Health & Lifestyle

ଗରମରୁ ରକ୍ଷା ସହିତ ଓଜନ ହ୍ରାସ କରାଇବ ଏହି ଡ୍ରିଙ୍କ

ବର୍ତ୍ତମାନ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ତାପମାତ୍ରା ବଢିଛି ଆଗ ଅପେକ୍ଷା l ଦେଶର କିଛି ରାଜ୍ୟ ଓ ଜିଲ୍ଲା ମାନଙ୍କରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି l ସାଧାରଣ ଲୋକଙ୍କ ସହିତ ଗରିବ ଲୋକ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି l

24 May, 2023 12:10 PM IST By: Tanushree Mahapatra

ବର୍ତ୍ତମାନ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ତାପମାତ୍ରା ବଢିଛି ଆଗ ଅପେକ୍ଷା l ଦେଶର କିଛି ରାଜ୍ୟ ଓ ଜିଲ୍ଲା ମାନଙ୍କରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି l ସାଧାରଣ ଲୋକଙ୍କ ସହିତ ଗରିବ ଲୋକ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି l ସେହିପରି ବର୍ତ୍ତମାନ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ନିଆଁ ବୃଷ୍ଟି ହେଉଥିବା ନଜିର ରହିଛି ।

ଖରାରେ ଦ୍ରୁତ ଗତିରେ ବଢ଼ୁଥିବା ତାପମାତ୍ରା ଲୋକଙ୍କ କଷ୍ଟକର କରିଦେଇଛି ବଞ୍ଚିବା ଏକ ପ୍ରକାର ।  କ୍ରମାଗତ ଭାବେ ବଢ଼ୁଥିବା ତାପମାତ୍ରାରେ ଉତ୍ତାପ ତରଙ୍ଗ ବିଷୟରେ ସତର୍କ ସୂଚନା ଜାରି କରିଛି ପାଣିପାଗ । ଏପରି ପରିସ୍ଥିତିରେ, ପ୍ରଚଣ୍ଡ ଉତ୍ତାପରୁ ମୁକ୍ତି ପାଇବା ପାଇଁ ଲୋକମାନେ ଘରେ ଘରେ ଶରୀର ଥଣ୍ଡା ରଖିବା ପାଇଁ ଅନେକ ଥଣ୍ଡା ପାନୀୟ ଏବଂ ଜୁସ୍ ପିଉଛନ୍ତି  । ତେବେ ଯଦି ଆପଣ ମଧ୍ୟ ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରୁଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏପରି ପାନୀୟ ବିଷୟରେ କହିବୁ, ଯାହା ଆପଣଙ୍କ ଶରୀରକୁ କେବଳ ଥଣ୍ଡା କରିବ ନାହିଁ, ବରଂ ଆପଣଙ୍କ ଶରୀର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଖରା ଦିନରେ ବିଭିନ୍ନ ପାନୀୟ ଭିତରେ ଏମିତି କିଛି ଥଣ୍ଡା ପାନୀୟ ଅଛି ଯାହା ଶରୀରକୁ ଥଣ୍ଡା ରଖିବା ସହିତ ଶରୀର ଓଜନ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ l ସେହିପରି ଚା ବିଷୟରେ ବିଶେଷ କଥା ହେଉଛି ଗରମରୁ ଆରାମ ଦେବା ବ୍ୟତୀତ ଏହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ ଏହି ଚା' । ଏହାକୁ ଆପଣ ମଧ୍ୟ ସହଜରେ ଘରେ ତିଆରି କରି ପିଇ ପାରିବେ l ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ଏବଂ କଣ ରହିଛି ଏହାର ଲାଭ l

ଏହି ଚା' ପ୍ରସ୍ତୁତ ପାଇଁ ମହୁ , ଏକ ସବୁଜ ଚା ବ୍ୟାଗ୍,  ଅଧା ଚାମଚ ଲେମ୍ବୁ ରସ, ବରଫର ଖଣ୍ଡ, ଗୋଟିଏ ଚାମଚ ଚିଆ ମଞ୍ଜି l ସର୍ବପ୍ରଥମେ, ପାଣି ସହିତ ସାଧାରଣ ଉପାୟରେ ଘରେ ହିଁ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାକୁ ଥଣ୍ଡା କରି ସେଥିରେ ଲେମ୍ବୁ ରସ ମିଶାନ୍ତୁ । କିଛି ସମୟ ପରେ, ବରଫ କ୍ୟୁବ୍ ଏବଂ ମହୁ ମିଶାଇବା ପରେ ଏଥିରେ ଚିଆ ମଞ୍ଜି ମିଶାନ୍ତୁ । ଯାହା ଆପଣଙ୍କ ସ୍ୱାଦିଷ୍ଟ, ସୁସ୍ଥ ଏବଂ ଥଣ୍ଡା ବରଫଯୁକ୍ତ ଗ୍ରୀନ୍ ଟି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ତେବେ ଆପଣ ଜାଣନ୍ତି କି , ପଲିଫେନୋଲ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପରି ଉପାଦାନଗୁଡିକ ବରଫଯୁକ୍ତ ଗ୍ରୀନ୍ ଟିରେ ମିଳିଥାଏ l ଯାହା ବିଷାକ୍ତ ପଦାର୍ଥ ବାହାର କରି ଶରୀରକୁ ବିଷାକ୍ତ ମୁକ୍ତ କରିବ ସହିତ ଓଜନ ହ୍ରାସ ଏବଂ ଶରୀର ଥଣ୍ଡା ରଖିଥାଏ । ଏଥିରେ ଥିବା ଆମିନୋ ଏସିଡ୍ ମସ୍ତିଷ୍କ ସୁସ୍ଥ ରଖିବା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ଥଣ୍ଡା ପାନୀୟ ଆପଣଙ୍କ ମେଟାବୋଲିଜିମ୍ କୁ ମଜବୁତ କରିବାରେ ଖୁବ ଭଲ ଲାଭ ଦେବ । ଯଦି ଆପଣ ପ୍ରତିଦିନ ବ୍ୟାୟାମ ପରେ ଏହି ଚା ପିଅନ୍ତି, ତେବେ ଏହା ଓଜନ ହ୍ରାସ କରିବ ସହିତ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିବ ।

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)