Health & Lifestyle

ସୁନା ପିନ୍ଧିଲେ ଭଲ ହୋଇଥାଏ ଏହି ସବୁ ରୋଗ...

ପୂର୍ବରୁ ରାଣୀମାନେ ସେମାନଙ୍କ ଚର୍ମ ସହ ଚାପି ହୋଇ ରହୁଥିବା ଅଳଙ୍କାର ପିନ୍ଧୁଥିଲେ । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଔଷଧୀୟ ପଦାର୍ଥ ରୂପେ କାର୍ଯ୍ୟ କରୁଥିଲା । ଏହାର କାରଣ ହେଉଛି ସୁନା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ସୁନା ଅଳଙ୍କାର ଶରୀରରେ ପିନ୍ଧିବା ଉଚିତ୍।

23 April, 2023 7:00 AM IST By: Priyambada Rana

ସୁନା ପିନ୍ଧିବାକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି ।ବିଶେଷ କରି ମହିଳାମାନେ ସୁନା ପିନ୍ଧିବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସୁନାରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଅନେକ ଅଧ୍ୟୟନ ପରେ ଏହା ପ୍ରକାଶ ପାଇଛି ଯେ ଔଷଧୀୟ ଗୁଣରେ ଭରପୂର ହୋଇଥାଏ ସୁନା । ପୂର୍ବ କାଳରେ, ରାଜା, ରାଣୀ ଏବଂ ସେମାନଙ୍କ ବଂଶଜମାନେ ସୁନା ଅଳଙ୍କାର ପିନ୍ଧୁଥିଲେ । ମାତ୍ର ଆଜିକାଲି ମହିଳାମାନେ ନିଜ ପୋଷାକ ଉପରେ ସୁନା ଅଳଙ୍କାର ପିନ୍ଧୁଛନ୍ତି । କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ଏହାକୁ ପିନ୍ଧୁଛନ୍ତି ।

ପୂର୍ବରୁ ରାଣୀମାନେ ସେମାନଙ୍କ ଚର୍ମ ସହ ଚାପି ହୋଇ ରହୁଥିବା ଅଳଙ୍କାର ପିନ୍ଧୁଥିଲେ । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଔଷଧୀୟ ପଦାର୍ଥ ରୂପେ କାର୍ଯ୍ୟ କରୁଥିଲା । ଏହାର କାରଣ ହେଉଛି ସୁନା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ । ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ସୁନା ଅଳଙ୍କାର ଶରୀରରେ ପିନ୍ଧିବା ଉଚିତ୍। କାରଣ ଏହା ଶରୀରକୁ ଅନେକ ଔଷଧୀୟ ଉପକାର ଦେଇଥାଏ। କେବଳ ଏତିକି ନୁହେଁ, ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରାଇଥାଏ ।

୧.ରକ୍ତ ସଞ୍ଚାଳନରେ ସାହାଯ୍ୟ କରଥାଏ:

ଶରୀରରେ ରକ୍ତ ସଞ୍ଚାଳନରେ ସୁନା ସାହାଯ୍ୟ କରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ସୁନା ଅଳଙ୍କାର ପିନ୍ଧନ୍ତି, ଏହା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନର ପ୍ରବାହକୁ ଉନ୍ନତ କରିଥାଏ । ସୁନା ପିନ୍ଧିବାର ସର୍ବାଧିକ ଲାଭ ଶରୀରର ସେହି ଅଂଶକୁ ଯାଇଥାଏ ଯେଉଁ ଅଂଶରେ ଆମେ ସୁନା ପିନ୍ଧିଥାଉ ।

.ଶରୀରକୁ ଆରାମ ଦେଇଥାଏ:

ସୁନା ପିନ୍ଧିବା ଦ୍ୱାରା ଏହା ଶରୀରକୁ ଆରାମ ଦେଇଥାଏ । ଏହା ମଧ୍ୟ ମୁଣ୍ଡବିନ୍ଧାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଆମ ହାତର ତର୍ଜନୀ  ଆଙ୍ଗୁଠିରେ ସୁନା ମୁଦି ପିନ୍ଧିବା ଦ୍ୱାରା ଏହା ମୁଣ୍ଡବିନ୍ଧାକୁ କମ୍ କରିଥାଏ । ଯେତେବେଳେ ଆପଣ ଏକ ରିଙ୍ଗ ପିନ୍ଧନ୍ତି, ଏହି ଚାପ ବିନ୍ଦୁ ଉପରେ ଚାପ ପକାଇଥାଏ ।

୩.ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ:

ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ସୁନାରେ ଅଛି ବୋଲି ବିଶ୍ୱାସ କରାଯାଏ ।ଏହା ବ୍ୟକ୍ତିଙ୍କୁ ଶରୀରର ତାପମାତ୍ରାର ପରିବର୍ତ୍ତନରୁ ରକ୍ଷା କରିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

୪.ମନୋବଳକୁ ଉନ୍ନତ କରେ:

ସୁନାରେ ନିର୍ମିତ ଅଳଙ୍କାର ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସୁନା ଅଳଙ୍କାର ପିନ୍ଧି ଜଣେ ବ୍ୟକ୍ତି ନିଜକୁ ଅଧିକ ଆକର୍ଷଣୀୟ ମନେ କରେ ଏବଂ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ ।

୫.ଚର୍ମ ଚମକିବାରେ ସାହାଯ୍ୟ କରିଥାଏ:

ଆଜିକାଲି ବିଭିନ୍ନ ବିୟୁଟି ଟ୍ରିଟମେଣ୍ଟରେ ସୁନା ବ୍ୟବହାର କରାଯାଇଥାଏ । ସୁନାର ବ୍ୟବହାର କେବଳ ଚେହେରାକୁ ଉଜ୍ଜ୍ୱଳ କରେ ତାହା ନୁହେଁ, ବରଂ ଚର୍ମକୁ ଯବାନ ମଧ୍ୟ ରଖିଥାଏ ।

ବଦଳିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ ସୁନା ଦାମ କେତେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)