Health & Lifestyle

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୁରା ଷ୍ଟୋରି....

କାଜୁ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଅଳ୍ପ ଅଳ୍ପ କାଜୁ ଖାଇଲେ ଆପଣଙ୍କ ଶରୀର ସବୁବେଳେ ସୁସ୍ଥ ରହିଥାଏ। ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତ କରିଥାଏ। ବିଶେଷ କରି ଗର୍ଭାବସ୍ଥାରେ କାଜୁ ଖାଇଲେ ଅନେକ କିଛି ଫାଇଦା ମିଳିଥାଏ।

31 December, 2022 4:56 PM IST By: Priyambada Rana

ଶରୀରକୁ ସୁସ୍ଥ(Healthy) ରଖିବା ପାଇଁ ଡାଏଟ(diet)ରେ ଅନେକ ବ୍ୟକ୍ତି ଡ୍ରାଏଫୁଡ(Dry Fruit) ଖାଆନ୍ତି । ବିଭିନ୍ନ ପ୍ରକାର ଡ୍ରାଏଫୁଡ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଫଳପ୍ରଦ ହୋଇଥାଏ ।ଡ୍ରାଏଫୁଡ ମଧ୍ୟରେ ଭାରତୀୟମାନଙ୍କ ସବୁଠରୁ ପ୍ରିୟ ହେଉଛି କାଜୁ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରତିଦିନ ଅଳ୍ପ ଅଳ୍ପ କାଜୁ(Cashew) ଖାଇଲେ ଆପଣଙ୍କ ଶରୀର ସବୁବେଳେ ସୁସ୍ଥ ରହିଥାଏ। ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତ କରିଥାଏ। ବିଶେଷ କରି ଗର୍ଭାବସ୍ଥାରେ କାଜୁ ଖାଇଲେ ଅନେକ କିଛି ଫାଇଦା ମିଳିଥାଏ।

ଲୋକଙ୍କ ମନରେ ଏହା ଧାରଣା ରହିଛି ଅଧିକ କାଜୁ ଖାଇବା ଦ୍ୱାରା କେଲେଷ୍ଟ୍ରଲ(cholesterol) ବଢିଥାଏ । ଗରମ ଦିନରେ ଅଧିକ କାଜୁ ଖାଇବା ଦ୍ୱାରା ପେଟ ଗରମ ହୋଇଥାଏ । ଏହି ସବୁ କଥାର କୌଣସି ସତ୍ୟତା ନାହିଁ । କାଜୁରେ ପ୍ରୋଟିନ, ଫାଇବର(Fiber), କାର୍ବେହାଡ୍ରେଡ, କପର, ମାଙ୍ଗାନିସ, ଫସଫରସ, ମ୍ୟାଗନେସିୟମ, ଜିଙ୍କ,ଥାଇମିନ, ଭିଟାମିନ-ବି୬, ଭିଟାମିନ କେ, ଆଇରନ ଏବଂ ପୋଟାସିୟମ ରହିଛି। ପ୍ରତିଦିନ କାଜୁର ସେବନ, ଆମ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ ଓ ତ୍ୱଚା ପାଇଁ ମଧ୍ୟ ଉପକାରୀ ହୋଇଥାଏ ।କାଜୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ।

ଏହା ବହୁତ ବଡ ବଡ ରୋଗକୁ ଠିକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ କମ୍ ମାତ୍ରାରେ ଖାଇବା ଦ୍ଵାରା ହୃଦୟରୋଗ ଭଳି ରୋଗରୁ ସୁଧାର ଆସିଥାଏ । ଏହା କୌଣସି ଅସୁବିଧା କରି ନଥାଏ କିନ୍ତୁ ଯଦି ଆପଣ ଅଧିକା ଖାଆନ୍ତି ତେବେ ଏହାର ଖରାପ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ମୁଡ୍ ଖରାପ ଅଛି ତେବେ କାଜୁ ୨-୩ ଟି ଖାଇଲେ ମୁଡ୍ ଭଲ ହୋଇଥାଏ ଓ ଆରାମ ମିଳିଥାଏ ।

ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଏହା ଖୁବ ଭଲ । ତ୍ୱଚାରେ ବୟସର ଛାପ ଆସେ ନାହିଁ । ଓଜନ କମ୍ କରିବା ସହ ହାଡ ମଧ୍ୟ ଶକ୍ତ କରିଥାଏ । କାଜୁରେ କପର ଓ ଆଇରନ ଥିବାରୁ ବ୍ଲଡ ସେଲ ବୃଦ୍ଧିକରିବାରେ ସାହାଯ୍ୟ କରେ । ହୃଦରୋଗୀ କାଜୁ ଖାଇବା ଦ୍ୱାରା ବ୍ଲଡ, ସୁଗାର ଠିକ ରହେ । କାଜୁ ଖାଇବା ହାର୍ଟ ରୋଗୀଙ୍କ ପାଇଁ ଖୁବ ଭଲ ହୋଇଥାଏ।

କାଜୁରେ ମନୋ ସେଚୁରାଇଡସ୍ ଥିବାରୁ ଏହା ଆମ ହାଡ ବା ମାଂସପେଶୀ କୁ ସୁସ୍ଥ ରଖିବା ସହିତ ବିଭିନ୍ନ ପ୍ରକାର ହାର୍ଟ ଡିଜିଜ୍ ରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।କାଜୁରେ ଆଇରନର ମାତ୍ରା ଅଧିକ ଥିବାରୁ କାଜୁ ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବକୁ ଦୂର କରାଯାଇପାରେ ।କାଜୁ ସେବନ ଦ୍ୱାରା ଆମ ଶରୀରରୁ ଅନାବଶ୍ୟକ ବା ଅତ୍ୟଧିକ କୋଲେଷ୍ଟ୍ରଲର ମାତ୍ରା ହ୍ରାସ ପାଇଥାଏ ।
କାଜୁ ବ୍ଳଡ୍ ପ୍ରେସର ବା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ ଏବଂ କେଶ, ତ୍ୱଚାକୁ ମଧ୍ୟ ସୁନ୍ଦର କରିଥାଏ ।କାଜୁ ଖାଇଲେ ଶରୀରରେ ପାଚନ କ୍ରିୟା ଠିକ ହୋଇଥାଏ ଏବଂ ଦୁର୍ବଳତା ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।

ଖାଆନ୍ତୁନି ଏହି ସବୁ ଜିନିଷ, ନହେଲେ ହୋଇଯିବେ ନିଶାଗ୍ରସ୍ତ

ଖୁସି ଖବର !ଏବେ ସରକାର ବାଣ୍ଟିବେ ମାଗଣା ରାସନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)