Health & Lifestyle

ଡାଇବେଟିସକୁ ମୂଳରୁ ଶେଷ କରିଦେବ ଏହାର ଗୋଟିଏ ପତ୍ର, ଜାଣନ୍ତୁ...

୩ ଦିନ ସକାଳୁ ଖାଲି ପେଟରେ ଖାଇଦିଅନ୍ତୁ ଗୋଟେ ପିଜୁଳି ପତ୍ର (Guava Leaf)। ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ଯେଉଁ ମଣିଷ ନିୟମିତ ଭାବରେ ପିଜୁଳିର ସେବନ କରୁଥିବ ତାକୁ ଜୀବନରେ କେବେହେଲେ କ୍ୟାନସର ସମସ୍ଯା ହେବ ନାହିଁ ।

29 April, 2022 12:07 PM IST By: Sudesna Nayak

୩ ଦିନ ସକାଳୁ ଖାଲି ପେଟରେ ଖାଇଦିଅନ୍ତୁ ଗୋଟେ ପିଜୁଳି ପତ୍ର (Guava Leaf)। ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ଯେଉଁ ମଣିଷ ନିୟମିତ ଭାବରେ ପିଜୁଳିର ସେବନ କରୁଥିବ ତାକୁ ଜୀବନରେ କେବେହେଲେ କ୍ୟାନସର ସମସ୍ଯା ହେବ ନାହିଁ । ଏତେ ଫାଇଦା ମିଳିବ କି ଭାବିନଥିବେ ଆପଣମାନେ, ତେବେ ଚାଲନ୍ତୁ ଜାଣିବା କଣ ରହିଛି ପିଜୁଳି ପତ୍ରର ରହସ୍ୟ ।

-ପିଜୁଳି ପତ୍ରରେ ଆଣ୍ଟି-ଡାଇବେଟିସ୍‌ ଗୁଣ ଭରି ରହିଛି । ତେଣୁ ଡାଇବେଟିସ୍ (Diabetes) ରୋଗୀଙ୍କୁ ଏହାର ଜୁସ୍ (Guava Leaf juice) ପିଇବାକୁ କୁହାଯାଏ । ଡାଇବେଟିସ୍ (Diabetes) ଜନିତ ଅନେକ ବିପଦରୁ ଏହା ରକ୍ଷା କରିଥାଏ ।

-ପିଜୁଳି ପତ୍ର ରସ ପିଇଲେ ରକ୍ତରେ ପ୍ଲେଟ୍‌ଲେଟ୍‌ ସଂଖ୍ୟା ବଢ଼ିଥାଏ । ଏହି ପତ୍ରରେ ମେଗାକ୍ୟାରୋପିୟୋସିସ୍‌ ପରି ଔଷଧୀୟ ଗୁଣ ରହିଛି, ଯାହା ପ୍ଲେଟ୍‌ଲେଟ୍‌ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଇଥାଏ । ତେଣୁ ଏହା ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ୍ ଭଲ ।

-ପିଜୁଳି ପତ୍ରକୁ ଜୁସ୍‌ (Guava Leaf juice) କରି ପିଇଲେ ମାଂସପେଶୀ ମଜବୁତ୍‌ ହୋଇଥାଏ । ଏଥିରେ Quercetin ନାମରେ ଔଷଧୀୟ ଗୁଣ ରହିଛି, ଯାହା ମାଂସପେଶୀକୁ ଆରାମ ମଧ୍ୟ ଦେଇଥାଏ ।

-ପିଜୁଳି ପତ୍ର (Guava Leaf) ରକ୍ତରେ ଥିବା ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

-ପେଟ ଠିକ୍‌ ଭାବରେ ସଫା ନହେଲେ ପାଟିରେ ଘା’ ହେବା ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏପରି ଏପରି ସ୍ଥିତିରେ ଆପଣ ଦିନକୁ ଦୁଇଥର ପିଜୁଳି ପତ୍ର ଜୁସ୍ (Guava Leaf juice) ପିଇପାରିବେ ।

-ପିଜୁଳି ପତ୍ରରେ (Guava Leaf juice) ପ୍ରଚୁର ମାତ୍ରାରେ ଫାଇବର୍‌ ଥିବାରୁ ପାଚନ କ୍ରିୟା ଠିକ୍ ରହିଥାଏ । ତେଣୁ ଏହାକୁ ପ୍ରତିଦିନ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

-ପିଜୁଳି ପତ୍ରରେ କାର୍ଡିଓ ପ୍ରୋଟେକ୍ଟିଭ୍‌ ଗୁଣ ମଧ୍ୟ ରହିଛି । ତେଣୁ ଏହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

-ଶରୀରର କୌଣସି ସ୍ଥାନରେ କ୍ଷତ ହେଲେ ବା ଖଣ୍ଡିଆଖାବରା ହେଲେ ଏହାକୁ ଠିକ୍‌ କରିବାରେ ପିଜୁଳି ପତ୍ର ସାହାଯ୍ୟ କରିଥାଏ । କାରଣ ଏଥିରେ ଆଣ୍ଟି-ସେପଟିକ୍‌ ଗୁଣ ରହିଛି । ଏଥିପାଇଁ ଆପଣଙ୍କୁ କ୍ଷତ ସ୍ଥାନରେ ପିଜୁଳି ପତ୍ର ରସ ଲଗାଇବାକୁ ହେବ ।

-ପିଜୁଳି ପତ୍ରରେ ଭିଟାମିନ-A ପ୍ରଚୁର ପରିମାଣରେ ଥାଏ । ଏହି ପତ୍ର ଖାଇଲେ ଆଖି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଏଥିରେ ମଧ୍ୟ ଭିଟାମିନ-E ଥାଏ । ଏହି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ମାଢି ଶକ୍ତ ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପିଜୁଳି ପତ୍ର ରସ (Guava Leaf juice)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ହିଁ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି କାମ, ନଚେତ୍ ଭୋଗିବେ ଶାରୀରିକ ସମସ୍ୟା,ଜାଣନ୍ତୁ....

ରକ୍ତଚାପ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଦଳୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)