Health & Lifestyle

ଦହି ପାଇଁ ଚିନି ଉପକାରୀ ନା ଲୁଣ ?

କରିଥାଆନ୍ତି। କିଛି ଲୋକେ ଦହିରେ ଚିନି ତ ଆଉ କିଛି ଲୁଣ ମିଶାଇ ପିଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଲୋକେ ଦହିରେ ଲସି ପ୍ରସ୍ତୁତ କରି ପିଇଥାଆନ୍ତି। ତେବେ ଦହିରେ ଲୁଣ ମିଶାଇ ନା ଚିନି ମିଶାଇ ପିଇବା ଅଧିକ ଉପକାରୀ ତାହା ଜାଣନ୍ତୁ..

10 April, 2023 10:50 AM IST By: Priyambada Rana

ଭାରତରେ ସବୁଠି ଦହିର ଆଦର ବେଶୀ । ମିଠା ଦହି, ଘୋଳ ଦହି ଖାଇବାକୁ କିଛି ଲୋକ ବହୁତ୍‌ ପସନ୍ଦ କରିଥାନ୍ତି  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୁଷ୍ଟିକର ଖାଦ୍ୟ ଦହି । ଦହି ଖାଇବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ । ଦହି ପାଟିକୁ ସ୍ୱାଦ ଲାଗିବା ପାଇଁ କିଛି ଲୋକେ ଦହିରେ ଚିନି ତ ଆଉ କିଛି ଲୋକ ଲୁଣ ମିଶାଇ ପିଇବାକୁ ପସନ୍ଦ କରିଥାଆନ୍ତି । ଅଧିକାଂଶ ଲୋକେ ଦହିରେ ଲସି ପ୍ରସ୍ତୁତ କରି ପିଇଥାଆନ୍ତି । 

ଖରାର ତାତି ଅନୁଭବ ହେଲାଣି। ଏହି ଋତୁରେ ସାଧାରଣତଃ ଦହି ଓ ଥଣ୍ଡାଜାତୀୟ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। କିଛି ଲୋକେ ଦହିରେ ଚିନି ତ ଆଉ କିଛି ଲୁଣ ମିଶାଇ ପିଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଲୋକେ ଦହିରେ ଲସି ପ୍ରସ୍ତୁତ କରି ପିଇଥାଆନ୍ତି। ତେବେ ଦହିରେ ଲୁଣ ମିଶାଇ ନା ଚିନି ମିଶାଇ ପିଇବା ଅଧିକ ଉପକାରୀ ତାହା ଜାଣନ୍ତୁ..
ଆୟୁର୍ବେଦ ଅନୁଯାୟୀ, ଦହିକୁ ରାତି ସମୟରେ ସେବନ କରନ୍ତୁ ନାହିଁ। ନିୟମିତ ଅପେକ୍ଷା ସପ୍ତାହକୁ ୪ଥର ଏହାର ସେବନ କରିବା ଉଚିତ। ଦହିରେ ମୁଗଡାଲି, ମହୁ, ଘିଅ, ଚିନି ଓ ଅଁଳାକୁ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ।
ଡାକ୍ତରଙ୍କ ମତାନୁଯାୟୀ, ଦହିରେ କେବେ କେବେ ଲୁଣ ମିଶାଇ ସେବନ କରି ପାରିବେ। ମାତ୍ର ନିୟମିତ ଲୁଣ ପକାଇ ସେବନ କରନ୍ତୁ ନାହିଁ। ଏହା ତ୍ୱଚା ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହାସହ କେଶ ଝଡିବା, ବୟସ ପୂର୍ବରୁ ଧଳା କେଶ, ତ୍ୱଚାରେ ମଧ୍ୟ ଦାଗ ସୃଷ୍ଟି ହୋଇଥାଏ।

-ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ପେଟ ଥଣ୍ଡା ହେବା ସହ ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର କୌଣସି କ୍ଷତି ହୋଇନଥାଏ। ଦହିରେ ଗୁଡ ମିଶାଇ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।

-ଖରାଦିନେ ଦହିରେ ଲସି ପ୍ରସ୍ତୁତ କରି ପିଇବା ମଧ୍ୟ ଲାଭଦାୟକ। ଦହିରେ ଚିନି ମିଶିବା ମାତ୍ରେ ଏହାର ଗୁଣ ବଢ଼ିଥାଏ। ଏହାର ସେବନ ଦ୍ୱାରା ଖରାର ପ୍ରଭାବରୁ ଆରାମ ମିଳିଥାଏ। ଶରୀରକୁ ଶକ୍ତି ମିଳିବା ସହ ସତେଜ ଅନୁଭବ ହୋଇଥାଏ। ଥକ୍କାପଣ ଦୂର କରିଥାଏ। କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ। ଶରୀରରେ ଜଳର ଅଭାବ ଦୂର କରିଥାଏ।

-ଆୟୁର୍ବେଦ ଅନୁଯାୟୀ, ଦହିକୁ ରାତି ସମୟରେ ସେବନ କରନ୍ତୁ ନାହିଁ। ନିୟମିତ ଅପେକ୍ଷା ସପ୍ତାହକୁ ୪ଥର ଏହାର ସେବନ କରିବା ଉଚିତ। ଦହିରେ ମୁଗଡାଲି, ମହୁ, ଘିଅ, ଚିନି ଓ ଅଁଳାକୁ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ।

ଦହି ଖାଆନ୍ତୁ; ଦୂର ହେବ ଅନେକ ସମସ୍ୟା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)