Health & Lifestyle

ଖରା ଦିନେ କିପରି ନେବେ ତ୍ୱଚାର ଯତ୍ନ ?

ଖରା ଦିନେ ଶୁଷ୍ମ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ । ସୁର୍ଯ୍ୟର ଅତିବାଇଗଣୀ କିରଣର ପ୍ରଭାବ ଏହି ତ୍ୱଚାରେ ଶୀଘ୍ର ହୋଇଥାଏ । ଏଥିରେ କଳା ଓ ଶୁଷ୍ମତାର ସମସ୍ୟା ବଢିଯାଇଥାଏ । ଏମିତି ତ୍ୱଚା ଥିବା ମହିଳାମାନଙ୍କ ପାଇଁ ଏହି ଫେସ୍ ପ୍ୟାକ(Face Pack) ଲାଭଦାୟକ ହେବ ।

04 April, 2023 2:35 PM IST By: Priyambada Rana

ଖରା ଦିନେ ଶୁଷ୍ମ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ । ସୁର୍ଯ୍ୟର ଅତିବାଇଗଣୀ କିରଣର ପ୍ରଭାବ ଏହି ତ୍ୱଚାରେ ଶୀଘ୍ର ହୋଇଥାଏ । ଏଥିରେ କଳା ଓ ଶୁଷ୍ମତାର ସମସ୍ୟା ବଢିଯାଇଥାଏ । ଏମିତି ତ୍ୱଚା ଥିବା ମହିଳାମାନଙ୍କ ପାଇଁ ଏହି ଫେସ୍ ପ୍ୟାକ(Face Pack) ଲାଭଦାୟକ ହେବ । ସମସ୍ତେ ଚାହାନ୍ତି ତାଙ୍କ ତ୍ୱଚା କୋମଳ, ଉଜ୍ୱଳ ଓ ସୁନ୍ଦର ଦେଖାଯାଉ।  କିନ୍ତୁ ବାହାର ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ପାଇଁ ଏଭଳି ତ୍ୱଚା ପାଇବା କେବଳ ସ୍ୱପ୍ନରେ ରହିଥାଏ । ସୁନ୍ଦର ତ୍ୱଚା କେବଳ ସେତିକିବେଳେ ପାଇପାରିବେ, ଯେତେବେଳେ ଆପଣ ପ୍ରତ୍ୟେକ ଦିନ ଏହାର ଯତ୍ନ ନେବେ । ତେବେ ଜାଣନ୍ତୁ ଖରା ଦିନେ କିପରି ନେବେ ଶରୀରର ବିଭିନ୍ନ ଅଙ୍ଗର ଯତ୍ନ...

ମୁହଁର ଯତ୍ନ: ଆପଣଙ୍କ ମୁହଁ ହେଉଛି ସାରା ଦୁନିଆ ଆଗରେ ଆପଣଙ୍କର ପରିଚୟ। ତେଣୁ ବର୍ଷକ ୩୬୫ ଦିନ ଆପଣଙ୍କୁ ଏହାର ଯତ୍ନ ନେବାକୁ ପଡିବ। ଖାସ କରି ଖରା ଦିନେ ଏହାର ବିଶେଷ ଯତ୍ନ ନେବାକୁ ପଡିବ। ଖରା ଦିନେ ମୁହଁକୁ ସବୁବେଳେ ପରିଷ୍କାର ରଖିବେ। ଝାଳ ଓ ପ୍ରଦୂଷଣ ଠାରୁ ଦୂରେଇ ରଖିବେ। ଏଥିପାଇଁ ଦିନକୁ ୩-୪ ଥର ମୁହଁ ଧୁଅନ୍ତୁ,ପ୍ରତିଥର ଫେସୱାସ ବ୍ୟବହାର କରିବା କିଛି ଆବଶ୍ୟକ ନାହିଁ । ଖାଲି ପାଣିରେ ମଧ୍ୟ ଧୋଇପାରିବେ। ମୁହଁକୁ ପରିଷ୍କାର ରଖିବା ପାଇଁ ସପ୍ତାହକୁ ୨-୩ ଥର ସ୍କ୍ରବ କରନ୍ତୁ। ଯେଉଁ ସ୍କ୍ରବ ଆପଣଙ୍କ ତ୍ଵଚ୍ଚା ପାଇଁ ଭଲ ତାହା ବ୍ୟବହାର କରିବେ। ଯଦି ଆପଣଙ୍କର ମୁହଁରେ ବ୍ରଣ ହେଉଥାଏ ତେବେ ମୂଲତାନି ମାଟି,ଚନ୍ଦନ ଓ ଗୋଲାପ ଜଳ(Rose Water) ବ୍ୟବାହାର କରନ୍ତୁ କିମ୍ବା ଶୁଷ୍କ ତ୍ଵଚ୍ଚା ପାଇଁ ଅଣ୍ଡାର ଧଳା ଅଂଶ,ଲେମ୍ବୁ,ଦହି,ଚନ୍ଦନ କିମ୍ବା ହଳଦୀ ଲଗାଇ ପାରିବେ।

ଖରାଦିନେ ତ୍ଵଚ୍ଚାର ଯତ୍ନ ପାଇଁ ଘରୋଇ ଉପଚାର ଅତ୍ୟନ୍ତ ଉପଯୋଗୀ। ଆପଣଙ୍କ ରୋଷେଇ ଘରେ ମଧ୍ୟ ଏପରି ସାମଗ୍ରୀ ଅଛି ଯାହା ଆପଣଙ୍କ ତ୍ଵଚ୍ଚାକୁ ଖରାଦିନେ ସୁନ୍ଦର ଚମକ ଦେଇ ପାରିବ। ତ୍ଵଚ୍ଚାକୁ ସତେଜ ରଖିବାରେ ଲେମ୍ବୁ(Lemon) ଓ ଟମଟୋ(Tomato) ବହୁତ ସାହାଯ୍ୟ କରନ୍ତି। ଟମଟୋ ରସକୁ ଫ୍ରିଜରେ ଥଣ୍ଡା କରି ପ୍ରତି ଦୁଇଦିନରେ ଥରେ ସ୍କ୍ରବ କରନ୍ତୁ ଓ ଶୁଖି ଗଲାପରେ ମୁହଁକୁ ଧୋଇଦିଅନ୍ତୁ। ଟମାଟୋରେ ଥିବା ଲାଇସୋପୀନ ନାମକ ଉପାଦାନ ତ୍ଵଚ୍ଚାରେ ଚମକ ଆଣିଥାଏ।

ସନସ୍କ୍ରିନ ଲୋଶନର ବ୍ୟବହାର : ଖରାଦିନେ ସନସ୍କ୍ରିନ ଲୋଶନର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଖରାର ଅତିବାଇଗଣି ରଶ୍ମିରୁ ଏହା ତ୍ଵଚ୍ଚାକୁ ରକ୍ଷାକରିଥାଏ । ଖରାକୁ ବାହାରିବାର ୨୦-୩୦ ମିନିଟ ପୂର୍ବରୁ ଏହାର ପ୍ରୟୋଗ କରନ୍ତୁ।

ଆଖି ଓଠର ଯତ୍ନ: ଖରାଦିନେ ଆଖି ଓ ଓଠର ଯତ୍ନ ନେବା ନିହାତି ଜରୁରୀ। ସାମନ୍ୟ ଖରାରେ ଆଖି ତଳରେ କାଳଦାଗ ପଡିଯାଏ। ଖରାକୁ ବାହାରିବା ପୂର୍ବରୁ ସନଗ୍ଳାସ ଓ ଲିପବାମର ବ୍ୟବହାର କରନ୍ତୁ। ଯଦି ଖରାରେ ଅଧିକ ସମୟ ବାହାରେ ରହିବା ଫଳରେ ଆଖିରେ ପୋଡା ଅନୁଭବ ହୁଏ ତେବେ ଆଖିକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ,ସଙ୍ଗେ ସଙ୍ଗେ ଉପଶମ ମିଳିବ।

ଉପଯୁକ୍ତ ଖାଦ୍ୟ ଖାଆନ୍ତୁ: ଖରା ଦିନେ ଅଧିକ ତେଲଯୁକ୍ତ ଖାଦ୍ୟ ଖଆନ୍ତୁ ନାହିଁ,ଏହା ଦ୍ଵାରା ଶରୀର ଅଧିକ ଖରାପ ହୋଇଥାଏ ।ସବୁବେଳେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ । ଦିନକୁ ଅତିକମ୍ ରେ ୭ -୮ ଗ୍ଳାସ ପଣି ପିଆନ୍ତୁ ଓ ପ୍ରାକୃତିକ ପାନୀୟ ଯଥା ପଇଡପାଣି,ଫଳରସ ପିଆନ୍ତୁ।

ଉପଯୁକ୍ତ ପୋଷାକ ପରିଧାନ କରନ୍ତୁ: ଖରାଦିନେ ପତଳା ଓ ହାଲୁକା ସୂତାର କପଡା ପିନ୍ଧାନ୍ତୁ। ମୋଟ କପଡା ପିନ୍ଧାନ୍ତୁ ନାହିଁ  ଏହା ଦ୍ଵାରା ଶରୀରରେ ଅଧିକ ଝାଳ ବୋହି କୁଣ୍ଡାଇ ହେବା ରୋଗ ହୋଇଥାଏ।

ପରିଷ୍କାର ରୁହନ୍ତୁ: ଖରାଦିନେ ସବୁବେଳେ ପରିଷ୍କାର ରୁହନ୍ତୁ। ଦିନକୁ ଦୁଇଥର ଗାଧୋଇବା ଭଲ। ଯଦି ଖରା ଦିନେ ଆପଣଙ୍କୁ ଘିମିରି ସମସ୍ୟା ଦେଖାଦିଏ ତେବେ ନିମ୍ବକୁ ପାଣିରେ ମିଶାଇ ଗାଧାନ୍ତୁ।

ଖରା ଦିନେ ସତେଜ ରଖିବ ଏହି ସବୁ ପନିପରିବା....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)