Health & Lifestyle

କଦଳୀ ଠୁ ଅଧିକ ଗୁଣକାରୀ ଚୋପା, ଜାଣନ୍ତୁ କେଉଁ ସମସ୍ୟାରୁ ମିଳିବ ଉପଶମ

ସାଧାରଣତଃ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥଏ , ଆଉ କଥା ଯଦି କଦଳୀର ଆସେ ତା ହେଲେ ଏହା ହିତକର ସହ ପାଟିକୁ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ | କଦଳୀ ଆମ ଶରୀର ପାଇଁ ଯେତେ ସ୍ୱାସ୍ଥ୍ୟକର ହୋଇଥାଏ ଏହାର ଚୋପା ମଧ୍ୟ ଆମ ଶରୀର ପାଇଁ ସେତେ ହିତକର ହୋଇଥାଏ |

24 May, 2022 5:36 PM IST By: Rajashree

ସାଧାରଣତଃ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥଏ , ଆଉ କଥା ଯଦି କଦଳୀର ଆସେ ତା ହେଲେ ଏହା ହିତକର ସହ ପାଟିକୁ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ | କଦଳୀ ଆମ ଶରୀର ପାଇଁ ଯେତେ ସ୍ୱାସ୍ଥ୍ୟକର ହୋଇଥାଏ ଏହାର ଚୋପା ମଧ୍ୟ ଆମ ଶରୀର ପାଇଁ ସେତେ ହିତକର ହୋଇଥାଏ |

କଦଳୀ ଚୋପାରେ (banana peels benefits)ଅନେକ ପ୍ରକାରର ଭିଟାମିନ ଥାଏ । ଯାହା ଆମ ଶରୀରରେ ଏନଜାଇମ ଏବଂ ପ୍ରୋଟିନକୁ ସକ୍ରିୟ ରଖିଥାଏ । ଫଳରେ ତ୍ୱଚାରେ ଥିବା କୋଲୋଜେନ୍ ଏବଂ ନମନୀୟତା ବୃଦ୍ଧି ହୋଇଥାଏ । ତେବେ କଦଳୀ ଚୋପା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚର୍ମ ସମସ୍ୟା ଦୂର ହୋଇଥାଏ ।

ଚର୍ମ କୁଞ୍ଚନକୁ ଦୂର କରେ: ଯଦି ଆପଣଙ୍କ ତ୍ୱାଚା କୁଞ୍ଚିତ ହୋଇଗଲାଣି ତେବେ କଦଳୀ ଚୋପା (banana peels ) ବ୍ୟବହାର କରନ୍ତୁ । ଚର୍ମ କୁଞ୍ଚିତ ସ୍ଥାନରେ କଦଳୀ ଚୋପା(banana peels)କୁ କିଛି ସମୟ ଘଷିବା ପରେ ଗୋପାଳ ଜଳ ଲଗାନ୍ତୁ ଏବଂ ୧୫ ମିନିଟ ପରେ ତ୍ୱଚାକୁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଦେଖିବେ ଆପଣଙ୍କ ତ୍ୱଚାରେ କୁଞ୍ଚନ ଦୂର ହୋଇଯିବ ।

ଆଖିତଳ କଳା ଦାଗ ଦୂର କରେ: ଯଦି ଆପଣଙ୍କ ଆଖି ତଳ କଳାଦାଗ ହୋଇଛି ତେବେ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ । କଦଳୀ ଚୋପାରେ ଥିବା ଫାଇବରକୁ ବାହାର କରି ସେଥିରେ ଗୋଟିଏ ଚାମଚ ଘିଁକୁଆରୀ(aloe vera) ରସ ମିଶାନ୍ତୁ । ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଆଖି ତଳ କଳା ଦାଗ ଦୂର ହୋଇଥାଏ ।

ତ୍ୱଚାକୁ ଗୋରା କରେ: ତ୍ୱଚା ଗୋରା ହେବା ପାଇଁ କଦଳୀ ଚୋପାର (banana peels benefits) ମିଶ୍ରଣ ସହିତ ବେକିଙ୍ଗ ସୋଡା ଓ ପାଣି ଟିକେ ମିଶାନ୍ତୁ । ଏହି ମିଶ୍ରଣକୁ ଭଲ ସେ ମିଶାଇ ଯାଏ ତ୍ୱଚାରେ ଘଷନ୍ତୁ । ୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଭାତୁଡି ଦୂର କରେ: କଦଳୀରେ (Banana)ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆମର ଭାତୁଡି ଚିହ୍ନ ଦୂର କରିବାରେ ସହାୟକ କରିଥାଏ । ସାରା ରାତି ଭାତୁଡି ଚିହ୍ନ ଉପରେ କଦଳୀ ଚୋପାକୁ ରଖି ଶୋଇବେ । ସକାଳୁ ଉଠି ଥଣ୍ଡା ପାଣିରେ ଭଳ ଭାବେ ମୁହଁ ଧୋଇଦେବେ । ଏପରି ପରିବା ଦ୍ୱାରା ଦେଖିବେ ଆପଣଙ୍କ ଭାତୁଡି ସମସ୍ୟା ଦୂର ହେବ ।

ବ୍ରଣ ଦୂର ହୁଏ: ଯଦି ଆପଣଙ୍କ ତ୍ୱଚାରେ ବ୍ରଣ ହୋଇଛି ତେବେ ଆପଣ କଦଳୀ ଚୋପାକୁ (banana peel )ବାଟି ଏଥିରେ ମହୁ ଓ କଦଳୀ ମିଶାଇ ତ୍ୱତାରେ ଲଗାଇବେ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦେବେ ।

ରକ୍ତଚାପ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଦଳୀ

ଲାଭଦାୟକ କଦଳୀ ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)