Health & Lifestyle

ପ୍ରତିଦିନ ସକାଳୁ ପିଅନ୍ତୁ କାକୁଡି ଜୁସ୍, ମିଳିବ ଅନେକ ଫାଇଦା

ବର୍ଷକ ବାର ମାସ ବଜାରରେ କାକୁଡି ମିଳିଥାଏ l ହାଟ ବଜାରରେ ସହିତ ଚାଷୀଙ୍କ ବିଲ ବାଡ଼ିରେ କାକୁଡି ପ୍ରଚୁର ପରିମାଣରେ ଚାଷ ହେଉଥିବା ଦେଖିବାକୁ ମିଳିଥାଏ । ପାଟିକୁ ସୁଆଦିଆ ଲାଗିବା ସହିତ ଫଳ ଭିତରେ ଏହି କାକୁଡି ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀତା ରହିଥାଏ । ପ୍ରତିଦିନ କାକୁଡି ଖାଇବା ଦ୍ୱାରା, ଏହା ଅନେକ ରୋଗ ବେମାରୀ ଦୂର କରିଥାଏ ଶରୀରରୁ l କାରଣ ଏଥିରେ ରହିଛି ଅନେକ ପ୍ରକାର ପ୍ରୋଟିନ l

19 September, 2023 2:47 PM IST By: Tanushree Mahapatra

ବର୍ଷକ ବାର ମାସ ବଜାରରେ କାକୁଡି ମିଳିଥାଏ l ହାଟ ବଜାରରେ ସହିତ ଚାଷୀଙ୍କ ବିଲ ବାଡ଼ିରେ କାକୁଡି ପ୍ରଚୁର ପରିମାଣରେ ଚାଷ ହେଉଥିବା ଦେଖିବାକୁ ମିଳିଥାଏ । ପାଟିକୁ ସୁଆଦିଆ ଲାଗିବା ସହିତ ଫଳ ଭିତରେ ଏହି କାକୁଡି ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀତା ରହିଥାଏ ।

ପ୍ରତିଦିନ କାକୁଡି ଖାଇବା ଦ୍ୱାରା, ଏହା ଅନେକ ରୋଗ ବେମାରୀ ଦୂର କରିଥାଏ ଶରୀରରୁ l କାରଣ ଏଥିରେ ରହିଛି ଅନେକ ପ୍ରକାର ପ୍ରୋଟିନ l  ସାଧାରଣତଃ ଆମେ ଏହାକୁ କଞ୍ଚା  ଖାଇବାକୁ ଅଧିକ ପସନ୍ଦ କରିଥାଉ । କିଛି କିଛି ସ୍ଥାନରେ ଏହାକୁ ତରକାରୀ ବା ଭଜା ଆକାରରେ ପ୍ରସ୍ତୁତ କରି ଖାଉଥିବା ଦେଖିବାକୁ ମିଳେ l ସେହିପରି କାକୁଡିକୁ ସାଲାଡରେ ଖାଇବାକୁ ଲୋକେ ଅଧିକ ରୁ ଅଧିକ ପସନ୍ଦ କରନ୍ତି । ମାତ୍ର ଏହାକୁ ଆପଣ ପ୍ରତିଦିନ ଜୁସ୍ କରି ତାହାର ରସକୁ ପିଇବା ଦ୍ୱାରା ଆପଣଙ୍କୁ ମିଳିଥାଏ ଅନେକ ଲାଭ । 

ତେବେ ଆପଣ ପ୍ରତିଦିନ ସକାଳୁ କାକୁଡି ଜୁସ ପିଇବା ଦ୍ୱାରା ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କାରଣ କାକୁଡିରେ ରହିଛି ପୋଟାସିୟମ, ମ୍ୟାଗ୍ନେସିୟମ, ଭିଟାମିନ୍ ସି, କେ, ଫାଇବର, ପ୍ରୋଟିନ, କାର୍ବୋହାଇଡ୍ରେଟ ଭଳି ବହୁ ଉପକାରୀ ପୋଷାକ ତତ୍ତ୍ୱ । ଏହି କାକୁଡିରେ କ୍ୟାଲୋରୀ ପରିମାଣ କମ୍ ଥାଏ କିନ୍ତୁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ମିନେରାଲ୍ସ ରହିଛି ଯାହା ଶରୀର ପାଇଁ ଖୁବ ଉପକାରୀ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରନ୍ତୁ । ତେବେ କାକୁଡି ଖାଇବା ଦ୍ୱାରା ଜଲଦୀ ଭୋକ ମଧ୍ୟ ହୋଇନଥାଏ । ଆପଣ କେବଳ କାକୁଡି ଜୁସ କୁ ଅଧିକ ସୁନ୍ଦର ଭାବେ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ କାକୁଡି ଜୁସରେ ଲେମ୍ବୁ ରସ, ଅଦା, ଦହି, ଏବଂ ଧନିଆ ପତ୍ର ପକାଇ ମିଶାଇ ସେବନ କରି ପାରିବେ । 

ଆପଣ ଏପରି କରିବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ । କାକୁଡିରେ ଜଳୀୟ ଅଂଶ ମାତ୍ରା ଭରପୁର ରହିଥାଏ । ଯାହା ଶରୀରର ସଠିକ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । କାକୁଡି ପ୍ରତିଦିନ ଖାଇବା ଦ୍ବାରା, ଶରୀରରେ ଏହା ପାଣିର ଅଭାବକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ । ଶରୀରରେ ଇମ୍ୟୁନିଟିକୁ ମଜବୁତ୍ କରିବାରେ ମଧ୍ୟ କାକୁଡ଼ିର ବଡ଼ ଭୂମିକା ରହିଛି । ତେଣୁ ଏକ ସୁସ୍ଥ ଶରୀର ପାଇଁ ପ୍ରତିଦିନ ନିଜ ଡାଏଟରେ କାକୁଡି ସାମିଲ କରିବା ଭଲ ପ୍ରମାଣିତ ହୋଇଥାଏ  ।

ତେବେ କିପରି ପ୍ରସ୍ତୁତ କରିବେ କାକୁଡି ଜୁସ ? ପ୍ରଥମେ କାକୁଡିକୁ ଧୋଇ ତାହାର ଚୋପା ଛଡେଇ, ଛୋଟଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ କଟା ହୋଇଥିବା କାକୁଡି ଖଣ୍ଡ ସହିତ ପାଣି ମିଶାଇ ତାହାକୁ ଗ୍ରାଇଣ୍ଡିଂ କରନ୍ତୁ ଏବଂ ଏହାପରେ ଏକ ପାତ୍ରକୁ ଢାଳି ଦିଅନ୍ତୁ । ଏହାପରେ ଏକ ଛଣା ସାହାଯ୍ୟରେ ତାହାକୁ ଛାଣି ଖଦଡ ଅଂଶକୁ କାଢି ଫୋପାଡି ଦିଅନ୍ତୁ । ଏହାପରେ ଆଉ ଏକ ପାତ୍ରରେ କିଛି ଲେମ୍ବୁ ରସ ମିଶାଇ ସେଥିରେ ଚିନି ପକାଇ ମିକ୍ସ କରନ୍ତୁ । ତାପରେ ଏକ ବଡ ପାତ୍ର ନେଇ ସେଥିରେ ପ୍ରସ୍ତୁତ କରିଥିବା କାକୁଡି ରସ ଏବଂ ଅଳ୍ପ ଲୁଣ, ଲେମ୍ବୁ ଚିନି ମିଶ୍ରଣକୁ ନେଇ ଭଲଭାବେ ମିକ୍ସ କରନ୍ତୁ । ଏକ କାଚ ଗ୍ଲାସ୍ ସାହାଯ୍ୟରେ ସେଥିରେ ବରଫ ପକାନ୍ତୁ । ଏହାପରେ ପୂର୍ବରୁ ମିକ୍ସ କରି ରଖିଥିବା ମିଶ୍ରଣ ପକାଇ ଭଲଭାବେ ମିକ୍ସ କରନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା କାକୁଡି ଜୁସ୍ । ଏହିପରି ଭାବେ ପ୍ରତିଦିନ ଆପଣ କାକୁଡି ଜୁସ ପିଅନ୍ତୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖେ l

ସେହିପରି ପ୍ରତିଦିନ କାକୁଡି ଖାଇବା ଦ୍ୱାରା ହାଡକୁ ମଜବୁତ୍ କରିବାରେ ଏହା ସାହାଯ୍ୟ କରେ । ସେହିପରି ସୌନ୍ଦର୍ଯ୍ୟ ପାଇଁ କାକୁଡି ଖୁବ ଲାଭଦାୟକ ହୋଇଥାଏ ।ତେବେ ପ୍ରତିଦିନ କାକୁଡି ଖାଇବା ଏବଂ କାକୁଡିରୁ ପ୍ରସ୍ତୁତ ପ୍ୟାକ୍ ମୁହଁରେ ଲଗାଇବା ଫଳରେ, ଏହା ଖରାରେ ସନ୍ ଟ୍ୟାନ, ରିଙ୍କିଲ୍ସ ଭଳି ସମସ୍ୟାକୁ ଦୂର କରିବା ସହିତ, ତ୍ୱଚାକୁ ଶୁଷ୍କ ହେବାକୁ ଦେଇ ନଥାଏ । ଅନେକ ଦୃଷ୍ଟିରୁ କାକୁଡ଼ି ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ  । କେବଳ ସ୍ବାଦ ପାଇଁ ନୁହେଁ ବରଂ ସୁନ୍ଦର ତ୍ବଚା ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ । ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିବାରେ ସାହାଯ୍ୟ କାକୁଡ଼ି । 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)