Health & Lifestyle

ଏବେ ବଜାରରେ ମାଣ୍ଡିଆ ମିକ୍ସଚର

ଦିନ ଥିଲା ମିଲେଟ୍‌ଜାତୀୟ ଖାଦ୍ୟକୁ ଗରିବ ଖାଦ୍ୟ କହୁଥିଲେ ଲୋକେ l ଆଦିବାସୀଙ୍କ ଖାଦ୍ୟ କହି ଧନୀ, ସ୍ବଚ୍ଛଳ ମଧ୍ୟବିତ୍ତ ବର୍ଗର ଲୋକେ ନାକ ଟେକୁଥିଲେ ଏହି ଖାଦ୍ୟ । ବାଧ୍ୟବାଧକତାରେ ଦେଶୀୟ ଔଷଧ ଭାବେ କାଁ ଭାଁ ସ୍ବଚ୍ଛଳ ବର୍ଗର ଲୋକେ ମାଣ୍ଡିଆ ଖାଉଥିଲେ କିଛି କିଛି ସ୍ଥାନରେ ।

24 January, 2023 11:38 AM IST By: Tanushree Mahapatra

ତେଣୁ ଏହାର ବଜାର ନଥିଲା ।  ( mandia mixture )  କିନ୍ତୁ କରୋନା କଲା ରେ ଲୋକେ ଏହାର ପ୍ରକୃତ ମହତ୍ତ୍ୱ ବୁଝିପାରିଲେ l ପରେ ପରେ ଏହାର ଚାହିଦା ବି ବଢିଥିଲା l ସରକାର ଏହା ଉପରେ ପଦକ୍ଷେପ ନେଇଥିଲେ ଯାହା ପରେ ଲୋକେ ଏହାକୁ ବ୍ୟବହାର କରିବା ଆରମ୍ଭ କଲେ l 

କିନ୍ତୁ ଏବେ ସମୟ ବଦଳିଛି । ସହରିଆଙ୍କ ଖାଦ୍ୟ ମେନ୍ୟୁରେ ମିଲେଟ୍‌ର ପ୍ରାଧାନ୍ୟ ବଢ଼ିଛି । ପ୍ରଦୂଷିତ ପରିବେଶରେ ବିଭିନ୍ନ ରୋଗରେ ପୀଡ଼ିତ ମଣିଷ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ପରେ ମିଲେଟ୍‌ର ଚାହିଦା ବଢ଼ିଛି ତଥା ଏହା କୁ ଖାଇବା ଦ୍ୱାରା ହେଉଥିବା ଲାଭ ବିଷୟରେ ମଧ୍ୟ ଜାଣିଲା । ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ମଣିଷ ମିଲେଟ୍‌ ଜାତୀୟ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନ ହୋଇଛି । ତେଣୁ ଏବେ ମିଲେଟ ତିଆରି ଜୁସ୍, ସେକ୍‌, ଜାଉ, ପିଠା, ସ୍ନାକ୍ସ ଓ ବିଭିନ୍ନ ସଂରକ୍ଷିତ ଖାଦ୍ୟ ସହରିଆଙ୍କ ପସନ୍ଦରେ ସାମିଲ ହୋଇଛି।

ମେଳା, ‌ମହୋତ୍ସବରେ ଏବେ ମିଲେଟ୍‌ କାଫେ ଆଗରେ ଲମ୍ବା ଧାଡ଼ି ଲାଗୁଥିବା ଦେଖିବାକୁ ମିଳୁଛି । ମାଣ୍ଡିଆ, କୁଦୋ, ଗୁର୍ଜି, ରକ୍ସି, କାଙ୍ଗୁ, ବାଜରା, ସୁଆଁ, କ୍ଷୀରା ଓ ଯବାର ଭଳି ୯ଟି ପୋଷଣଯୁକ୍ତ ଖାଦ୍ୟ ବା ମିଲେଟ୍‌ ଜାତୀୟ ଶସ୍ୟ ଏବେ ସହରୀ ଲୋକଙ୍କ ଅନ୍ୟତମ ମୁଖ୍ୟ ଖାଦ୍ୟ ପାଲଟିଲାଣି ।

ଚା’ ସାଙ୍ଗକୁ ମୁଢ଼ି, ମିକ୍ସଚର ଆମ ଓଡ଼ିଆଙ୍କ ଏକ ନିତିଦିନିଆ ଖାଦ୍ୟ ହୋଇଥାଏ ଯେପରି । ପାଟି ସୁଆଦିଆ ଓ କମ୍‌ ଦାମ୍‌ ପାଇଁ ବିଭିନ୍ନ ମେଳା, ଯାତ୍ରା ମହୋତ୍ସବରେ ଏହାର ବିକ୍ରି ଜମେ । କିନ୍ତୁ ମାତ୍ରାଧିକ ଖାଇବା ଦ୍ୱାରା ଗ୍ୟାସ୍‌, ପେଟ ଯନ୍ତ୍ରଣା ବଢ଼େ । ଏହାକୁ ଖାଇବା ମାତ୍ରେ ଭୋକ ମଧ୍ୟ କମିଯାଏ । ସାଧାରଣ ମିକ୍ସଚର୍‌ରେ ବେସନ ପରିମାଣ ଅଧିକ ଥାଏ ଓ ବିଶେଷ କିଛି ଜରୁରୀ ପୋଷକ ମଧ୍ୟ ନଥାଏ ।

ମାତ୍ର ମାଣ୍ଡିଆରୁ ପ୍ରସ୍ତୁତ ମିକ୍ସଚରରେ ଏଭଳି ସମସ୍ୟା ନଥାଏ । ତେଣୁ ଏବେ ମାଣ୍ଡିଆ ମିକ୍ସଚର୍‌ର ଚାହିଦା ବଢ଼ିବାରେ ଲାଗିଛି ବଜାରରେ । ମାଣ୍ଡିଆକୁ ସେଓ ଛାଞ୍ଚରେ ପକାଇ ମାଣ୍ଡିଆ ସେଓ ତିଆରି କରାଯିବା ପରେ ସେଥିରେ ବାଦାମ, ଗ୍ରିନ୍‌ ମଟର ସାଙ୍ଗକୁ ଭୃସଙ୍ଗ ପତ୍ର, ଆମ୍‌ଚୂର ପାଉଡର, ଜିରା, ଲଙ୍କା ଗୁଣ୍ଡ ପ୍ରଭୃତି ପ୍ରାକୃତିକ ମସଲା ବ୍ୟବହାର କରାଯାଉଛି। ଏହାର ମୂଲ୍ୟ କେଜି ପ୍ରତି ୨୨୦ ଟଙ୍କା ରହିଛି। ପ୍ୟାରିସରେ ମିଲେଟ୍‌ ମିସନକୁ ପ୍ରତିନିଧିତ୍ୱ କରୁଥିବା ‘ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ’ର ପଦ୍ମାଳୟା ମହାନ୍ତିଙ୍କ ମତରେ ଆଜିକାଲି ସହରିଆଙ୍କ ଭିତରେ ମାଣ୍ଡିଆ ମିକ୍ସଚରର ଆଦର ବଢ଼ିଛି। ଦିନକୁ ପ୍ରାୟ ୩୦ରୁ ୪୦ କିଲୋ ଏହି ମିକ୍ସଚର ବିକ୍ରି ହେଉଛି।

ଘରେ ତିଆରି କରନ୍ତୁ ରାଗି ହଲୱା

ବଡ଼ ପେଟକୁ କମ୍ କରିଦେବ ବାସି ରୁଟି...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)