ବେଶ ଲାଭବାନ ହୋଇଥାଏ l  ଏପରି ଏକ ସୁକ୍ଷ୍ମ ଜାତୀୟ ଗଛ ହେଉଛି ‘ବ୍ରାହ୍ମୀ ’ ( brahmi leaves ) ।  ଏସିଆ ମହାଦେଶରେ ଏହି ଗଛ ବହୁଳ ଭାବେ ଦେଖାଯାଏ ଏବଂ ବ୍ୟବହାର ମଧ୍ୟ କରାଯାଏ  ।  ଭାରତ ସମେତ ଚୀନ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାରେ ଏହି ଗଛର ଲୋକପ୍ରିୟତା ଅଧିକ ରହିଛି ।

‘ବ୍ରାହ୍ମୀ’ ବିଶେଷ କରି ସନ୍ତସନ୍ତିଆ ସ୍ଥାନରେ ହେଉଥିବା ଦେଖିବାକୁ ମିଳେ ।  ସେଥିପାଇଁ ଏହାକୁ ‘ଜଳ ବ୍ରାହ୍ମୀ’ ମଧ୍ୟ କୁହାଯାଏ । ଓଡ଼ିଶାରେ ଏହା ଥାଲକୁଡ଼ି ନାଁରେ ପରିଚିତ । ଏହି ପତ୍ର ରେ ରହିଛି ଅନେକ ଗୁଡିଏ ଔଷଧୀୟ ଗୁଣ l

ଆୟୁର୍ବେଦ ଅନୁସାରେ, ଏହି ‘ବ୍ରାହ୍ମୀ’ ଗଛର ପତ୍ର ବା ବ୍ରାହ୍ମୀ ପତ୍ର ମଣିଷକୁ ସାରା ଜୀବନ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ ।  ଏହା ମଣିଷକୁ ମାନସିକ ଓ ଶାରୀରିକ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ । ବ୍ରାହ୍ମୀ ପତ୍ର’ ନିୟମିତ ଖାଇବା ଦ୍ୱାରା ଶରୀର ସୁସ୍ଥ ରୁହେ ଓ ମଣିଷ ଦୀର୍ଘାୟୁ ହୁଏ I ଆୟୁର୍ବେଦରେ ( ayurveda ) ହଜାର ହଜାର ବର୍ଷ ହେଲା ବ୍ରାହ୍ମୀ ର ଉପଯୋଗ କରାଯାଉଛି  । ଜଡିବୁଟି ଭାବେ ବ୍ରାହ୍ମୀ ଫୁଲ ସବୁଠାରୁ ଅଧିକ ବ୍ୟବହୃତ ହୁଏ । ଏହା ମସ୍ତିସ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି  ।  ବ୍ରାହ୍ମୀର ଆହୁରି ଅନେକ ମହତ୍ତ୍ୱପୂର୍ଣ୍ଣ ଗୁଣ ରହିଛି । ଏହାଦ୍ୱାରା ଶରୀରର ଅନେକ ସମସ୍ୟାର ଚିକିତ୍ସା କରାଯାଇପାରିବ।

ମୁଖ୍ୟତଃ ମସ୍ତିସ୍କ ସମ୍ବନ୍ଧୀୟ ରୋଗ, ସ୍ତୁତି ଶକ୍ତି ହୀନତା, ପାଗଳାମି ରୋଗର ଚିକିତ୍ସା ନିମିତ୍ତ ଏହାକୁ ସେବନ କରାଯାଇଥାଏ  ।  ଏହାର ମହତ୍ତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହାର କୃଷିକାରଣ ଦ୍ଵାରା କେବଳ ଯେ ଏହାର ଚାହିଦା ପୂରଣ ହୋଇଥାଏ ତା ନୁହେଁ ଏହା କୃଷକମାନଙ୍କୁ ଆର୍ଥିକ ଲାଭ ପ୍ରଦାନ କରିଥାଏ । ବିଶେଷତଃ ସନ୍ତସନ୍ତିଆ ଓ ଓଦା ଭୁଇଁରେ ଏହା ବିକଶିତ ହୁଏ । ଏହାର ଚେରସବୁ କାଣ୍ଡ ଗଣ୍ଠିରୁ ବାହାରିଥାଏ । ଚେରସବୁ ମାଟିକୁ ଜାବୁଡି ଧରିବାରେ ସାହାଯ୍ୟ କରେ । ବ୍ରାହ୍ମୀ ପ୍ରାୟତଃ ଏକବର୍ଷୀୟ ଗୁଳ୍ମ ଏବଂ ଆଦ୍ର ଓ ସନ୍ତସନ୍ତିଆ ସ୍ଥାନମାନଙ୍କରେ ବଢିଥାଏ । ବିଶେଷତଃ ନଦୀ ଓ ଜଳାଶୟ କୂଳ ସ୍ଥାନରେ ଏହା ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ ।  ଅତ୍ୟାଧିକ ଉଷ୍ମ ସ୍ଥାନ ଏବଂ ଯେଉଁଠାରେ ତାପମାତ୍ରା ୩୩ ରୁ ୪୦ ଡିଗ୍ରୀ ସେଲସିୟମ ଏବଂ ଆଦ୍ରତା ୬୦ ରୁ ୬୫% ସେହି ସ୍ଥାନ ବ୍ରାହ୍ମୀଚାଷ ପାଇଁ ଉପଯୁକ୍ତ  । ଅମ୍ଳଯୁକ୍ତ ମାଟିରେ ଏହା ଅଧିକ ପରିମାଣରେ ବଢିଥାଏ  । ଶୀଘ୍ର ବଢିଥାଏ ମଧ୍ୟ l

ଏହାର ଚାରା କୁ ରୋପଣ କରିବାର ପ୍ରାୟ ୪ ରୁ ୫ ମାସ ପରେ ଡାଳରେ ଫୁଲ ଆସିବା ଆରମ୍ଭ ହେଲେ ନିମ୍ନ ଭାବରୁ ୪ ରୁ ୫ ସେମି ଛାଡି ଏହାକୁ କଟିନିଆଯାଏ  ।  ଆକ୍ଟୋବର ଓ ନଭେମ୍ବର ମାସରେ ଏହାର ଅମଳ କରାଯାଏ  ।  ଛାଡିଯାଇଥିବା ମୂଳରୁ ପୁନଃ ଅଙ୍କୁରିତ ହୋଇଥିବା ଫସଲକୁ ପୁନଶ୍ଚ ଜୁନ ମାସରେ କଟା ଯାଇଥାଏ   । ଉତ୍ପାଦନ ଦୃଷ୍ଟିରୁ ଅକ୍ଟୋବର ଏବଂ  ନଭେମ୍ବର ମାସ ସର୍ବୋକୃଷ୍ଟ ସମୟ ଅଟେ ଏବଂ ଏହି ସମୟରେ ଫସଲରେ ଆଲାକାଲଏଡିସର ମାତ୍ରା ଅଧିକ ଥାଏ । ୧  ଏକର କ୍ଷେତରୁ ପ୍ରାୟ ପ୍ରାୟ ୩୦ କ୍ଵିଣ୍ଟାଲ ଶୁଖିଲା ବ୍ରାହ୍ମୀଶାଗ ମିଳୁଥିବାବେଳେ ଏକ କ୍ଵିଣ୍ଟାଲ ପ୍ରତି ୨୦୦୦ ଟଙ୍କାରେ ବିକ୍ରି ହୋଇପାରେ । ଏକ ଏକରରୁ ୬ ମାସ ମଧ୍ୟରେ ୭୦ ହଜାର ଟଙ୍କା ପାଇ ପାରିବେ ଚାଷୀ  । ଅଳ୍ପ ସମୟ ମଧ୍ୟରେ ଅମଳ ହେଉଥିବା ଏହି ଚାଷ ଅନେକ ଲାଭ ଦେଇଥାଏ l

ବ୍ରାହ୍ମୀରେ ନାଇଟ୍ରିକ୍‌ ଅକ୍ସସାଇଡ୍‌ ( nitric oxide ) ରହିଥାଏ । ସେବା କରିବାଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା କମିଥାଏ । ବ୍ରାହ୍ମୀ ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ । ବ୍ରାହ୍ମୀ ଜଡିବୁଟି କ୍ୟାନସରକୁୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା କ୍ୟାନସର ପ୍ରତିରୋଧୀ ଗୁଣ ଥିବା କାରଣରୁ ଏହା ମସ୍ତିଷ୍କର ଟ୍ୟୁମର କୋଷିକା ବିକାଶକୁ ରୋକିବାରେ ସାହାଯ୍ୟ କରେ । ଯଦି କ୍ୟାନସର ପ୍ରଥମ ଷ୍ଟେଜ୍‌ ରେ ରହିଥାଏ ତେବେ ନିୟମିତ ବ୍ରାହ୍ମୀ ସେବନ କରନ୍ତୁ । ଏହା ଆପଣଙ୍କୁ ସହାୟକ ହେବ l

ସେହିପରି ବ୍ରାହ୍ମୀରେ ଆଣ୍ଟିଡାୟବେଟିକ୍‌ ଗୁଣ ରହିଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଡାଇବେଟିଜ୍‌ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ବ୍ରାହ୍ମୀରେ ଆଣ୍ଟିହାଇପରଗ୍ଲାଇସେମିକ ଗୁଣ ମଧ୍ୟ ରହିଥାଏ, ଯାହାଦ୍ୱାରା ଟାଇପ୍‌-୨ ଡାଇବେଟିଜ୍‌ ରେ ବ୍ରାହ୍ମୀର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ । ଶରୀରରେ ଆଣ୍ଠୁ-ଗଣ୍ଠି ଏବଂ ମାଂସପେଶୀ ସମ୍ବନ୍ଧିତ ସମସ୍ତ ପ୍ରକାର ଯନ୍ତ୍ରଣା ଦୂର କରିବାରେ ଏହି ଔଷଧ ତେଲ ଲାଭକାରୀ ହୋଇଥାଏ।

ସେହିଭଳି ଯେଉଁ ବ୍ୟକ୍ତିମାନଙ୍କର ଆସ୍ଥମା  ( asthama ) ଭଳି ଶ୍ୱାସ ସମ୍ବନ୍ଧିତ ସମସ୍ୟା ରହିଥାଏ ସେହି ବ୍ୟକ୍ତିମାନଙ୍କ ପାଇଁ ବ୍ରାହ୍ମୀ ଅର୍କ ଜୁସ୍‌ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହାଦ୍ୱାରା ଶ୍ୱାସ ନଳୀ ଦେଖାଯାଉଥିବା ଜ୍ୱଳନ ଏବଂ ଫୁଲାପଣ ସମସ୍ୟା ଦୂର ହୋଇଥାଏ । ବ୍ରାହ୍ମୀ ସେବନ କରିବା ପୂର୍ବରୁ ଡାକ୍ତର ତଥା ବଇଦ ଙ୍କ ପରାମର୍ଶ ନେବା ଉଚିତ କାରଣ ଏହା ଏକ ଔଷଧୀୟ ଗଛ l ପରାମର୍ଶ ନେଇ ସେବନ କଲେ ଏହା ଆପଣଙ୍କୁ ଆହୁରି ଲାଭଦାୟକ ହେବ l

ଶରୀର ପାଇଁ ମହୌଷଧି ଏହି ସବୁ ବୃକ୍ଷ

ଗଛ ଆଣିଦେବ ଟଙ୍କା !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)