Health & Lifestyle

ଜାଣନ୍ତୁ ଚୂନା ମାଛ ଖାଇଲେ ମିଳିଥାଏ କେଉଁ କେଉଁ ଲାଭ ?

ଚୂନା ମାଛ ଗାଁଠୁ ନେଇ ସହର ପର୍ଯ୍ୟନ୍ତ, ସବୁଠି ସହଜରେ ମିଳିଥାଏ। ଏହାକୁ ସବୁ ବର୍ଗର ଲୋକ ଖାଇପାରିବେ କାରଣ ଏହାର ମୂଲ୍ୟ ମଧ୍ୟ ସେପରି ଅଧିକ ନୁହଁ। ତେବେ କୁହାଯାଏ, ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ। ବଡ଼ ମାଛ ତୁଳନାରେ ଚୁନା ମାଛରେ ଭିଟାମିନ୍‌ ଓ ପ୍ରୋଟିନ୍‌ ଭରି ରହିଥାଏ। ଅଲଗା ମାଛ ଅପେକ୍ଷା ଚୂନା ମାଛରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ।

15 April, 2023 9:00 AM IST By: Priyambada Rana

ଚୂନା ମାଛ ଗାଁଠୁ ନେଇ ସହର ପର୍ଯ୍ୟନ୍ତ, ସବୁଠି ସହଜରେ ମିଳିଥାଏ। ଏହାକୁ ସବୁ ବର୍ଗର ଲୋକ ଖାଇପାରିବେ କାରଣ ଏହାର ମୂଲ୍ୟ ମଧ୍ୟ ସେପରି ଅଧିକ ନୁହଁ। ତେବେ କୁହାଯାଏ, ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ। ବଡ଼ ମାଛ ତୁଳନାରେ ଚୁନା ମାଛରେ ଭିଟାମିନ୍‌ ଓ ପ୍ରୋଟିନ୍‌ ଭରି ରହିଥାଏ। ଅଲଗା ମାଛ ଅପେକ୍ଷା ଚୂନା ମାଛରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବଡ଼ ମାଛ ଅପେକ୍ଷା ଚୁନା ମାଛ ଅଧିକ ହିତକର। ଏମିତିରେ ବି ଚୁନା ମାଛ ଅନେକଙ୍କ ପ୍ରିୟ ହୋଇଥାଏ। ସେ ଦୃଷ୍ଟିକୁ ବାଦ୍‌ ଦେଲେ ଚୁନ ମାଛ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ‘ଦ ବିଲ୍‌ସ ଅଫ୍‌ ବାଙ୍ଗ୍‌ଲାଦେଶ’ ପକ୍ଷରୁ ଦିର୍ଘ ୧୦ ବର୍ଷ ଧରି ଛଅଟି ଫୋକାଲ୍‌ ସାଇଟ୍‌ରେ ହୋଇଥିବା ଏକ ଗବେଷଣାରୁ ଏ ସଂପର୍କରେ ଜାଣିବାକୁ ମିଳିଛି।

୧. ଚୂନାମାଛ ଖାଇଲେ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଫଳରେ ହୃଦ୍‌ରୋଗର ଆଶଙ୍କା ମଧ୍ୟ କମିଯାଏ।

୨. ଚୂନା ମାଛରେ ଥିବା ଭିଟାମିନ୍‌ ଦୃଷ୍ଟି ଶକ୍ତି ବଢାଇବା ସହ ଦୃଷ୍ଟିହୀନତା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରେ।

୩. ପିଲାଙ୍କ ପାଇଁ ଚନା ମାଛ ସବୁଠୁ ଭଲ। ଏହା ସେମାନଙ୍କ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ।

୪. ଚୁନାମାଛ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଓ ଶରୀରର ହାଡ଼ ସବୁକୁ ମଜବୁତ୍‌ କରେ।

୫. ଶ୍ୱାସରୋଗୀଙ୍କ ପାଇଁ ଚୁନା ମାଛ ଖୁବ୍ ଉପକାରୀ। ଏହାକୁ ୬ ମାସ ଯାଏ ନିୟମିତ ଖାଇଲେ, ଶ୍ୱାସରୋଗରୁ ମୁକ୍ତି ମିଳେ।

୬. ଚୂନା ମାଛ ପେଟ ପାଇଁ ଖୁବ୍‌ ଭଲ। ଏହା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ପେଟ ରୋଗରୁ ସୁରକ୍ଷା ମିଳିଥାଏ।

ମାଛ ଚାଷ ରୁ ବିପଦ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)