Health & Lifestyle

ଏଲର୍ଜୀ ଲାଗି ଆପଣ ଚିନ୍ତିତ କି ...?

ସାଧାରଣତଃ ମହିଳା ହେଉ କିମ୍ବା ପୁରୁଷ ନିଜ ଶରୀରର ଅଧିକ ଯତ୍ନ ନେବାକୁ ପସନ୍ଦ କରିଥାନ୍ତି l କିନ୍ତୁ ବେଳେ ବେଳେ ଖାଦ୍ୟ କିମ୍ବା ଅନ୍ୟାନ୍ୟ ଅନେକ କାରଣ ଯୋଗୁଁ ଶରୀରରେ ବେଳେବେଳେ ସ୍କିନ ସମସ୍ୟା ଦେଖିବାକୁ ମିଳେ l ଯେଉଁଥିପାଇଁ ସେମାନେ ଚିନ୍ତାରେ ପଡ଼ିଥାନ୍ତି ଏବଂ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି l

06 August, 2023 10:00 AM IST By: Tanushree Mahapatra

ସାଧାରଣତଃ ମହିଳା ହେଉ କିମ୍ବା ପୁରୁଷ ନିଜ ଶରୀରର ଅଧିକ ଯତ୍ନ ନେବାକୁ ପସନ୍ଦ କରିଥାନ୍ତି l କିନ୍ତୁ ବେଳେ ବେଳେ ଖାଦ୍ୟ କିମ୍ବା ଅନ୍ୟାନ୍ୟ ଅନେକ କାରଣ ଯୋଗୁଁ ଶରୀରରେ ବେଳେବେଳେ ସ୍କିନ ସମସ୍ୟା ଦେଖିବାକୁ ମିଳେ l ଯେଉଁଥିପାଇଁ ସେମାନେ ଚିନ୍ତାରେ ପଡ଼ିଥାନ୍ତି ଏବଂ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି l

ତେବେ କିଛି ଲୋକ ଡାକ୍ତରଙ୍କ ପରାମର୍ଶ ନେଇଥିବାବେଳେ ଏଥିପାଇଁ ଆଉ କିଛି ଲୋକ ଘରୋଇ ଜିନିଷ ବ୍ୟବହାର କରି ଏଥିରୁ ନିଜକୁ ସୁରକ୍ଷିତ ରଖିଥାନ୍ତି l ତେବେ ବେଳେବେଳେ ଆମେ ଏମିତି କିଛି ବ୍ୟବହାର କରିଥାଉ ତଥା ବ୍ୟବହାର କରିଥାଉ ଯେଉଁଥିପାଇଁ ଆମକୁ ଏଲର୍ଜୀ ହୋଇଥାଏ l ତେବେ କିଛି ପରିବା , ଫଳ , ଔଷଧ , ଅତର ବ୍ୟବହାର କରିବା ଦ୍ୱାରା ଆମକୁ ଏଲର୍ଜୀ ହୋଇଥାଏ l

ବିଶେଷ କରି ଖରା ଦିନରେ ଗରମ ଅଧିକ ହୋଇଥାଏ ତାପମାତ୍ରା ହେତୁ l ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ରହିବ ସାଙ୍ଗରେ ଏଲର୍ଜୀ ହେବାର ସମ୍ଭାବନା ଅଧିକ ଥାଏ | ଏହିପରି ବାରମ୍ବାର ଏଲର୍ଜୀରେ ପୀଡିତ ହେଲେ ଶରୀର କାଳକ୍ରମେ ଧୀରେ ଧୀରେ ଦୁର୍ବଳ ହୋଇଥାଏ l ବିଭିନ୍ନ ଭିଟାମିନର ଅଭାବ ମଧ୍ୟ ଦେଖିବାକୁ ମିଳିଥାଏ ଏହା ଶରୀରରେ ଆଢୁକା ହେଲେ l ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ନିୟମିତ ଖାଇଲେ ଏହିପରି ସମସ୍ୟାରୁ ମୁକ୍ତି ମିଳିଥାଏ l

ରସୁଣ ତ୍ୱଚା ଏବଂ କବକ ଆକ୍ରମଣ ଲାଗି ବେଶ ଉପକାରୀ ହୋଇଥାଏ  ରସୁଣ ଛେଚିହେଲା ବେଳେ ସେଥିରୁ ବାହାରିଥିବା ରାସୟାନିକ ପଦାର୍ଥ ଆଲିସିନ ସୁରକ୍ଷା ଦେଇଥାଏ ଏଲର୍ଜୀ ହେବାଠାରୁ |ତେଣୁ ଏହାକୁ ମସଲା ବଟା ରେ ହେଉ କିମ୍ବା ସାଲାଡ଼ ବା ସସ ଭାବେ ଦିନକୁ ଗୋଟେ ଲେଖା ପାଖୁଡା ନିଶ୍ଚିନ୍ତ ଖାଆନ୍ତୁ | କାରଣ ଏହାଦ୍ୱାରା ଶରୀରରେ ଏଲର୍ଜୀ ହୋଇନଥାଏ l  ଆପଣ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦହି ,ବିରି ଆଣ ଇତ୍ୟାଦି ରେ ଥିବା କେତେକ ଉପକାରୀ ଜୀବାଣୁ ଖାଦ୍ୟ ହଜମ କରିବା ସାଙ୍ଗରେ ବହୁ ପ୍ରକାର ରୋଗ ରୁ ସୁରକ୍ଷା ଦେଇଥାନ୍ତି | ତେଣୁ ନିୟମିତ ଦହି ,ଇଟିଲି ,ଦୋସା ,ଜଲପି ଇତ୍ୟାଦି ଖାଦ୍ୟ ନିଶ୍ଚିନ୍ତ ଖାଇବା ଆବଶ୍ୟକ | ଏହାଦ୍ୱାରା ମଧ୍ୟ ଏଲର୍ଜୀ ହୋଇନଥାଏ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)