Health & Lifestyle

ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ

ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡ଼ା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ୍‌ ଥାଏ । ଯାହାକି ଦେହ ଭିତରେ ଭିଟାମିନ ଏ ରେ ପରିଣତ ହୋଇଥାଏ ।

22 November, 2021 11:23 AM IST By: Sudesna Nayak

ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ପ୍ରତିଦିନ ଆବଶ୍ୟକ ପରିମାଣରେ ଶାଗ ଖାଇଲେ ଝାଡ଼ା ପରିଷ୍କାର ହୁଏ । ଅନେକ ସବୁଜ ଶାଗରେ କ୍ୟାରୋଟିନ୍‌ ଥାଏ । ଯାହାକି ଦେହ ଭିତରେ ଭିଟାମିନ ଏ ରେ ପରିଣତ ହୋଇଥାଏ । ବୈଜ୍ଞାନିକମାନଙ୍କ ମତରେ ଶାଗରେ ଭିଟାମିନ୍ ଏ, ବି, ସି, କେ, ଚୂନ, ଲୌହ, ପଟାସ, ଫସ୍‌ଫରସ୍ ପ୍ରଭୃତି ଧାତବ ଲବଣ ମଧ୍ୟ ରହି ଥାଏ । ପ୍ରତ୍ୟେକ ଲୋକ ପ୍ରତିଦିନ କିଛି ନା କିଛି ଶାଗ ଖାଇବା ଉଚିତ୍ ।

ଆମ ରାଜ୍ୟରେ ଖଡ଼ା, କୋଶଳା, ଲେଉଟିଆ, ବଥୁଆ, ପୋଇ, ମେଥି ପ୍ରଭୃତି ଶାଗଚାଷ କରାଯାଇଥାଏ । ଖରାଦିନେ ଖଡ଼ା, ଲେଉଟିଆ, ପୋଇ ଓ ଶୀତଦିନେ କୋଶଳା, ବଥୁଆ, ପାଳଙ୍ଗ ମୁଖ୍ୟତଃ ଚାଷ ହୋଇଥାଏ । ସଜନା ଶାଗ ମଧ୍ୟ ଚାଷ କରାଗଲାଣି ।

 

ପାଳଙ୍ଗ ଶାଗରେ ଭଜା ପ୍ରସ୍ତୁତ ହୁଏ । ଓଡ଼ିଆ ରାନ୍ଧଣାରେ ଏହା ଛଡା ପକୁଡି, ବରା, ରାଇ, ତରକାରୀ ଇତ୍ୟାଦିରେ ମଧ୍ୟ ପାଳଙ୍ଗ ବ୍ୟବହାର ହୁଏ । ବିଶେଷତଃ ଖଟା ପାଳଙ୍ଗ ତରକାରୀ ତିଆରି କରିବା ପାଇଁ କାମରେ ଲାଗେ । ଓଡ଼ିଆ ରାନ୍ଧଣାରେ ସାଧା ପାଳଙ୍ଗକୁ କାଟି, ଭାଜି, ଖାସି ମାଂସ ସହିତ ମିଶାଇ ଭଜା ଓ ତରକାରୀ ପ୍ରସ୍ତୁତ ହୁଏ ।

 

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଖାଦ୍ୟ ଗ୍ରହଣ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର, ମୋବାଇଲ, କମ୍ପ୍ୟୁଟର ଗେମ୍ସ ଏବଂ ଟିଭି ଦେଖିବାରେ ଅଧିକାଂଶ ସମୟ ଅତିବାହିତ କରୁଥିବା ଯୁବପିଢି ରୋଗାକ୍ରାନ୍ତ ଓ ଲକ୍ଷ୍ୟଭ୍ରଷ୍ଟ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦୈନନ୍ଦିନ ଖାଦ୍ୟ ତାଲିକାରେ ଆମେ ସବୁଜ ପନିପରିବା, ଶାଗ ଏବଂ ତଟକା ଫଳମୂଳ ସାମିଲ କଲେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ଶାରୀରିକ ଓ ମାନସିକ କ୍ଷମତା ବୃଦ୍ଧି ପାଇବ ।

ପାଳଙ୍ଗ ଶାଗର ପୁଷ୍ଟି ଯୁକ୍ତ ଏବଂ ରୋଗ ବିନାଶକାରୀ ଗୁଣ ସମ୍ବନ୍ଧରେ କିଛି ତଥ୍ୟ

 

ପ୍ରତିଦିନ ତେଲ, ମସଲାଯୁକ୍ତ ଆହାର ଏବଂ ଫାଷ୍ଟଫୁଡ ଖାଦ୍ୟ ଗ୍ରହଣ ଯୋଗୁଁ ଆମେ ମେଦବହୁଳତାର ଶିକାର ହୋଇଥାଉ । ଶରୀରର ମାତ୍ରାଧିକ ଓଜନ ବୃଦ୍ଧି ସହ ପେଟରେ ଚର୍ବି ବଢିଯାଏ । ପାଳଙ୍ଗ ଶାଗ ନିୟମିତ ସେବନ କରିବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ । ଏଥିରେ ନିହିତ ଥିବା ଫାଇବର ପୋଷକତ୍ତ୍ୱ ହଜମ କ୍ରିୟାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

 

ପାଳଙ୍ଗ ଶାଗରେ ଥିବା ଫ୍ଲାବୋନୋଏଡ ଖାଦ୍ୟସାର ଚର୍ମ ଓ ପ୍ରୋଷ୍ଟେଟ କ୍ୟାନସରର ପ୍ରତିରୋଧୀ ।

 

ମଧ୍ୟାହ୍ନଭୋଜନରେ ଭାତ, ସବୁଜ ପନିପରିବା ସହିତ ପାଳଙ୍ଗ ଶାଗ ଖାଦ୍ୟ ତାଲିକାରେ ନିୟମିତ ସ୍ଥାନ ପାଇଲେ ଆମର ଦୃଷ୍ଟିଦୋଷ ନିରାକରଣ ହୋଇପାରିବ । ବିଶେଷକରି ଚାଳିଷା ରୋଗ ନିୟନ୍ତ୍ରଣରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

 

ପାଳଙ୍ଗ ଶାଗରେ ନିହିତ ଥିବା ଲୁଟେଇନ୍ ଏବଂ ଜିକ୍ସାନ୍ଥିନ ପୋଷକତତ୍ତ୍ୱ ଆଖି ସୁରକ୍ଷାରେ ଢାଲର ଭୂମିକା ତୁଲାଇଥାଏ । ଏଥିର ପ୍ରଚୁର ପରିମାଣରେ ଭିଟାମିନ୍ କେ ରହିଛି ।

 

ପାଳଙ୍ଗ ଶାଗରେ ଥିବା ଭିଟାମିନ୍-ସି, ଇ, କେ ଆଦି ପୋଷକତତ୍ତ୍ୱ ଚର୍ମର ଔଜ୍ଜଲ୍ୟତା ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ଏ ଏବଂ ଲୌହର ଉପସ୍ଥିତି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରକ୍ତହୀନତାରୁ ଦୂରେଇ ରଖେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)