Health & Lifestyle

ଆଖି ପାଇଁ ୪ଟି ବ୍ୟାୟାମ, ଜାଣନ୍ତୁ...

ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ଶାରୀରିକ ଦକ୍ଷତା ବଜାୟ ରଖିବା ନିମନ୍ତେ ବ୍ୟାୟାମ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ସ୍ୱାସ୍ଥ୍ୟପ୍ରଦ ଓଜନ, ଶକ୍ତି ସମ୍ପର୍ଣ୍ଣ ମାଂସପେଶୀ, ଗଣ୍ଠିର ଚଳନ କ୍ଷମତା, ସଠିକ ଶରୀର କ୍ରିୟାତତ୍ତ୍ୱ ପ୍ରଦାନ ନିମନ୍ତେ ବ୍ୟାୟାମ ଆବଶ୍ୟକ ।

22 November, 2021 3:45 PM IST By: Sudesna Nayak

ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ଶାରୀରିକ ଦକ୍ଷତା ବଜାୟ ରଖିବା ନିମନ୍ତେ ବ୍ୟାୟାମ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ସ୍ୱାସ୍ଥ୍ୟପ୍ରଦ ଓଜନ, ଶକ୍ତି ସମ୍ପର୍ଣ୍ଣ ମାଂସପେଶୀ, ଗଣ୍ଠିର ଚଳନ କ୍ଷମତା, ସଠିକ ଶରୀର କ୍ରିୟାତତ୍ତ୍ୱ ପ୍ରଦାନ ନିମନ୍ତେ ବ୍ୟାୟାମ ଆବଶ୍ୟକ ।

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ, ଦୁନିଆରେ ସବୁଠାରୁ ସାଧାରଣ ରୋଗ ହେଉଛି ଚିନ୍ତା ଏବଂ ଅସ୍ଥିରତା । ଯାହାକୁ ଏନ୍‌ଜାଇଟି ମଧ୍ୟ କୁହାଯାଏ । ସୂଚନା ଅନୁଯାୟୀ, ବର୍ତ୍ତମାନ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନିୟମିତ ବ୍ୟାୟାମ କରିବା ଏନ୍‌ଜାଇଟିକୁ ରୋକିବାରେ ସାହାଯ୍ୟ କରିଥାଏ ।  ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍‌ପିଣ୍ଡ ଓ ରକ୍ତନଳି ରୋଗ, ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ ।

ଆମେ ଶରୀରର ଅନ୍ୟ ଅଙ୍ଗ ଉପରେ ଧ୍ୟାନ ଦେଇଥାଉ ହେଲେ ଅନେକ ସମୟରେ ଆଖିକୁ ଅଣଦେଖା କରିଥାଉ । ଆଖିକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ । ଅଧିକ ସମୟ ଧରି ଫୋନ୍‌ ଦେଖିବା ଓ ନିଦ ସମ୍ପୂର୍ଣ୍ଣ ନହେଲେ ଆଖିକୁ ଆରାମ ମିଳିପାରେ ନାହିଁ । ଏଥିପାଇଁ କିଛି ଯୋଗ ଓ ବ୍ୟାୟାମ କରି ଆପଣ ଚାହିଁଲେ ଆଖିକୁ ସୁସ୍ଥ ରଖିପାରିବେ ।

ଆଖିର ୪ଟି ବ୍ୟାୟାମ ରହିଛି, ଯାହାକୁ ପ୍ରତିଦିନ କରିବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇବ । ଆସନ୍ତୁ ଜାଣିବା ଏସବୁ କିପରି କରିବେ ?

ଅଧିକ ସମୟ ବସି କାମ କରୁଥିଲେ, ପ୍ରତି ୩ କିମ୍ୱା ୪ ଘଣ୍ଟାରେ ଆଖିକୁ କିଛି ସମୟ ପାଇଁ ବନ୍ଦ କରନ୍ତୁ । କମ୍ପ୍ୟୁଟର ସାମ୍ନାରେ ବସୁଥିଲେ, ଏପରି ପୂରା ଦିନରେ ୪ରୁ ୫ ଥର କରନ୍ତୁ । ଏହାଦ୍ୱାରା ଆଖିକୁ ଆରାମ ମିଳିବ ।

ଆରାମଦାୟକ ମୁଦ୍ରାରେ ବସି ଆଖି ପତାକୁ ବାରମ୍ୱାର ପକାନ୍ତୁ । ଏହାପରେ ଆଖିକୁ କିଛି ସମୟ ବନ୍ଦ କରି ଲମ୍ୱା ନିଃଶ୍ୱାସ ନିଅନ୍ତୁ ।

ଲମ୍ୱା ନିଃଶ୍ୱାସ ନିଅନ୍ତୁ । ଦୁଇ ହାତ ପାପୁଲିକୁ ଗରମ ହେବା ପର୍ଯ୍ୟନ୍ତ ଘଷନ୍ତୁ । ଗରମ ହେବା ପରେ ପାପୁଲିକୁ ନେଇ ଆଖି ଉପରେ ରଖନ୍ତୁ । ଆଖିକୁ ବନ୍ଦ ରଖି ଏହିପରି ୨ରୁ ୩ ଥର କରନ୍ତୁ । ଏପରି କଲେ, ଆଖିକୁ ଆରାମ ମିଳିବ ।

ସିଧା ହୋଇ ବସନ୍ତୁ। ଦୁଇ ଆଖିର ଡୋଳାକୁ ମଝିରେ ରଖନ୍ତୁ । ଏହାପରେ ବାମ ହାତର ଆଙ୍ଗୁଳିକୁ ଦେଖି ଡୋଳାକୁ ମଝିକୁ ଆଣନ୍ତୁ। ପୁଣି ଥରେ ଡାହାଣ ହାତ ଆଙ୍ଗୁଳିକୁ ଦେଖି ଡୋଳାକୁ ମଝିକୁ ଆଣନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ୱାର କରନ୍ତୁ । ଏହି ବ୍ୟାୟାମ କରି ସାରିବା ପରେ ଆଖିକୁ କିଛି ସମୟ ବନ୍ଦ କରନ୍ତୁ । ଏହାକୁ ପ୍ରତିଦିନ କଲେ, ଦେଖିବେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ପାଇବ ।