ପ୍ରତ୍ୟକ ଘରେ ଆଳୁ ପିଆଜର ପରିମାଣ ଅନ୍ୟ ପରିବା ଅପେକ୍ଷା ଅଧିକ ଥାଏ | ଅନ୍ୟ ପରିବା ତୁଳନାରେ ଆଳୁ ପିଆଜ (Potato an onion ) ଏତେ ଜଲ୍ଦି ଖରାପ ହେଉନଥିବାରୁ ଏହା ସମସ୍ତଙ୍କ ଘରେ ମହଜୁଦ ଥାଏ | ଆଳୁ ,ପିଆଜ ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ |
ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ | ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ(Potato an onion ) ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ |
ତେବେ ଆଜି ଆସନ୍ତୁ ଜାଣିବା ଆଳୁ-ପିଆଜକୁ କିଳଭି ଅଧିକ ଦିନ ସୁରକ୍ଷିତ ରଖିବେ |
- ଆଳୁକୁ ଗଜା(Potato) ହେବାଠୁ ଦୁରେଇ ରଖିବା ପାଇଁ ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ ଲଫାପାରେ ରଖନ୍ତୁ |
- ଆଳୁକୁ (Potato)ଅନ୍ଧାରୁଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ , ଏହା କରିବା ଦ୍ୱାରା ଆଳୁ ଶୀଘ୍ର ପଚି ନଥାଏ ଓ ଅଧିକ ଦିନ ରହିଥାଏ |
- ପାଣି ଯକାଉ ଥିବା ସ୍ଥାନରେ ଆଳୁ ରଖନ୍ତୁ ନାହିଁ , ଯଦି ଆଳୁ(Potato) ଭିଜି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ରଖନ୍ତୁ | ଆଳୁ (Potato)ପାଣି ଲାଗିଲେ ଏହା ଜଲ୍ଦି ଖରାପ ହୋଇଯାଏ |
- ଆପଣ ଚାହିଁଲେ ଆଳୁକୁ (Potato)ଏକ ସୂତା କପଡାରେ କି ଝୋଟର ଅଖାରେ ମଧ୍ୟ ଗୁଡାଇ ରଖିପାରିବେ | ଏହା କରିବା ଦ୍ୱାରା ଆଳୁ ଅଧିକ ଦିନ ରହିଥାଏ |
ପିଆଜ : -
- ଗରମ ସ୍ଥାନରେ ଆଳୁ ଏବଂ ପିଆଜ (Onion) ଷ୍ଟୋର କରି ରଖିଲେ ଖୁବଶୀଘ୍ର ଏଥିରେ ଗଜା ହୋଇଯାଇଥାଏ , ତେଣୁ ଥଣ୍ଡା ଏବଂ ଅନ୍ଧାରୁଆ ସ୍ଥାନରେ ଏହାକୁ ରଖନ୍ତୁ |
- ପିଆଜକୁ(Onion) ଖୋଲା ଏବଂ ଶୁଖିଲା ସ୍ଥାନରେ ରଖନ୍ତୁ, ଏଭଳି ରଖିବା ଦ୍ୱାରା ଏଥିରେ ଫଙ୍ଗସ ହେବ ନାହିଁ ଓ ଅଧିକ ଦିନ ମଧ୍ୟ ଏହା ରହିପାରିବ |
- ଆଳୁ ଏବଂ ପିଆଜକୁ(Onion) ଅନ୍ୟ ସବୁ ପରିବା ଠାରୁ ଦୂରେଇ ବା ଅଲଗା ରଖନ୍ତୁ |
- ସେହିପରି ଆଳୁ ଏବଂ ପିଆଜକୁ(Onion) କେବେ ବି ମିଶାଇ ରଖନ୍ତୁ ନାହିଁ , ଏହା କରିବା ଦ୍ୱାରା ଶୀଘ୍ର ନଷ୍ଟ ହୋଇଯିବାର ସମ୍ଭାବନା ରହିଥାଏ | ଏ ଦୁଇଟିକୁ ଭିନ୍ନ ଭିନ୍ନ ପାତ୍ରରେ ରଖନ୍ତୁ।