Health & Lifestyle

କମଳା କରେ କମାଲ୍ !!

କମଳାର ନାଁ ଶୁଣିଲେ ପାଟିରେ ଲାଳ ଚାଲିଆସେ l ଏବେ ଶୀତ ଋତୁ ଚାଲିଛି l ବଜାରରେ ଉତ୍ତମ ମାନର କମଳା ଉପଯୁକ୍ତ ଦରରେ ବହୁ ପରିମାଣରେ ଉପଲବ୍ଧ ହେଉଛି l ବଜାର ହାଟରେ ଏତେ ପରିମାଣର ସତେଜ କମଳା ଦେଖିଲେ ଯେମିତି ଲାଗୁଛି କମଳାର ବଜାର ବସିଛି l

22 January, 2021 10:33 AM IST By: Sugyan Kumar Nayak

କମଳାର ନାଁ ଶୁଣିଲେ ପାଟିରେ ଲାଳ ଚାଲିଆସେ l ଏବେ ଶୀତ ଋତୁ ଚାଲିଛି l ବଜାରରେ ଉତ୍ତମ ମାନର କମଳା ଉପଯୁକ୍ତ ଦରରେ ବହୁ ପରିମାଣରେ ଉପଲବ୍ଧ ହେଉଛି l ବଜାର ହାଟରେ ଏତେ ପରିମାଣର ସତେଜ କମଳା ଦେଖିଲେ ଯେମିତି ଲାଗୁଛି କମଳାର ବଜାର ବସିଛି l

ବୈଜ୍ଞାନିକ ପରୀକ୍ଷଣଗୁଡ଼ିକରୁ ଜଣ ପଡିଛି ଯେ, କମଳରେ ପ୍ରଚୁର ପରିମାଣରେ କାରୋଟିନଏଡ, ଫ୍ଲାଭୋନଏଡ, ଫୋଲେଟ ଏବଂ ଭିଟାମିନ ସି ଭଳି ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ ଭରି ରହିଛି l ଏହି ଭଳି ପୋଷକତତ୍ତ୍ୱଗୁଡ଼ିକ ଡାଇବେଟିସ ଏବଂ ହୃଦରୋଗ ଭଳି ମାରାତ୍ମକ ରୋଗଗୁଡ଼ିକୁ ପ୍ରତିହତ କରିବାରେ ସାହାଯ୍ୟ କରିଥାନ୍ତି l ତେଣୁକରି କମଳାକୁ ପୋଷକତତ୍ତ୍ୱଗୁଡ଼ିକର ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ l କମଳରେ କମ କ୍ୟାଲୋରୀ ରହିଥାଏ ଏବଂ  ପୋଷକତତ୍ତ୍ୱଗୁଡ଼ିକ ପ୍ରଚୁର ମାତ୍ରାରେ ରହିଥାଏ l ଫୋଲେଟ, ଭିଟାମିନ ସି, ଫାଇବର, ଥାୟାମିନର ଉପଯୁକ୍ତ ଉତ୍ସ ହେଉଛି କମଳା l ଆସନ୍ତୁ ଆଜି କମଳାର ଉପଯୋଗୀତା ବିଷୟରେ କିଛି ଆଲୋଚନା କରିବା l

କମଳାରେ ଦ୍ରବଣୀୟ ଏବଂ ଅଦ୍ରବଣୀୟ ଭାବରେ ଫାଇବର ଭରି ରହିଛି, ଯାହା କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ l କମଳା ମଧ୍ୟ ପାଚକ ରସ କ୍ଷରଣ ବୃଦ୍ଧି କରିବାରେ ସାହାଯ୍ୟ କରେ ଯାହା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୁଏ l

କମଳାରେ ଅଧିକ ପରିମାଣରେ ମାଗ୍ନେସିୟମ ରହିଥାଏ, ତେଣୁ ଏହା ରକ୍ତଚାପକୁ ନିୟନ୍ତ୍ରଣ କରେ l କମଳାରେ ପ୍ରାକୃତିକ ଭାବରେ ଥିବା ହେସ୍ପିରିଡିନ ଆମର ରକ୍ତଚାପକୁ ନିୟନ୍ତ୍ରଣ କରେ l

ରକ୍ତକୁ ଶୋଧନ କରିବାରେ କମଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l କମଳାରେ ଥିବା ଫ୍ଲାଭୋନୟେଡ ଏଞ୍ଜାଇମ କାର୍ଯ୍ୟକାରିତାକୁ ସକ୍ରିୟ କରିବାରେ ସାହାଯ୍ୟ କରେ l ଏହା ଦ୍ୱାରା ଯକୃତରୁ ବିଷାକ୍ତ ପଦାର୍ଥ ବାହାରିଯାଏ l  

କମଳାରେ ଅଧିକ ପରିମାଣର ଭିଟାମିନ ସି ରହିଥାଏ l ଏହା ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ ଏବଂ ଶରୀରରେ ସଂକ୍ରମଣ ସୃଷ୍ଟି କରୁଥିବା ଭୁତାଣୁଗୁଡ଼ିକୁ ମାରି ଦେଇଥାଏ l ମୁଖର ସୁସ୍ଥତା ନିମନ୍ତେ କମଳାର ଅବଦାନ ଗୁରୁତ୍ୱପୂର୍ଣ୍ଣ ଅଟେ l ଦାନ୍ତ ମାଢିର ସିରା ଏବଂ ସଂଯୋଜକ ଟିସ୍ୟୁଗୁଡ଼ିକୁ କମଳା ସୁଦୃଢ଼ କରେ l କମଳା ଦାନ୍ତ କ୍ଷୟ ରୋଗକୁ ମଧ୍ୟ ନିୟନ୍ତ୍ରଣ କରେ l କମଳା ଦାନ୍ତ ଉପରେ କଠିନ ଆସ୍ତରଣ ଜମିବାକୁ ଦିଏ ନାହିଁ l କମଳାରେ ରହିଥିବା ଫାଇଟୋନ୍ୟୁଟ୍ରିଏଣ୍ଟ ଏବଂ ଫଲିକ୍ ଏସିଡ୍ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ଗୁରୁ ଦାୟିତ୍ୱ ବହନ କରେ l ନୂତନ ଜିନିଷ ଶିକ୍ଷା କରିବା ଏବଂ ମନକୁ ଅଧିକ କେନ୍ଦ୍ରିତ କରିବାରେ ଏହା ସାହାଯ୍ୟ କରେ l

କମଳାର ଏ ସମସ୍ତ ଭଲ ଗୁଣଗୁଡ଼ିକ ରହିଥିଲେ ମଧ୍ୟ ଆମେ ଏହାକୁ ନିୟନ୍ତ୍ରିତ ପରିମାଣରେ ଖାଇବାରେ ଉପଯୋଗ କରିବା ଦରକାର l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)