Health & Lifestyle

ଆଉ ପିତା ଲାଗିବନି କଲରା..ଜାଣନ୍ତୁ କାରଣ....

ସାଧାରଣତଃ କଲରା ଖାଇବାକୁ ଲୋକେ ପସନ୍ଦ କରନ୍ତି ନାହିଁ । କାରଣ ଏହା ପାଟିକୁ ଖୁବ୍ ପିତା ଲାଗେ। କଲରାର ସ୍ୱାଦ ସୁଆଦିଆ ହୋଇ ନଥାଏ ସତ, ହେଲେ କଲରା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ। ଯାହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍‌ ନୁହେଁ।

03 January, 2023 8:00 PM IST By: Priyambada Rana

କଲରା ଖାଇବାକୁ ଯେତିକି ପିତା, ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟୀ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍‌ ନୁହେଁ। ଏହାକୁ ନିୟମିତ ରୂପେ ଖାଇବା ଦ୍ୱାରା ଅନେକ ଲାଭ ମିଳିଥିାଏ। କିନ୍ତୁ କଲରା(Bitter gourd) ପାଟିକୁ ପିତା ଲାଗିବା ଯୋଗୁଁ ଅନେକ ଏହାକୁ ଖାଇବା ପାଇଁ ନାକ ଟେକନ୍ତି। ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତି ନାହିଁ। ତେବେ ଏକ ଘରୋଇ ଉପାୟ ଦ୍ୱାରା ଆଉ କଲରା ପିତା ଲାଗିବ ନାହିଁ। ଦୂର ହୋଇଯିବ କଲରାର ପିତାପଣ। ତେବେ କିଭଳି ଆସନ୍ତୁ ଜାଣିବା।

– କଲରାକୁ ରୋଷେଇ କରିବା ପୂର୍ବରୁ ଏହାକୁ ଚାଞ୍ଛି ଦିଅନ୍ତୁ। କଲରାର ମଞ୍ଜି ଅଧିକ ପିତା ଲାଗିଥାଏ। ତେଣୁ ଏହାକୁ କାଟି ଭିତରେ ଥିବା ସମସ୍ତ ମଞ୍ଜିକୁ କାଢ଼ି ନିଅନ୍ତୁ। ଏହାପରେ ରୋଷେଇ କରନ୍ତୁ। ଦେଖିବେ ପିତାପଣ ଦୂର ହୋଇଯିବ।

– କଲରାର ପିତା ଅଂଶକୁ ଦୂର କରିବା ପାଇଁ ଏଥିରେ ଲୁଣ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଅଳ୍ପ ସିଝାଇ ରୋଷେଇ କରନ୍ତୁ। ଦେଖିବେ କଲରା ଆଉ ପାଟିକୁ ପିତା ଲାଗିବ ନାହିଁ।

– କଲରାରୁ ପିତା ଅଂଶ ଦୂର କରିବା ପାଇଁ ପ୍ରଥମେ ଏହାକୁ ଚାଞ୍ଛି ଦିଅନ୍ତୁ। ଏହାପରେ ସେଥିରେ ଲୁଣ ଏବଂ ଅଟା ଗୋଳାଇ ଏକ ଘଣ୍ଟା ରଖନ୍ତୁ। ପରେ ଏହାକୁ ଧୋଇ ରୋଷେଇ କରନ୍ତୁ।

ତେବେ ଆସନ୍ତୁ ଜାଣିବା କଲରା ସେବନ କରିବା ଦ୍ୱାରା, ଏହା କେଉଁ ସବୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।

-ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

-ଗ୍ୟାସ୍ ସମସ୍ୟା, ବଦହଜମି ଭଳି ପେଟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ କଲରା । ତେଣୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ କଲରା ସାମିଲ କରିବା ଆବଶ୍ୟକ ।

-କଲରା ଜୁସ୍ ପ୍ରତିଦିନ ପିଇବା ଦ୍ୱାରା, ଏହା ଲିଭର ଜନିତ ସମସ୍ୟାକୁ ଦୂରେଇ ରଖିବାରେ ବେଶ ସହାୟକ ହୋଇଥାଏ ।

-କଲରାକୁ ସିଝାଇ ତାର ପାଣି ପିଇବା ଦ୍ୱାରା, ଏହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହା ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।

-ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ କଲରା। ତେଣୁ ପ୍ରତିଦିନ ଖାଦ୍ୟ ତାଲିକାରେ କଲରାରେ ପ୍ରସ୍ତୁତ ବଞ୍ଜନ କିମ୍ବା କଲରା ଜୁସ୍ ସାମିଲ କରିବା ଲାଭଦାୟକ ହୋଇଥାଏ ।

-କିଡ୍‌ନୀ ଜନିତ ସମସ୍ୟା ପାଇଁ କଲରା ବହୁତ୍ ଉପକାର ହୋଇଥାଏ। ଏହି ସମସ୍ୟା ପାଇଁ କଲରା ସିଝା ପାଣି କିମ୍ବା କଲରା ରସ ବହୁତ୍ ଉପକାରୀ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)