Health & Lifestyle

Healthy Fruits List For Heart:ହାର୍ଟ ପାଇଁ ଭଲ ଏହି ଫଳ, ଜାଣନ୍ତୁ...

ହାର୍ଟକୁ ସୁସ୍ଥ ରଖିବା ପାଇଁ ନିଶ୍ଚିତ ଭାବରେ ଜାମୁକୋଳି ଖାଆନ୍ତୁ । ଜାମୁକୋଳିରେ ପୁଷ୍ଟିକର ଖାଦ୍ୟ ମିଳିଥାଏ ଯାହା ହାର୍ଟକୁ ସୁସ୍ଥ ରଖେ ।

16 August, 2022 1:44 PM IST By: Sudesna Nayak

ହାର୍ଟ ହେଉଛି ଆମ ଶରୀର ଚଳାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜିକାଲି ହୃଦରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ଆଜି ଆମେ ଆପଣମାନଙ୍କୁ ଏପରି କିଛି ଫଳ (Fruits)ଗୁଡିକ ବିଷୟରେ କହିବୁ ଯାହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବ । ଚାଲନ୍ତୁ ଜାଣିବା ସେହି ଫଳଗୁଡିକ ବିଷୟରେ...

ଏହି ଫଳଗୁଡ଼ିକ ହାର୍ଟକୁ ସୁସ୍ଥ ରଖେ (Fruits for Healthy Heart),ଜାଣନ୍ତୁ...

ଜାମୁକୋଳି (Blackberry)

ହାର୍ଟକୁ ସୁସ୍ଥ ରଖିବା ପାଇଁ ନିଶ୍ଚିତ ଭାବରେ ଜାମୁକୋଳି (Blackberry)ଖାଆନ୍ତୁ । ଜାମୁକୋଳିରେ ପୁଷ୍ଟିକର ଖାଦ୍ୟ ମିଳିଥାଏ ଯାହା ହାର୍ଟକୁ ସୁସ୍ଥ ରଖେ ।

ଆଭୋକାଡୋ (Avocado)

ହାର୍ଟକୁ ଫିଟ୍ ରଖିବା ପାଇଁ ଆଭୋକାଡୋ (Avocado)କୁ ଖାଦ୍ୟର ସାମିଲ କରନ୍ତୁ । ଆଭୋକାଡୋ (Avocado)ରେ ଅନସେଚୁରେଟେଡ ଫ୍ୟାଟି ଏସିଡ୍ ଥାଏ ଯାହା ହାର୍ଟକୁ ସୁସ୍ଥ କରିଥାଏ ।

ସେଓ (APPLE)

ପ୍ରତିଦିନ ଏକ ସେଓ (APPLE) ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଡାକ୍ତରମାନେ ମଧ୍ୟ ପ୍ରତିଦିନ ଗୋଟିଏ ସେଓ ଖାଇବାକୁ ପରାମର୍ଶ ଦିଅନ୍ତି । ସେଓ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ ।

କମଳା (Orange)

କମଳା (Orange) ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କମଳା ହୃଦୟକୁ ସୁସ୍ଥ ରଖିବା ସହିତ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ।

ଅଙ୍ଗୁର (Grapes)

ଅଙ୍ଗୁର (Grapes)ରେ ମଧ୍ୟ ପୋଷକ ତତ୍ତ୍ୱ ରହିଥାଏ । ଅଙ୍ଗୁରରେ ପଲିଫେନୋଲ ଏବଂ ଫେନୋଲିକ୍ ଏସିଡ୍ ଥାଏ ଯାହା ହାର୍ଟ ସ୍ୱାସ୍ଥ୍ୟ ପାଇଁ ଭଲ ।

ସାବଧାନ! ଅଧିକ ପାଣି ପିଉଛନ୍ତି କି?

କିଡନୀ ଷ୍ଟୋନ-ସୁଗାର କଣ୍ଟ୍ରୋଲ କରିବ ଆମ୍ବ ପତ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)