Health & Lifestyle

ରକ୍ତଚାପକୁ ନିୟନ୍ତ୍ରଣ କରେ ଅଦା ପାଣି

ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ହିଁ ଗଣାଯାଇଛି । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା, ମଧୁମେହ ଏବଂ ରକ୍ତଚାପକୁ ନିୟନ୍ତ୍ରଣ ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ ।

26 October, 2022 12:47 PM IST By: Sudesna Nayak

ଆୟୁର୍ବେଦରେ ଅଦା (Ginger)କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ହିଁ ଗଣାଯାଇଛି । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା, ମଧୁମେହ (Diabetics)ଏବଂ ରକ୍ତଚାପକୁ ନିୟନ୍ତ୍ରଣ ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା କଣ ଲାଭ ମିଳେ ସେ ବିଷୟରେ ଜାଣନ୍ତୁ...

-ମଧୁମେହ (Diabetics) ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସୀମିତ ମାତ୍ରାରେ ଅଦା ଖାଇବା ଉଚିତ । ଯଦି ଆପଣ ଦିନକୁ ୪ ଗ୍ରାମ ଅଦା (Ginger)ଖାଆନ୍ତି ତେବେ ଏହା ରକ୍ତରେ ଶର୍କରା ସ୍ତର କମ୍ କରିବା ଏବଂ ଇନସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଅଧିକ ମାତ୍ରାରେ ଅଦା ଖାଆନ୍ତି ତେବେ ହୃଦଘାତ, ଡାଇରିଆ କିମ୍ବା ପେଟଜନିତ ସମସ୍ୟା ମଧ୍ଯ ଦେଖାଦେଇପାରେ ।

-ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡବଡ ହୋଇଥାଏ । ସେ କିଛି ବି ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ । ଏହି ଲୋକମାନଙ୍କ ପାଇଁ ଅଦା ପାଣି (Ginger Water)ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

-ଅଦା ପାଣି (Ginger Water)ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଅଦା ପାଣି ମଧ୍ୟ ଲାଭଦାୟକ ହୋଇଥାଏ ।

-କୋଲେଷ୍ଟ୍ରଲକୁ କମ୍ କରିବାରେ ଏବଂ ରକ୍ତଚାପ (High blood pressure)କୁ ନିୟନ୍ତ୍ରଣ କରିବାରେ ହିଁ ଅଦା ପାଣି (Ginger Water) ବହୁ ସହାୟକ ହୋଇଥାଏ ।

-ଅନେକ ସମୟରେ ଲୋକମାନେ ମାଂସପେଶୀର ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି, ଯେଉଁଥିପାଇଁ ସେମାନେ ପେନ୍ କିଲର୍ ଖାଇଥାନ୍ତି । କିନ୍ତୁ ଏହିପରି ଔଷଧ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ତେଣୁ ଏଥିଲାଗି ଅଦା ପାଣି (Ginger Water) ପିଅନ୍ତୁ । ମାଂସପେଶୀରେ ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳିବ ।

-ଯେଉଁମାନଙ୍କର ମାଇଗ୍ରେନଜନିତ ସମସ୍ୟା ଅଛି ସେମାନେ ମଧ୍ୟ ଏହାକୁ ସେବନ କରିପାରିବେ । ଏହାଦ୍ବାରା ଆପଣଙ୍କ ଯନ୍ତ୍ରଣା କମ୍ ହୋଇପାରିବ । ବିଶେଷକରି କଞ୍ଚା ଅଦା (Ginger) ଖାଇବା ଦ୍ବାରା ଆପଣଙ୍କୁ ଅଧିକ ଫାଇଦା ମିଳିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଅଦା ପାଣି (Ginger Water) ପିଅନ୍ତି, ତେବେ ଆପଣମାନଙ୍କର କୌଣସି ହିଁ କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଆପଣମାନେ ଡାକ୍ତରଙ୍କର ପରାମର୍ଶ ଜରୁରୀ ଭାବରେ ନେବା ଉଚିତ ।

କଳା ଚାଉଳ ଖାଇଲେ ହେବନି ଡାଇବେଟିସ୍, ଜାଣନ୍ତୁ...

ଗଜା ହେଇଯାଉଛି କି ଆଳୁ ପିଆଜ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)