Health & Lifestyle

ଶାଗ ଏକ ଗୁଣ ଅନେକ

ପୋଇ ଖାଇବା ଶରୀର ପାଇଁ ଲାଭଦାୟକ | ଏଥିରେ ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଭରପୁର ମାତ୍ରାରେ ରହିଥାଏ |

02 July, 2022 3:18 PM IST By: Rajashree

ଶାଗ ଭିତରେ ସାଧାରଣତଃ ପୋଇ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି | ପୋଇକୁ ତରକାରୀ, ଭଜା, ଆଚାର ଓ ସୁପ୍ କରି ଲୋକମାନେ ଖାଇଥାନ୍ତି | ତେବେ ଆପଣ ଜାଣିଛନ୍ତି କି, ପାଟିକୁ ସୁଆଦିଆ ଲାଗୁଥିବା ଏହି ପୋଇର(Malabar Spinach)ଔଷଧୀୟ ଗୁଣ ମଧ୍ୟ ଢେର ରହିଛି | କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ | ଏଥିରେ ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଭରପୁର ମାତ୍ରାରେ ରହିଥାଏ |

ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ |ଏଥିରୁ ଶରୀରକୁ ଆହୁରି ଅନେକ ଉପକାର ମିଳିଥାଏ |

- କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି, କିନ୍ତୁ ପିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି | ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ | ପୋଇ (Malabar Spinach)ଏନିମିଆ ରୋଗୀଙ୍କ ପାଇଁ ଔଷଧଠାରୁ ମଧ୍ୟ ଅଧିକ ଲାଭଦାୟକ |

- ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ | ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇକୁ (Malabar Spinach)ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ | ଯାହା ଶରୀରରେ ଆଇରନ୍‌ର ଅଭାବକୁ ଦୂର କରି କେଶ ଝଡ଼ିବା ରୋକିଥାଏ |

- ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ | ପୋଇ(Malabar Spinach)ଏବଂ ଲେମ୍ବୁ ରସରେ କିଛି ବୁନ୍ଦାରେ ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଏହା କରିବା ଦ୍ୱାରା ଚର୍ମ କୁଞ୍ଚନ, ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ |

- ପୋଇରେ(Malabar Spinach)ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ | ତେଣୁ ଯଦି ଆପଣଙ୍କର ପାଇରିୟା ସମସ୍ୟା ରହିଛି, ତେବେ କଞ୍ଚା ପୋଇର ପତ୍ର ଚୋବାଇବା ଆରମ୍ଭ କରନ୍ତୁ , ଏହା କରିବା ଦ୍ୱାରା ତୁରନ୍ତ ପାଇରିୟା ସମସ୍ୟାରୁ ମୁକ୍ତି ମିଳିଥାଏ |

- ପୋଇ (Malabar Spinach)ରସରେ ଗାଜର ରସ ମିଶାଇ ପିଇବା ଦ୍ୱାରା ପେଟର ଚର୍ବି କମ୍‌ ହୋଇଥାଏ | ଯଦି ଆପଣ ମୋଟାପଣ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପୋଇ ରସ ସହ ଗାଜର ବା ଲେମ୍ବୁ ରସ ମିଶାଇ ପିଇ ପାରିବେ |

ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ

ହୃଦରୋଗରୁ ରକ୍ଷା କରେ ମେଥି ଶାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)